ଆର୍ଥିକ ଅସୁବିଧା ଲାଗିରହୁଛି କି? ଆପଣାନ୍ତୁ ଏହି ସବୁ ଉପାୟ


ମଣିଷ ମନରେ ସବୁବେଳେ ଗୋଟିଏ ଚିନ୍ତା ଥାଏ , କିଭଳି ଭାବରେ ଟଙ୍କା ରୋଜଗାର କରି ନିତ୍ୟାନ୍ତ ଆବଶ୍ୟକ ମେଣ୍ଟିଲା ପରେ ବଳକା ଟଙ୍କାକୁ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ । ପ୍ରାୟ କେତେକଙ୍କ କ୍ଷେତ୍ରରେ ଭଲ ରୋଜଗାର କଲେ ବି ଟଙ୍କା ସଞ୍ଚୟ ହୋଇପାରେ ନାହିଁ । ତେବେ ଏହି ଆର୍ଥିକ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ବାସ୍ତୁ ସମ୍ବନ୍ଧିୟ ନିୟମକୁ ଆପଣାନ୍ତୁ ।
– ପର୍ସରେ ଗୋଟେ ଛୋଟ ଦର୍ପଣ କିମ୍ବା ଅଇନା ଲଗାଇ ଦିଅନ୍ତୁ , ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ ।
– ଗରମ ଏବଂ ଥଣ୍ଡା ଜାତୀୟ ବସ୍ତୁ ଏକାଠି ରଖନ୍ତୁ ନାହିଁ ।
– ଅନବରତ ଜଳର ବ୍ୟବହାର କରନ୍ତୁ ନାହିଁ । ଟ୍ୟାପକୁ ଅନବରତ ଖୋଲି ରଖିବା ଦ୍ୱାରା ଅଜଥାରେ ନିଷ୍କାଷିତ ହେଉଥିବା ଜଳ, ଆପଣଙ୍କୁ ଧନ ହାନିର ସୂଚନା ଦିଏ । କିମ୍ବା ଟ୍ୟାପଟି ଖରାପ ହୋଇ ଅନବରତ ପାଣି ବାହାରୁଛି କି, ତେବେ ଏହାକୁ ତୁରନ୍ତ ଠିକ କରନ୍ତୁ ।
– ଟିଭିକୁ ଡାଇନିଙ୍ଗ ରୁମରେ ନ ରଖି ଅନ୍ୟତ୍ର କେଉଁଠି ରଖନ୍ତୁ ।
– ଘରକୁ ସକାଳେ ଏବଂ ସନ୍ଧ୍ୟାରେ ଝାଡୁ ମାରି ସଫା ରଖନ୍ତୁ । ବାସ୍ତୁ ଅନୁଯାଇ ଏହା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
– ଫ୍ରିଜ ଉପରେ ମାଇକ୍ରୋୱେଭ ଏବଂ ଓଭାନ ଭଳି କୌଣସିି ଓଜନିଆ ବସ୍ତୁ ରଖନ୍ତୁ ନାହିଁ ।


Share It

Comments are closed.