ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ


ସାହିଦ କପୁରଙ୍କ ଅଭିନିତ ଫିଲ୍ମ ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ ହୋଇଛି । ଏଥିରେ ସାହିଦଙ୍କ ବ୍ୟତୀତ ଲିଡ ରୋଲରେ ଶ୍ରଦ୍ଧା କପୁର, ୟାମି ଗୌତମ ଏବଂ ଦିବ୍ୱେନ୍ଦୁ ଶର୍ମା ପ୍ରମୁଖ ନଜରରେ ଆସିବେ । ଟଇଲେଟ ଏକ ପ୍ରେମ କଥା ଫିଲ୍ମର ପ୍ରସ୍ତୁତକର୍ତ୍ତାମାନେ ଇଲେକଟ୍ରିକ ସମସ୍ୟା ଉପରେ ପ୍ରସ୍ତୁତ କରୁଥିବା ଏହା ଏକ ସାମାଜିକ ଫିଲ୍ମ । ସାହିଦ ଏହି ଫିଲ୍ମ ଜରିଆରେ ଅକ୍ଷୟଙ୍କ ପଥ ଅନୁସରଣ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଫିଲ୍ମଟିର ଟ୍ରେଲର ଶୁକ୍ରବାର ତଥା ଅଗଷ୍ଟ ୧୦ରେ ଆସିଥିବା ବେଳେ ପରଦାକୁ ସେପ୍ଟେମ୍ବର ୨୧ରେ ଆସିବ ।

ଫିଲ୍ମଟି ଭାରତରେ ଦେଖାଯାଉଥିବା ଇଲେକଟ୍ରିକ ସମସ୍ୟା ସମ୍ପର୍କରେ ରହିଛି । ଉତ୍ତରାଖଣ୍ଡର ଏକ ଗାଁରେ ଶ୍ରୀ ନାରାୟଣ ସିଂହ ନାମକ ଏକ ବ୍ୟକ୍ତି କିପରି ବନ୍ଧୁତ୍ୱ ପାଇଁ ଏପରି ଏକ ସମସ୍ୟା ପାଇଁ କିପରି ଲଢୁଛନ୍ତି ତାହା ଦେଖିବାକୁ ମିଳିବ । ଫିଲ୍ମଟିରେ ସାହିଦଙ୍କୁ ଏକ ଓକିଲର ଭୂମିକାରେ ଦେଖିବାକୁ ମିଳିବ ଯେ ତାଙ୍କ ବନ୍ଧୁଙ୍କ ଆତ୍ମହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସରକାରଙ୍କ ସହିତ କୋର୍ଟରେ ଲଢିବେ । ତାଙ୍କ ବନ୍ଧୁ ଦିବ୍ୱେନ୍ଦୁ ଶର୍ମା ଯେ ୧.୫ ଲକ୍ଷର ଇଲେକଟ୍ରିକ ବିଲ ପଇଠ କରିବାର ଭାରରେ ଆତ୍ମହତ୍ୟା କରିବା ପରେ ସେ ସେହି ସରକାରୀ ସମସ୍ୟା ସହିତ ଯୁଦ୍ଧ କରିବେ । ୟାମି ଗୌତମ ଫିଲ୍ମରେ ସାହିଦଙ୍କ ଅପୋଜିସନ ଓକିଲଭାବେ ନଜରରେ ଆସିବେ ।


Share It

Comments are closed.