ଓଡିଶା ଲୋକଙ୍କ ପାଇଁ ସପିଙ୍ଗକୁ ସହଜ କରିଛି ବଜାରଓନେଟ୍‌


ଭୁବନେଶ୍ୱର: ଭୁବନେଶ୍ୱର ଆଧାରିତ ଏକ ନୂତନ ପିଢିର ସପିଙ୍ଗ୍ ପ୍ଲାଟ୍‌ଫର୍ମ, ବଜାରଓନେଟ୍‌୍ ପକ୍ଷରୁ ଆଜି ଓଡିଶା ବଜାରରେ ଏହାର ପରିଚାଳନା ଆରମ୍ଭ କରାଯାଇଛି । ଏମଡ଼ି ଏବଂ ସିଇଓ-ସଞ୍ଜୟ ମହାପାତ୍ର, ସିଏମଡ଼ି-ପ୍ରଦୀପ କୁମାର ଦାଶ ଏବଂ ଏମଡ଼ି ଅପରେସନ୍‌- ସୁଶାନ୍ତ ମହାପାତ୍ରଙ୍କ ଭଳି ଯୁବ ଉଦ୍ୟୋଗୀଙ୍କ ଟିମ୍ ଦ୍ୱାରା ପରିଚାଳିତ ବଜାରଓନେଟ୍‌୍ ରାଜ୍ୟବାସୀଙ୍କ ପାଇଁ ସପିଙ୍ଗ୍‌କୁ ଖୁବ୍ ସହଜ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ବଜାରଓନେଟ୍ ଭୁବନେଶ୍ୱର ଏବଂ କଟକରେ ଏହାର ସେବା ଉପଲବ୍ଧ କରାଇବାକୁ ଥିବାବେଳେ ନିକଟ ଭବିଷ୍ୟତରେ ଏହାର ସେବା ଗୁଡ଼ିକ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଉପଲବ୍ଧ ହେବାର କାର୍ଯ୍ୟକ୍ରମ ରହିଛି ।
ବଜାରଓନେଟ୍‌୍ ଗ୍ରାହକଙ୍କୁ ଏପରି ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରୁଛି ଯେଉଁଠାରେ ସପିଙ୍ଗ ଆପଣଙ୍କ ଆଙ୍ଗୁଳିଟିପରେ ଅତି ସହଜରେ ହୋଇପାରିବ । ଗ୍ରାହକମାନେ ଆପ୍ ମାଧ୍ୟମରେ ନିଜେ କିଣାକିଣିକରି, ଗୋଟିଏ ଡାଇରେକ୍ଟ କଲ୍‌ରେ ସାମଗ୍ରୀ ଅର୍ଡର କରି କିମ୍ବା ହ୍ୱାଟ୍‌ସଆପ୍ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ମେସେଜ୍ ପଠାଇବା ଭଳି ଯେକୌଣସି ଗୋଟିଏ ସହଜ ମାଧ୍ୟମକୁ ସପିଙ୍ଗ୍ ପାଇଁ ଚୟନ କରିପାରିବେ; ବଜାରଓନେଟ୍‌୍ ବଜାରରେ ଉପଲବ୍ଧ ସବୁଠାରୁ ସୁଲଭ ଦରରେ ଆପଣଙ୍କ ପସନ୍ଦର ସାମଗ୍ରୀ ଆପଣଙ୍କ ଘରେ ଡେଲିଭର କରିବାକୁ ସବୁବେଳେ ଖୁସି ଅନୁଭବ କରିବ । ବଜାରଓନେଟ୍‌୍ ଆପ୍ ଆଣ୍ଡ୍ରଏଡ୍ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେଉଛି । ଏହା ବ୍ୟତିତ ଗ୍ରାହକମାନେ କମ୍ପାନୀର ୱେବସାଇଟ୍‌ରେ ମଧ୍ୟ କିଣାକିଣି କରିପାରିବେ । ବଜାରଓନେଟର ଶୁଭାରମ୍ଭ ଅବସରରେ ଭୁଖ୍ୟ ଅତିଥିରୂପେ ଭୁବନେଶ୍ୱର ମଧ୍ୟ ବିଧାୟକ, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଅଭିନେତା, ସମରେଶ ରାଉତରୟ, ବିଶିଷ୍ଟ ବ୍ୟବସାୟି, ରୋହିତ ଗାନ୍ଧି, ଓଲିଉଡ଼ ପ୍ରଡ଼୍ୟୁସର, ବିନି ସାମଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।


