ଏୟାର ଏସିଆ ପକ୍ଷରୁ ସପ୍ତାହକୁ ୩ଥର “ଭୁବନେଶ୍ୱର-ବ୍ୟାଙ୍ଗକକ୍” ସିଧାସଳଖ ଉଡ଼ାଣ


ଏୟାର ଏସିଆ ପକ୍ଷରୁ ପୁଣିଥରେ ଥାଇଲ୍ୟାଣ୍ଡ ଏବଂ ଭାରତକୁ ସଂଯୋଗ ସୁରୂପ ପ୍ରତ୍ୟେକ ସପ୍ତାହରେ ବ୍ୟାଙ୍ଗକ୍ – ଭୁବନେଶ୍ୱରକୁ ୩ ଥର ( ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ମୁଇଆଙ୍ଗ ଏୟାରପୋର୍ଟରୁ ଉଡ଼ାଣ), ଯାହାକି ୭ ଡ଼ିସେମ୍ବର ୨୦୧୮ରୁ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଗୋଟିଏ ଟ୍ରିପ୍ ପାଇଁ ପ୍ରମୋସନାଲ ଫେୟାର ୨୯୯୯/- ଟଙ୍କା ରହିଛି । ୧୦-୨୧ ଅକ୍ଟୋବର ୨୦୧୮ ମଧ୍ୟରେ ପଞ୍ଜିକରଣକରି ଡ଼ିସେମ୍ବର ୭, ୨୦୧୮-ମାର୍ଚ୍ଚ ୩୦,୨୦୧୯ ମଧ୍ୟରେ ଯାତ୍ରା କରିପାରିବେ । ଏଥିରେ ଫ୍ଲାଇଟ ଅତିରିକ୍ତଭାବରେ ‘ବିଶାଖାପାଟଣା-ବ୍ୟାଙ୍ଗକକ୍’, ମଧ୍ୟରେ ସମପ୍ତାହକୁ ୪ ଥର ଉଡ଼ାଣ କରିବ, ଯାହାକି ଡ଼ିସେମ୍ବର୮, ୨୦୧୮ରୁ ଆରମ୍ଭ ହେବାକୁ ଯାଉଛି ।
ଏହି ଅବସରରେ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ମାର୍କେଟିଂ ବିଭାଗର ମୁଖ୍ୟ, ଶ୍ରୀଯୁକ୍ତ ରାଜକୁମାର ପରନ୍ଥମନ୍ କହିଛନ୍ତିଯେ, “ଏୟାର ଏସିଆ ପକ୍ଷରୁ ୨୦୧୮ ଶେଷ ପର୍ଯ୍ୟନ୍ତ ଅହରହ ଭାରତୀୟ ବଜାରରେ ସମ୍ପ୍ରସାରଣ ପାଇଁ ଯୋଜନା କରାଯାଇଛି । ଯେବେକି ଏହା ହେଉଛି ଏକ ପ୍ରମୁଖ ବଜାର ହୋଇଥିବାବେଳେକି ଭାରତୀୟ ମାନଙ୍କ ମଧ୍ୟରେ ଥାଇ ସହର ଗୁଡ଼ିକ ଲୋକପ୍ରିୟ ଗନ୍ତବ୍ୟସ୍ଥଳଭାବରେ ପରିଚିତ । ଏଥି ସହିତ ଭାରତୀୟ ଯାତ୍ରୀ ମାନଙ୍କର ଉନ୍ନତ ସପିଂ ଏବଂ ରାତ୍ରୀକାଳୀନ ଆମୋଦ ଠାରୁ ଆରମ୍ଭମରି ଆତିଥ୍ୟତା ଏବଂ ଅଗ୍ରଣୀ ବେଳାଭୁମି ସହରରେ ଖର୍ଚ୍ଚ କରିବାର କ୍ଷମତା ରହିଛି । ଉକ୍ତ ଏୟାରଲାଇନ୍ସ ଭାରତ ଏବଂ ଥାଇଲ୍ୟାଣ୍ଡକୁ ସୁଗମ ଏବଂ ବ୍ୟୟସାପେକ୍ଷ ମୁଲ୍ୟରେ ଯାତ୍ରା ଯୋଗାଇଦେଇ ଆହୁରି ନିକଟତର କରାଇପାରିଛି । ଏୟାର ଏସିଆ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଏବଂ ଉକ୍ତୃଷ୍ଟ ସଂଯୋଗ ଦ୍ୱାରା ଭୁବନେଶ୍ୱର ଯାତ୍ରୀମାନେ ଉନ୍ନତ ବିକଳ୍ପ ପାଇପାରିଛନ୍ତି । ଉକ୍ତ କନେକ୍ଟେଭିଟି ଦ୍ୱାରା ଆହୁରୀ ମଧ୍ୟ ଯାତ୍ରୀମାନେ ଅତିସହଜରେ ଥାଇଲ୍ୟାଣ୍ଡରେ ମୁଏଙ୍ଗ ଆନ୍ତର୍ଜାତୀକ ବିମାନ ବନ୍ଦରରୁ ଘରୋଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ । ଯେଉଁଥିରେ ଫୁକେଟ, କ୍ରାବି, ଚିଆଙ୍ଗ ମାଇ ଏବଂ ଚିଆଙ୍ଗ ରାଇ ଅନ୍ତର୍ଭୂକ୍ତ ହେବା ସହିତ ସର୍ବୋପରି ଆନ୍ତର୍ଜାତୀକ ଗନ୍ତବ୍ୟସ୍ଥଳ ଯେପରିକି ସିଙ୍ଗାପୁର, ବାଲି, ହୋ ଚି ମିନ ସହର, ହଙ୍ଗ କଙ୍ଗ ,ବଂ ମାକାଉ ପ୍ରଭୁତି ସଂଶ୍ଳିଷ୍ଟ ।
