ଦୈନନ୍ଦିନ ଜୀବନରେ ଘିଅ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଆସନ୍ତୁ ଜାଣିବା


ବହୁ ପୁରାତନ କାଳରୁ ଖାଦ୍ୟ ପ୍ରସ୍ତୁତିରେ ଘିଅର ବହୁଳ ବ୍ୟବହାର ହୋଇଆସୁଛି । ଏହା ଏକ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ମନ୍ଦିର, ମଠ ଇତ୍ୟାଦିରେ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତି ପାଇଁ ବର୍ତ୍ତମାନ ମଧ୍ୟ ଘିଅର ବ୍ୟବହାର ହୋଇଆସୁଛି । ଘିଅ ଭିଟାମିନ ଏ, ଇ ଏବଂ କେର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ହଜମ କ୍ରିୟା ସକ୍ରିୟ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ, କ୍ୟାନସରର ମାତ୍ରା କମ କରିଥାଏ ଏବଂ ଭଲ ଖାଦ୍ୟ ଅନୁସାରେ ଭଲ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି କରିଥାଏ । କିନ୍ତୁ ଉପକାରିତା ସହିତ ଏହାର ବିଭିନ୍ନ ଅପକାରିତା ମଧ୍ୟ ରହିଛି । ଯେପରିକି ଘିଅର ଅଧିକ ସେବନ ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି ପାଇଥାଏ ଯାହା ଡାଇବେଟିସ, ହୃଦ ରୋଗ ପରି ବିଭିନ୍ନ ରୋଗର କାରଣ ହୋଇଥାଏ । ତେଣୁ ସଠିକ ପରିମାଣର ତଥା ଡାଇବେଟିସ ଏବଂ କୋଲେଷ୍ଟ୍ରୋଲ ରୋଗରେ ପିଡୀତ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘିଅର ମାତ୍ରା ଗ୍ରହଣ କରିବା ଉଚିତ ।

ଆସନ୍ତୁ ଜାଣିବା ଘିଅ କଣ – ଘିଅ ସହିତ ସମସ୍ତେ ପାରିବାରିକ ଭାବେ ଜଡିତ । ଏହା ଦୁଗ୍ଧ ଜାତୀୟ ଏକ ଦ୍ରବ୍ୟ । ଏହାକୁ ଦୁଗ୍ଧର ଲହୁଣି ବା ସରକୁ ଫୁଟାଇ ପ୍ରସ୍ତୁତ କରାଯାଏ । ଘରେ ପ୍ରସ୍ତୁତ ହେଉଥିବା ଶୁଦ୍ଧ ଘିଅ ରଙ୍ଗ, ଘନତା ଏବଂ ସ୍ୱାଦରେ ଭିନ୍ନ ହେବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ ।

ସ୍ୱାସ୍ଥ୍ୟ ପ୍ରତି ଘିଅର ଉପକାରିତା – ୧. ଘିଅ ଖୁବ ଘନ ହୋଇଥିବାରୁ ତାହା ସାଧାରଣତଃ ଉଚ୍ଚ ତାପମାତ୍ରାରେ ତରଳ ଅବସ୍ଥାକୁ ଆସିଥାଏ । ଏହା ଅନ୍ୟାନ୍ୟ ସାଧାରଣ ତେଲ ପରି ଭଜା, ରନ୍ଧା ଏବଂ ଛଣା ଛଣିରେ ବ୍ୟବହାର ହୋଇଥାଏ । ଏହା ଏକ ସାଚୁରେଟେଡ ଫ୍ୟାଟ ହୋଇଥିବାରୁ ଏହା ଶରୀର ଆବଶ୍ୟକ କରୁଥିବା ଭଲ କୋଲେଷ୍ଟ୍ରୋଲ ଏବଂ ଏଚଡିଏଲର ମାତ୍ରାକୁ ବୃଦ୍ଧି କରିଥାଏ ତେଣୁ ଏହାକୁ ହୃଦରୋଗୀ ଏବଂ କୋଲେଷ୍ଟ୍ରୋଲ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଇପାରିବେ ।

୨. ଘିଅ ପୋଷଣର ଏକ ଉତ୍ତମ ସ୍ରୋତ । ଏଥିରେ ମଧ୍ୟମ ଧରଣର ଫ୍ୟାଟି ଏସିଡ ରହିଛି ଯାହା ସହଜରେ ଯକୃତ ଦ୍ୱାରା ଗ୍ରହଣ ହୋଇଥାଏ ଏବଂ ଫ୍ୟାଟି ଲିଭର ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।

୩. ଘିଅ ମୋଟାବୋଲିଜିମ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ । ଏହାର ସଠିକ ପରିମାଣର ସେବନ ଦ୍ୱାରା ଏହା ହଜମ କ୍ରିୟା ମଧ୍ୟ ସକ୍ରିୟ କରିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

୪. ଘିଅରେ ଆଣ୍ଟି-ଇନଫ୍ଲାମୋଟୋରି ଏବଂ ଆଣ୍ଟି- କ୍ୟାସନରସିଅସ ଗୁଣ ରହିଛି ଯାହା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅସୁବିଧା ଦୂର କରିବା ପାଇଁ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ।

୫. ଏହା ଭିଟାମିନ ଏ, ଫ୍ୟାଟ-ସଲ୍ୟୁବଲର ଉତ୍ତମ ସ୍ରୋତ ଯାହା ହରମୋନାଲ ସନ୍ତୁଳନ, ଫର୍ଟିଲିଟି, ଦୃଷ୍ଟିଶକ୍ତି ଏବଂ ଶକ୍ତି ବୃଦ୍ଧି କରିଥାଏ । ଏହା ମଧ୍ୟ ଭିଟାମିନ ଇ ଏବଂ କେ୨ର ଉତ୍ତମ ସ୍ରୋତ ହୋଇଥିବାରୁ ହାଡକୁ ଉପଯୁକ୍ତ ପରିମାଣର କ୍ୟାଲସିୟମ ଯୋଗାଇଥାଏ ।

୬. ଘିଅରେ ଥିବା କନଜୁଗେଟେଡ ନିଲୋନିକ ଏସିଡ(ସିଏନଏ) ସ୍ତନ୍ୟ କ୍ୟାନସରର ମାତ୍ରା କମ କରିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ମଧ୍ୟ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।

୭. ବର୍ଷାଦିନେ ଏବଂ ଶୀତଦିନେ ଘିଅର ସେବନ ଦ୍ୱାରା ଶରୀରରେ ତୈଳର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଫାଟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶରୀରରେ ମଧ୍ୟ ଘିଅର ମାଲିସ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ତ୍ୱଚାର ରଙ୍ଗ ସଫା ହୋଇଥାଏ ।

୮. ଆହୁରି ମଧ୍ୟ, ଫଟା କେଶ କିମ୍ବା କେଶ ଝଡା ସମସ୍ୟାରୁ ମୁକ୍ତି ଚାହୁଁଥିଲେ କେଶରେ କିଛି ଘିଅ ସହିତ ନଡିଆ ତେଲର ମାଲିସ ଦ୍ୱାରା ଫଟା କେଶ ସମସ୍ୟାରୁ ମୁକ୍ତି ମିଳିପାରିବ ।


Share It

Comments are closed.