ଫିଲ୍ମରେ ହିରୋ ଭାବେ ଅଭିନୟ କରିବାର କଳ୍ପନା କରିନଥିଲେ ଅର୍ଜୁନ କପୁର, ଫିଲ୍ମକୁ ଆସିବା ପୂର୍ବରୁ କିଛି ଏଭଳି ଦେଖାଯାଉଥିଲେ ଅର୍ଜୁନ କପୁର


ଅଭିନେତା ଅର୍ଜୁନ କପୁର ୨୬ ଜୁନରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ୧୯୮୫ରେ ମୁମ୍ବାଇରେ ଜନ୍ମିତ ଅର୍ଜୁନ କପୁରଙ୍କ ବାପା ଲୋକପ୍ରିୟ ନିର୍ମାତା ବୋନି କପୁର ଏବଂ ମା ସ୍ୱର୍ଗୀୟ ମୋନା କପୁର ଅଟନ୍ତି । ତାଙ୍କ ଭଉଣୀଙ୍କ ନାମ ଅଂଶୁଲା ଅଟେ । ଅର୍ଜୁନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଯୋଡ଼ି ହୋଇଥିବା କିଛି ରୋଚକ କଥା ।
ଅନିଲ କପୁର ଏବଂ ସଞ୍ଜୟ କପୁର ସମ୍ପର୍କରେ ଅର୍ଜୁନଙ୍କର ଦାଦା ହେବେ । ବୋନି କପୁର ମୋନା କପୁରଙ୍କ ଠାରୁ ଅଲଗା ହୋଇ ଶ୍ରୀଦେବୀଙ୍କ ସହ ବିବାହ କରିଥିଲେ । ଏହିଭଳି ଜାହ୍ନବୀ କପୁର ଏବଂ ଖୁସି କପୁର ଅର୍ଜୁନଙ୍କର ସାବତ ଭଉଣୀ ଅଟନ୍ତି । ସେହିଭଳି ସୋନମ କପୁର ମଧ୍ୟ ତାଙ୍କର ବଡ଼ ଭଉଣୀ ହେବେ ।

Arjun Kapoor with his father and sisiters

ଅର୍ଜୁନ କପୁର ପ୍ରଥମେ ନିର୍ଦ୍ଦେଶକ ନିଖିଲ ଆଡଭାନୀଙ୍କ ସହ ଫିଲ୍ମ ‘କଲ ହୋ ନା ହୋ’ରେ ଆସିଷ୍ଟାଂଟ ଡାଇରେକ୍ଟର ଭାବେ କାମ କରିଥିଲେ । ଏହା ବ୍ୟତୀତ ଅର୍ଜୁନ, ନିଖିଲଙ୍କ ଫିଲ୍ମ ‘ସଲାମେ-ଇସ୍କ’ରେ ଆସିଷ୍ଟାଂଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ । ଅର୍ଜୁନ କପୁର ଫିଲ୍ମ ‘ଓା୍ୱଂଟେଡ’ ଏବଂ ‘ନୋ ଏଂଟ୍ରି’ରେ ଆସିଷ୍ଟାଂଟ ପ୍ରଡ୍ୟୁସର ଭାବେ କାମ କରିଥଲେ । ଉଭୟ ଫିଲ୍ମକୁ ବୋନି କପୁର ନିର୍ମାଣ କରିଥିଲେ ।
Arjun Kapoor with his mother and sister

ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଅର୍ଜୁନଙ୍କ ଓଜନ ୧୪୦ କିଲୋ ଥିଲା । ଏମିତିରେ ହିରୋ ଭାବେ କାମ କରିବା ବିଷୟରେ ସେ ଚିନ୍ତା ମଧ୍ୟ କରୁନଥିଲେ । ପରେ ସଲାମାନ ଖାନଙ୍କ ମାର୍ଗଦର୍ଶନରେ ସେ ନିଜକୁ ଫିଟ କରିଥିଲେ । ସଲମାନ ନିଜ ଜିମରେ ଅର୍ଜୁନଙ୍କର ୱାର୍କଆଉଟ ମଧ୍ୟ କରାଉଥିଲେ ।

Arjun Kapoor with Salman Khan

ଅର୍ଜୁନ କପୁର ୟଶରାଜ ବ୍ୟାନରର ଫିଲ୍ମ ‘ଇଶକଜାଦେ’ରୁ ଫିଲ୍ମ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ଅର୍ଜୁନଙ୍କର ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା । ତାଙ୍କର ପ୍ରମୁଖ ଫିଲ୍ମଗୁଡ଼ିକ ମଧ୍ୟରେ ‘ଗୁଣ୍ଡେ’, ‘୨ ଷ୍ଟେଟ୍‌ସ’, ‘କୀ ଆଣ୍ଡ କା’ ଏବଂ ‘ପାନିପତ’ ଆଦି ରହିଛି ।


Share It

Comments are closed.