ସ୍କିନରେ ଉଷୁମ ପାଣିର ବ୍ୟବହାର ପୂର୍ବରୁ ଜାଣିରଖନ୍ତୁ ଏହାର ପ୍ରଭାବ ବିଷୟରେ


ଶୀତ ଦିନେ ସଭିଏଁ ସାଧାରଣତଃ ଉଷୁମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। ଏହାସହ ଉଷୁମ ପାଣିରେ ମୁହଁ ମଧ୍ୟ ଧୋଇ ଥାଆନ୍ତି। ମାତ୍ର ଶରୀର ତୁଳନାରେ ତ୍ୱଚାର ଚର୍ମ ଖୁବ କୋମଳ। ତେଣୁ ଏହା ଉପରେ ପ୍ରଭାବ ମଧ୍ୟ ଖୁବ ଶୀଘ୍ର ପଡିଥାଏ।

ଉଷୁମ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହେବା ସହ ଲାଲ ଦାଗ ମଧ୍ୟ ହୋଇଥାଏ।

ଲଗାତାର ଉଷୁମ ପାଣିରେ ତ୍ୱଚା ଧୋଇଲେ ବ୍ରଣ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ।

ଉଷୁମ ପାଣି ବ୍ୟବହାର ଦ୍ୱାରା ତ୍ୱଚାରେ ଥିବା ପ୍ରାକୃତିକ ତୈଳ ,ପ୍ରୋଟିନ ହ୍ରାସ ପାଇଥାଏ। ଫଳରେ ତ୍ୱଚା ଅଧିକ ଶୁଷ୍କ ହୋଇଥାଏ।
ନିୟମିତ ଉଷୁମ ପାଣି ବ୍ୟବହାର ଦ୍ୱାରା ମୁହଁରେ କଳାଦାଗ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ଥାଏ।

ମୁହଁରେ କୁଞ୍ଚନ ସମସ୍ୟା ସୃଷ୍ଟି ହୋଇଥାଏ। ମୁହଁକୁ ସର୍ବଦା ସାଧାରଣ ତାପମାତ୍ରାରେ ଥିବା ପାଣିରେ ଧୁଅନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ। ମୁହଁ ଧୋଇବା ପରେ ମଶ୍ଚୁରାଇଜର ଲଗାନ୍ତୁ।


Share It

Comments are closed.