ଏହି ନୂତନ ଭେନ୍‌ଚର ସମ୍ପର୍କରେ ଘୋଷଣାକରି ଶ୍ରୀଯୁକ୍ତ ସଞ୍ଜୟ ମହାପାତ୍ର ଓ ପ୍ରଦୀପ ଦାଶ ଗୋଟିଏ ସମାନ ବିଚାରର ପ୍ରତିନିଧିତ୍ୱ କରିଥିବା ସହିତ କହିଛନ୍ତିଯେ, \”ଆମେ ରାଜ୍ୟରେ ୧୦୦୦ଟି ନିଯୁକ୍ତି ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ । ଏହା ରାଜ୍ୟବାସୀଙ୍କ ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ବଜାରଓନେଟର ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା, ଚାଷୀ, ନିର୍ମାତା, କିରାନା ଷ୍ଟୋର୍‌, ଛୋଟ ଦୋକାନୀ ଓ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱପ୍ନ ରହିଛି । ଏହା ଉପଭୋକ୍ତାଙ୍କ ମାଧ୍ୟମରେ ଚାଷୀ/ନିର୍ମାତାଙ୍କ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବାକୁ ଚାହୁଁଛି । ଏହିଭଳିଭାବେ ଉପଭୋକ୍ତାମାନେ ସୁଲଭ ମୂଲ୍ୟରେ ସଠିକ୍ ଉତ୍ପାଦ ପାଇପାରିବେ ଏବଂ ରାଜ୍ୟର ଚାଷୀମାନେ ମଧ୍ୟ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ପାଇପାରିବେ । ଏହା ବାସ୍ତବରେ ମଧ୍ୟସ୍ଥିଙ୍କ ଆବଶ୍ୟକତାକୁ ଶେଷ କରିବ, ଯେଉଁମାନେକି ଅଧିକାଂଶ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ ଅଟନ୍ତି ଯେତେବେଳେ ଉତ୍ପାଦଗୁଡିକ ଚାଷୀ ଓ ନିର୍ମାତାଙ୍କଠାରୁ ଉପଭୋକ୍ତାଙ୍କ ନିକଟକୁ ବଜାର ମାଧ୍ୟମରେ ପହଂଚିଥାଏ ।’
ବଜାରଓନେଟ୍‌୍ ବିଶ୍ୱାସ କରୁଛି ଯେ, ବ୍ୟବସାୟୀ ଓ ଷ୍ଟୋରଗୁଡିକ ହେଉଛନ୍ତି ବାସ୍ତବରେ ଭାରତରେ ଅର୍ଥନୀତିର ଦୁଇଟି ବାହକ ଏବଂ ଏହା ବ୍ୟବସାୟ କରିବା ପାଇଁ ଏକ ସ୍ୱତନ୍ତ୍ର ଅନ୍‌ଲାଇନ୍‌-ଅଫ୍‌ଲାଇନ୍ ମଡେଲ୍ ବଜାରକୁ ଆଣିଛି । ବଜାରଓନେଟ୍‌୍ ସେମାନଙ୍କୁ ଏକ ସିଙ୍ଗଲ୍ ନେଟ୍‌ୱର୍କ ସିଙ୍ଗଲ ୱିଣ୍ଡୋରେ ସେମାନଙ୍କ ସହ ଜଡିତ ହେବା ଲାଗି ଏକ ସାଧାରଣ ପ୍ଲାଟ୍‌ଫର୍ମ ଆଣିଛି ଯେଉଁଠାରେ ସେମାନେ ଦେଶବ୍ୟାପୀ ଅର୍ଥନୀତିକୁ ସକ୍ରିୟ କରିପାରିବେ ।


Share It

Comments are closed.