କ’ଣ ରହିଛି ମୁଢି ଖାଇବାର ଫାଇଦା, ଆସନ୍ତୁ ଜାଣିବା


ବହୁ ଲୋକେ ସକାଳେ ଚାହା ସହିତ ହେଉ କିମ୍ବା ସନ୍ଧ୍ୟା ସମୟରେ ଚାହା କିମ୍ବା ସ୍ନାକ୍ସରେ ମୁଢି ଖାଇବାକୁ ପସନ୍ଦ କରିଥାନ୍ତି । କେବଳ ଓଡିଆ ନୁହେଁ ବଙ୍ଗାଳୀ ଏବଂ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ମୁଢି ଖାଇବାକୁ ଖୁବ ପସନ୍ଦ କରନ୍ତି । ଏହି ମୁଢି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ମିଳିପାରେ ବହୁ ପ୍ରକାରର ଲାଭ । ଆସନ୍ତୁ ଜାଣିବା ଏହାର କିଛି ଲାଭ ସମ୍ପର୍କରେ ।

୧. ତୁରନ୍ତ ଶକ୍ତି ପ୍ରଦାନ – ମୁଢିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ରହିଛି ଯାହା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ।
୨. ହଜମ କ୍ରିୟାରେ ସାହାଯ୍ୟ – ମୁଢିରେ ଥିବା ଡାଇଟେରି ଫାଇବର ମୋଟାବୋଲିଜିମ ବୃଦ୍ଧି କରିଥାଏ ଏବଂ ହଜମ କ୍ରିୟାରେ ସାହାଯ୍ୟ କରିଥାଏ ।
୩. ହାଡ ଶକ୍ତ କରିଥାଏ – ଏହା ଭିଟାମିନ ଡି, କ୍ୟାଲସିୟମ, ଆଇରନ ଏବଂ ଫାଇବରର ଉତ୍ତମ ସ୍ରୋତ ହୋଇଥିବାରୁ ଦାନ୍ତ ଏବଂ ହାଡ ଶକ୍ତ କରିବାରେ ସାହାଯ୍ୟ କରେ ।
୪. ମସ୍ତିଷ୍କରେ ବିକାଶ – ମୁଢିରେ ନ୍ୟୁରୋ ଟ୍ରାନ୍ସମିଟର ନ୍ୟୁଟ୍ରିଏଣ୍ଟ ରହିଛି ଯାହା ମସ୍ତିଷ୍କର ବିକାଶ କରିବା ସହିତ ବ୍ରେନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ ।
୫. ରକ୍ତ ଚାପରେ ନିୟନ୍ତ୍ରଣ – ଏହାର ନିମ୍ନ ସୋଡିୟମ କଣ୍ଟେଣ୍ଟ ରକ୍ତ ଚାପ ସ୍ତରକୁ ପରିଚାଳନା କରିଥାଏ । ଏବଂ ରକ୍ତ ଚାପରେ ସଠିକ ନିୟନ୍ତ୍ରଣ ରଖିଥାଏ ।
୬. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି – ଭିଟାମିନ ବି ଏବଂ ମିନେରାଲରତ୍ତଉତ୍ତମ ସ୍ରୋତ ହୋଇଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।
୭. ଓଜନ ହ୍ରାସ – ମୁଢିରେ କ୍ୟାଲୋରୀର ମାତ୍ରା ଖୁବ କମ ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏବଂ ଏହା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ ହୋଇଥାଏ ।


Share It

Comments are closed.