‘ହାଫ ଗର୍ଲଫ୍ରେଣ୍ଡ’ରେ ସୁଶାନ୍ତ ସିଂ ରାଜପୁତଙ୍କୁ ରିପ୍ଲେସ କରିଥିଲେ ଅର୍ଜୁନ କପୁର, ଚେତନ ଭଗତଙ୍କ ପୁରୁଣା ଟ୍ୱିଟରୁ ହୋଇଛି ଖୁଲାସା


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ ପ୍ରସଙ୍ଗ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ସୁଶାନ୍ତଙ୍କ ପ୍ରଶଂସକମାନେ ଲଗାତର ଭାବେ ଷ୍ଟାର କିଡ ଏବଂ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ଖୁବ ର୍ଟାର୍ଗେଟ କରୁଛନ୍ତି । ଏହା ମଧ୍ୟରେ ଏବେ ଏହି ଖବର ଶୁଣିବାକୁ ମିଳୁଛି ଯେ ୨୦୧୭ରେ ରିଲିଜ ହୋଇଥିବା ‘ହାଫ ଗର୍ଲଫ୍ରେଣ୍ଡ’ ମଧ୍ୟ ନେପୋଟିଜମ ସହ ଜଡ଼ିତ ।
ଫିଲ୍ମ ‘ହାଫ୍ ଗଲଫ୍ରେଣ୍ଡ’ରେ ଅର୍ଜୂନ କପୁରଙ୍କ ପୂର୍ବରୁ ସୁଶାନ୍ତ ସିଂ ରାଜନୁତଙ୍କୁ କାଷ୍ଟ କରାଯାଇଥିଲା । ଏହାର ଅଫିସିଆଲି ଘୋଷଣା ମଧ୍ୟ ହୋଇଯାଇଥିଲା । କିନ୍ତୁ ପରେ ସୁଶାନ୍ତଙ୍କ ସ୍ଥାନରେ ଅର୍ଜୂନ କପୁରଙ୍କୁ କାଷ୍ଟ କରାଯାଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ହିଁ ଏବେ ପ୍ରଶଂସକଙ୍କ ରାଗ ଫୁଟିଫୁଟି ବାହାରୁଛି । ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ବାଦ ବିବାଦ ଆରମ୍ଭ ହୋଇଯାଇଛି ।
ଚେତନ ଭଗତଙ୍କ ଏକ ପୁରୁଣା ଟ୍ୱିଟରୁ ଏହି କଥା ସାମ୍ନାକୁ ଆସିଛି । ଚେତନ ଭଗତ ଏହି ଫିଲ୍ମର ଘୋଷଣା ହେବା ପୂର୍ବରୁ ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ, ‘ମୋତେ ଏହା ଜଣାଇବାକୁ ଯାଇ ଖୁସି ଲାଗୁଛି ଯେ ସୁଶାନ୍ତ ସିଂ ରାଜପୁତ ମୋହିତ ସୁରୀଙ୍କ ଫିଲ୍ମ ‘ହାଫ ଗର୍ଲଫ୍ରେଣ୍ଡ’ରେ ନଜର ଆସିବାକୁ ଯାଉଛନ୍ତିା’


ଏହି ଟ୍ୱିଟ ୨୦୧୫ରେ କରାଯାଇଥିଲା । କିନ୍ତୁ ଏବେ ଏହି ଟ୍ୱିଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର କମେଂଟରେ କହିଛନ୍ତି ଯେ , ‘ହାଫ ଗର୍ଲଫ୍ରେଣ୍ଡ ଜଣେ ଯୁବକର କାହାଣୀ ଯେ କି ବିହାରର ଏବଂ ଗୋଟିଏ ଝିଅର ପ୍ରେମରେ ପଢ଼ିଯାଇଥାଏ । ସୁଶାନ୍ତ ଏହି ଚଳଚିତ୍ର ପାଇଁ ପରଫେକ୍ଟ ଥିଲେ । କିନ୍ତୁ ନେପୋଟିଜମ ଯୋଗୁଁ ଏହି ଫିଲ୍ମ ଅର୍ଜୁନ କପୁର କରିଥିଲେ ।’ଏହିଭଳି ଅନ୍ୟ ୟୁଜରମାନେ ମଧ୍ୟ ଏହା ଉପରେ ଅନେକ କଂମେଂଟ କରିଛନ୍ତି ।


ଏହି ଫିଲ୍ମ ୨୦୧୭ରେ ରିଲିଜ ହୋଇଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଥିଲେ । ଫିଲ୍ମର କାହାଣୀ ଏକ ବିହାରର ଯୁବକଙ୍କ କାହାଣୀ ଉପରେ ଅଧାରିତ ଏବଂ ଯାହାର ଆଡମିସନ ଦିଲ୍ଲୀ ୟୁନିଭର୍ସିଟିର ଏକ ବଡ଼ କଲେଜରେ ହୋଇଯାଇଥାଏ । ଯୁବକଟିକୁ ଏଠାରେ ଏକ ଧନୀଘରର ଝିଅ ସହ ପ୍ରେମ ହୋଇଯାଇଥାଏ । ଏହି ଫିଲ୍ମ ଚେତନ ଭଗତଙ୍କ ନୋବେଲ ଉପରେ ନିର୍ମିତ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ ।


Share It

Comments are closed.