ବର୍ଷାଦିନେ ସୁନ୍ଦର ଦେଖାଯିବା ପାଇଁ ଆପଣାନ୍ତୁ ଏହି ଉପାୟ


ଖରାଦିନ ପରି ବର୍ଷା ଦିନେ ମଧ୍ୟ ଆପଣଙ୍କ ବସ୍ତ୍ରର ଚୟନ ଭିନ୍ନ ହୋଇଥାଏ । କେହି କେହି ବୋଲ୍ଡ ରଙ୍ଗ ଭଲ ପାଉଥିବା ବେଳେ କେହି କେହି ହାଲକା ରଙ୍ଗ ବ୍ୟବହାର କରିବାକୁ ଭଲ ପାଆନ୍ତି । ବୋଲ୍ଡ କଲର ବର୍ଷା ଦିନେ ଭଲ ଲୁକ ପ୍ରଦାନ କରିବା ସହିତ ଆଖି ଦୃଷ୍ଟିଆ ମଧ୍ୟ ହୋଇଥାଏ । ବୋଲ୍ଡ ରଙ୍ଗର ଡ୍ରେସକୁ ମ୍ୟାଚ କରିଲା ପରି ଆପଣ ଛତା ଏବଂ ଜୋତା ମଧ୍ୟ ବ୍ୟବହାର କରିପାରିବେ ।

୧. ମେରୁନ ରଙ୍ଗ – ମେରୁନ ରଙ୍ଗ ବହୁଜଣଙ୍କର ପ୍ରିୟ ହୋଇଥିବା ବେଳେ ଆପଣ କଲେଜ କିମ୍ବା କାଜୁଆଲ ତଥା ପାର୍ଟି ଓୟାରରେ ମଧ୍ୟ ବ୍ୟବହାର କରିପାରିବେ । ବର୍ଷା ଦିନରେ ମେରୁନ ରଙ୍ଗର ଜମ୍ପ ସୁଟ, ଅଫ ସୋଲଡର, ମାକ୍ସି ଡ୍ରେସ, କୋଲ୍ଡ ସେଲଡର ଏବଂ ସର୍ଟ ଡ୍ରେସ ମଧ୍ୟ ପିନ୍ଧିପାରିବେ । ଏହା ସହ ଆପଣ ମେରୁନ ରଙ୍ଗର ଲେଦର ଜୋତା ମଧ୍ୟ ବ୍ୟବହାର କରିପାରିବେ ।

୨. ଗ୍ରିନ ତଥା ସବୁଜ ରଙ୍ଗ – ସବୁଜ ସତେଜତା ଏବଂ କୁଲର ରଙ୍ଗ । ଏହା ବର୍ଷା ଦିନ ପାଇଁ ମଧ୍ୟ ଉପଯୋଗୀ ରଙ୍ଗ । ଯଦି ଆପଣଙ୍କର ତ୍ୱଚା ହାଲକା ୱାର୍ମ ତେବେ ଆପଣ ମଷ୍ଟାର୍ଡ ଗ୍ରିନ, ଖାକି କିମ୍ବା ଗାଢ ରଙ୍ଗର ଚୟନ କରିପାରିବେ । ଆପଣଙ୍କ ତ୍ୱଚାର ରଙ୍ଗ କୁଲ ହୋଇଥିଲେ ଗାଢ ସବୁଜ ରଙ୍ଗ ତଥା ପ୍ୟାରୋଟ ରଙ୍ଗର ଚୟନ କରିପାରିବେ । ସବୁଜ ସହିତ କିଛି ଗାଢ ରଙ୍ଗ ହଳଦିଆ କିମ୍ବା ଧଳା ରଙ୍ଗ ମିଶ୍ରଣ କରନ୍ତୁ । ଏହା ଆପଣଙ୍କ ଲୁକକୁ ଆକର୍ଷଣୀୟ କରିବ ।

