ନୁଭୋକୋ ପକ୍ଷରୁକ୍ଷୟ-ପ୍ରତିରୋଧକ କଙ୍କ୍ରିଟ୍‌କନ୍‌କ୍ରେଟୋ କରୋସେଫ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଏକ ସିମେଂଟ୍ ଉତ୍ପାଦନକାରୀ କମ୍ପାନୀ, ନୁଭୋକୋ ଭିସ୍ତାସ ୍‌କର୍ପୋରେଶନ ଲିମିଟେଡ୍ ପକ୍ଷରୁ ବିଲ୍ଡିଙ୍ଗ୍ ଗୁଡିକର ଜୀବନକାଳ ବୃଦ୍ଧି କରୁଥିବା ଏକ କ୍ଷୟ-ପ୍ରତିରୋଧକାରୀ ସିମେଂଟ୍ କଙ୍କ୍ରେଟୋ କୋରୋସେଫ୍ ଶୁଭାରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ କଙ୍କ୍ରିଟ୍‌ମିକ୍ସ ଡିଜାଇନ୍ କ୍ଷୟ-ପ୍ରତିରୋଧକାରୀ ଆଡ୍‌ମିକ୍ସଚର ସହିତ ଅଧିକ ସୁଦୃଢ ହୋଇଛି ଯାହା ପାଣି ଲିକ୍‌ହେବା ଓ କଳଙ୍କି ପ୍ରତି ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିଥାଏ ଏବଂ ଭିତିଭୂମିର ଜୀବନକାଳକୁ ସୁରକ୍ଷା ଦେଇଥାଏ । ଏହାକୁ କଙ୍କ୍ରିଟ୍ ମିଶ୍ରଣର ଘନତା ଓ ସ୍ଥାୟିତ୍ୱ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।
ଏହି ଉତ୍ପାଦ ସମ୍ପର୍କରେ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡ୍‌ର ରେଡି-ମିକ୍ସ ବିଭାଗରମୁଖ୍ୟ,ପ୍ରଶାନ୍ତ ଝା’ କହିଛନ୍ତି, “କ୍ଷୟ ହେଉଛି କଙ୍କ୍ରିଟ୍ ଭିତିଭୂମି ଖରାପ ହେବାର ଏକ ପ୍ରମୁଖ କାରଣ, କାରଣ ଏହା ଢାଂଚାର ସେବା କ୍ଷମତାକୁ କ୍ଷୁର୍ଣ୍ଣ କରିଥାଏ । କଙ୍କ୍ରେଟୋ କୋରୋସେଫ୍ ହେଉଛି ଏକ ଭିନ୍ନ ସମାଧାନ, ଯାହାକୁ ଆକ୍ରମଣାତ୍ମକ ପରିବେଶୀୟ ସ୍ଥିତି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଢାଂଚା ଗୁଡିକର ସ୍ଥାୟିତ୍ୱ ଆହ୍ୱାନ ଗୁଡିକୁ ସାମଧାନ କରୁଥିବା ପ୍ରଡକ୍ଟ ବାସ୍କେଟ୍‌କୁ ବିସ୍ତାର କରିବା ପାଇଁ କନ୍‌ଷ୍ଟ୍ରକ୍‌ସନ ଡେଭେଲପ୍‌ମେଂଟ୍ ଓ ଇନୋଭେଶନ ସେଂଟର୍ (ସିଡିଆଇସି)ରେ ବିକଶିତ କରାଯାଇଛି । ନିର୍ଦ୍ଧାରିତ ଆଭିମୁଖ୍ୟ ସହିତ ଏଭଳି ଉତ୍ପାଦ ସମାଧାନ ଗୁଡିକ ଆମକୁ ଡିଜାଇନ୍ ପର୍ଯ୍ୟାୟରୁ ପରାମର୍ଶ ଦାତାଙ୍କ ସହ କାର୍ଯ୍ୟ କରିବାଏବଂ ଆମର ନେଟ୍‌ୱର୍କକୁ ମଜଭୁତ କରିବା ପାଇଁ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ । ପ୍ରିମିୟମ ଭର୍ସନ କୋରୋସେଫ୍‌+କୁ ଏକ ଉନ୍ନତ ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ମିଶ୍ରଣଡିଜାଇନ୍‌, କ୍ଷୟ ପ୍ରତିବଦ୍ଧକସଂଯୋଜକ ଓ ସେବାଜୀବନ ପୂର୍ବାନୁମାନ ସହିତ ପ୍ରଦାନ କରାଯାଉଛି ।ଏସବୁ ଆମର ବ୍ରାଣ୍ଡଭାଲ୍ୟୁକୁବଢାଇବାକୁଏବଂ ଦୀର୍ଘକାଳିନ ଲାଭରେ ଉନ୍ନତି ଆଣିବାକୁ ଯାଉଛି ।”