ଏହି ନୂତନ ରୁଟର ଶୁଭାରମ୍ଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବିନ ପଟ୍ଟନାୟକ କହିଛନ୍ତିଯେ, “ଚଳିତ ବର୍ଷ ୬ ଡ଼ିସେମ୍ବରରୁ ଥାଇ ଏୟାର ଏସିଆ ବ୍ୟାଙ୍ଗକକ୍ରୁ ଭୁବନେଶ୍ୱର ସିଧାସଳଖ ଉଡ଼ାଣ କରିବାକୁ ଯାଉଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ । ଆମ୍ଭେମାନେ ଭୁବନେଶ୍ୱରରୁ ଆନ୍ତର୍ଜାତୀକ ସଂଯୋଗ ସ୍ଥାପନା ପାଇଁ ଚେଷ୍ଟା କରିଆସୁଛୁ । ଏହା ଆନ୍ତର୍ଜାତୀୟ ଯାତ୍ରା ସହିତ ଓଡ଼ିଶା ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ପର୍ଯ୍ୟଟନର ବିକାଶ କରିବବୋଲି ମୋର ବିଶ୍ୱାସ । ମୁଁ ଏହି ପରିପ୍ରେକ୍ଷୀରେ ଥାଇ ଏୟାର ଏସିଆକୁ ଶୁଭେଛା ଜଣାଉଛି ।”
ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତିଯେ, “ଡ଼ିସେମ୍ବର ପ୍ରଥମ ସପ୍ତାହରୁ ଏୟାର ଏସିଆ ଭୁବନେଶ୍ୱରରୁ ବ୍ୟାଙ୍ଗକକ୍ ସିଧାସଳଖ ଉଡ଼ାଣର ଶୁଭାରମ୍ଭ କରୁଥିବାରୁ ଆମ୍ଭେମାନେ ଖୁବ୍ ଆନନ୍ଦିତ । ଯେଉଁଥିପାଇଁ ବ୍ଲକିଂ ଚଳିତ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ଆମ ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୁମିର ଉନ୍ନତି ପାଇଁ ଏହା ହେଉଛି ଏକ ମାଇଲଷ୍ଟୋନ ସଦୃଶ । ସମ୍ପୁର୍ଣ୍ଣ ବିଶ୍ୱରେ ଉକ୍ତ ରାଜ୍ୟକୁ ଏକ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀରୁପେ ଗଢିତୋଳିବା ପାଇଁ ଓଡ଼ିଶା ସରକାର ତାଙ୍କର ୧୦୦ ପ୍ରତିଶତ ପଦକ୍ଷେପମାନ ନେଇଛନ୍ତି । ଯେଉଁ ରାଜ୍ୟରେ ବୌଦ୍ଧ, ତୀର୍ଥଯାତ୍ରା, ବେଳାଭୁମି, ଆଦିବାସୀ, ପରିବେଶ ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଅନେକ ପ୍ରକାରର ସୁବିଧା ରହିଛି । ବିଦେଶୀ ପର୍ଯ୍ୟଟନ କ୍ଷେତ୍ରରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ଏବଂ ସରକାରଙ୍କ ପକ୍ଷରୁ ଅଧିକ ମାତ୍ରାରେ ବିଦେଶୀ ପର୍ଯ୍ୟଟଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ରାଜ୍ୟ ପକ୍ଷରୁ ନୂତନ ପର୍ଯ୍ୟଟନ ନିୟମ ଲାଗୁ କରାଯାଇଛି, ଯେଉଁଥିରେ ଭିତ୍ତିଭୁମିରେ ଉନ୍ନତି, ଆତିଥ୍ୟତା ଏବଂ ମାନବ ସମ୍ବଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏୟାର ଏସିଆ ଫ୍ଲାଇଟ ଏହି ଦିଗରେ ଏକ ନୂତନ ଦିଗନ୍ତ ଦେଖାଇଛିବୋଲି ଏଥିରେ ଅବିଶ୍ୱାସ ନାହିଁ । ମୁଁ ଏୟାର ଏସିଆ ଅଧିକାରୀଙ୍କୁ ତାଙ୍କର ଓଡ଼ିଶା ପର୍ଯ୍ୟଟନକର ବିକାଶ କ୍ଷେତ୍ରରେ ସହାୟତାକୁନେଇ ମୋର ହୃଦୟରୁ ଧନ୍ୟବାଦ ଦେଉଛି ।”
ଥାଇ ଏୟାର ଏସିଆ (ଫ୍ଲାଇଟ କୋଡ଼ ଏଫଡ଼ି) ନିକଟରେ ଭାରତରୁ ଥାଇଲ୍ୟାଣ୍ଡ ସିଧାସଳଖ ୫ଟି ରୁଟରେ ଉଡ଼ାଣ କରୁଛି ଯେପରିକି, ଚେନ୍ନାଇ, ବାଙ୍ଗାଲୋର, କଲିକତା, ଜୟପୂର ଏବଂ କୋଚି । ଏହା ଡ଼ିସେମ୍ବର ୭, ୨୦୧୮ରୁ ସପ୍ତାହକୁ ୩ଥର ଭୁବନେଶ୍ୱର-ବ୍ୟାଙ୍ଗକକ୍ ଏବଂ ଡ଼ିସେମ୍ବର ୭, ୨୦୧୮ରୁ ସପ୍ତାହକୁ ୪ ଥର ବିଶାଖାପାଟଣା-ବ୍ୟାଙ୍ଗକକ୍କୁ ଉଡ଼ାଣ ଭରିବ ।


Share It

Comments are closed.