୩. ପିଚ ରଙ୍ଗ – ପିଚ ଏକ ଏପରି ରଙ୍ଗ ଯାହା ସମସ୍ତ ପ୍ରକାରର ତ୍ୱଚା ରଙ୍ଗକୁ ଭଲଭାବେ ସୁଟ କରିଥାଏ । ବର୍ଷା ଦିନେ ପିଚ ରଙ୍ଗ ସମସ୍ତ ଷ୍ଟାଇଲକୁ ଖାପ ଖୁଆଇବା ସହିତ ଏହା ସମସ୍ତ ପ୍ରକାରର ଋତୁରେ ଆକର୍ଷଣୀୟ ଲୁକ ପ୍ରଦାନ କରିଥାଏ । ଏହି ପିଚ ରଙ୍ଗ ସହିତ ହାଲକା ରଙ୍ଗର ଗୋଲ ଟୋପି ଏବଂ ଜୁଏଲରି ବ୍ୟବହାର କରିପାରିବେ ।

୪. ଚକଲେଟ ବ୍ରାଉନ – ଚକଲେଟ ବ୍ରାଉନ ସାଧାରଣତଃ ଜାକେଟ ଏବଂ ବୁଟରେ ଦେଖାଯାଏ । ଆପଣ ବର୍ଷାଦିନେ ନିଜର ରେଗୁଲାର ଡ୍ରେସ କିମ୍ବା ଜମ୍ପସୁଟ ସହିତ ବ୍ରାଉନ ରଙ୍ଗର ଲେଦର ଜ୍ୟାକେଟ ଏବଂ ବୁଟ ପିନ୍ଧିପାରିବେ । ବର୍ଷାଦିନେ ପାର୍ଟିକୁ ଆପଣ ଗାଢ ବ୍ରାଉନ ରଙ୍ଗର ମାକ୍ସି ଡ୍ରେସ କିମ୍ବା ଗାଉନ ପିନ୍ଧିପାରିବେ । ଏହା ଆପଣଙ୍କ ଲୁକକୁ କ୍ଲାସି କରିବା ସହିତ ଆକର୍ଷଣୀୟ ଲୁକ ପ୍ରଦାନ କରିବ ।

୫. ପର୍ସିଆନ ବ୍ଲୁ ତଥା ଡେନିମ ରଙ୍ଗ – ଡେନିମ ରଙ୍ଗ ସବୁ ଋତୁରେ ଷ୍ଟାଇଲିସ ଲୁକ ପ୍ରଦାନ କରିଥାଏ । ଏହା ସବୁ ଷ୍ଟାଇଲରେ ମଧ୍ୟ ଖୁବ ଲୋକପ୍ରିୟ । ଏହା ସାଧାରଣଭାବେ ପାର୍ଟି ଆଉଟଫିଟ ଏବଂ କାଜୁଆଲ ଲୁକକୁ ଷ୍ଟାଇଲିସ କରିଥାଏ । ବର୍ତ୍ତମାନ ଏହି ଡେନିମ ଡିଜାଇନର ମାକ୍ସି ଡ୍ରେସ,୩ଡି ପ୍ରିଣ୍ଟେଡ ସ୍କେଟର ଡ୍ରେସ, କୁର୍ତ୍ତୀ ଏବଂ ଅଫ ସେଲଡର ଟପ୍ସ ଉପଲବ୍ଧ ତେଣୁ ଆପଣ ବର୍ଷାଦିନେ ଡେନିମର ବିଭିନ୍ନ ଷ୍ଟାଇଲ ସହିତ ନିଜକୁ ଷ୍ଟାଇଲିସ କରପାରିବେ । ଏହା ସହିତ ଆପଣ ଡେନିମ ରଙ୍ଗର ଜ୍ୟାକେଟ କିମ୍ବା ଜୋତା ପିନ୍ଧିପାରିବେ ।


Share It

Comments are closed.