କଙ୍କ୍ରିଟ୍‌ର ସ୍ଥାୟିତ୍ୱଢାଞ୍ଚାଗୁଡିକର ଦୀର୍ଘ ଜୀବନକାଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିମାପ । କନ୍‌କ୍ରେଟୋ କୋରୋସେଫର ସ୍ୱତନ୍ତ୍ର ଆଡ୍‌ମିକ୍ସ ନିର୍ମାଣରେ ବ୍ୟବହୃତ ଷ୍ଟିଲ୍ ଓ ଅନ୍ୟାନ୍ୟ ଧାତୁ ମିଶ୍ରଣକୁ ଜଳ-ଅନ୍ତର୍ନିିହିତକାରୀ କାର୍ବୋନେଶନ ଏବଂ ସଲ୍‌ଫେଟ୍ ଓ କ୍ଲୋରାଇଡ୍ ଆୟନ୍‌ର ପ୍ରବେଶ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ । କାର୍ବନ ଡାଇଅକ୍ସାଇଡ୍‌ବା ଅଙ୍ଗାରକାମ୍ଳ କଙ୍କ୍ରିଟ ୍‌ମଧ୍ୟରେ ପ୍ରବେଶ କଲେ ଓ ଜଳସହିତ ପ୍ରତିକ୍ରିୟା ଦେଖାଇଲେ କାର୍ବୋନେଶନ ସୃଷ୍ଟିହୋଇଥାଏ ।ଏହାର ଫଳାଫଳ ପ୍ରତିକ୍ରିୟା କଙ୍କ୍ରିଟ୍‌ର ପିଏଚ୍ ଭାଲ୍ୟୁ ହ୍ରାସ କରିଥାଏ ଫଳରେ କ୍ଷୟ ଘଟିଥାଏ । ସଲ୍‌ଫେଟ୍ ଆୟନ୍ କଙ୍କ୍ରିଟ୍‌ସହିତ ପ୍ରତିକ୍ରିୟା ଦେଖାଇଥାଏ, ଯାହା ଏହାର ବିସ୍ତାର ହେବା ଓ ଫାଟିବାର କାରଣ ପାଲଟିଥାଏ, ସେହିପରି କ୍ଲୋରାଇଡ୍ ଆୟନ୍ କ୍ଷୟଘଟାଇଥାନ୍ତି । କନ୍‌କ୍ରେଟୋ କୋରୋସେଫ୍ କଙ୍କ୍ରିଟ୍‌କଭର୍‌କୁ ଦୀର୍ଘାବଧି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବାକୁ ଅନୁମତି ଦେଇଥାଏ । ଏହା ଭିତିଭୂମିକୁ ସ୍ଥାୟୀ କରିଥାଏ ଓ ଭିତିଭୂମିର ସେବା ଜୀବନକାଳ ବୃଦ୍ଧି କରି ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିଥାଏ । ଆରମ୍ଭରେ ଏହିଉତ୍ପାଦ ମୁମ୍ବାଇ, ଗୋଆ, ଭାଇଜାଗ୍‌, ଭୁବନେଶ୍ୱର ଆଦିରେ ଉପଲବ୍ଧ ହେବଏବଂ ପରେଏହାକୁ ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଉପଲବ୍ଧ କରାଯିବ ।
ଏକ ଶକ୍ତିଶାଳୀ ଓ ସ୍ଥାୟୀ ଫିନିଶ୍‌ସହିତକନ୍‌କ୍ରେଟୋକୋରୋସେଫ୍‌ବିଶେଷକରି ଆର୍ଦ୍ରତା-ସାନ୍ଧ୍ରତା ଥିବା ଅଂଚଳ, ଇଣ୍ଡଷ୍ଟ୍ରିଆଲବିଲ୍ଡିଙ୍ଗ୍‌, କୋଷ୍ଟାଲ୍‌ବିଲ୍ଡିଙ୍ଗ୍‌ସମେତମାରାଇନ୍ ନିର୍ମାଣ ଯେପରିକିଜେଟି, ଡଲ୍‌ଫିନ୍‌ଭିତିଭୂମି ଆଦି କ୍ଷେତ୍ରରେ ନିର୍ମାଣକାର୍ଯ୍ୟ ପାଇଁ ଉପଯୁକ୍ତ ଅଟେ । ଏକ ଶକ୍ତିଶାଳୀମୂଳଦୁଆସାମଗ୍ରୀଭାବରେଏହାକୁ ପାଇଲ୍‌, ପାଇଲ୍‌କ୍ୟାପ୍ସ କିମ୍ବା ଅନ୍ୟାନ୍ୟ ସବ୍‌ଷ୍ଟ୍‌୍ରକ୍‌ଚର ପାଇଁସୁପାରିଶକରାଯାଉଛି ।ଏହି ଦୃଢ ଓ ଘନ କଙ୍କ୍ରିଟ୍ ଅଧିକ ଭାରତସମ୍ଭାଳୁଥିବା ନିର୍ମାଣ ଯେପରିକିବ୍ରିଜ୍ ଓ ମେଟ୍ରୋଷ୍ଟେସନ ଆଦି ପାଇଁ ଉପଯୁକ୍ତ ଅଟେ ।


Share It

Comments are closed.