ଶାନ୍ତି ମେମୋରିଆଲ ହସ୍ପିଟାଲରେ ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମର ୧ମ ବାର୍ଷିକୀ ପାଳନ


ଭୁବନେଶ୍ୱର : ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଆଜି ହସ୍ପିଟାଲ ପରିସରରେ ଏହାର ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକୀ ପାଳନ କରାଯାଇଛି । ରୋଗୀଙ୍କ ଆଖିରୁ ପରିସ୍ଥିତିକୁ ଦେଖିବା ଓ ଅନୁଭବ କରିବା ପାଇଁ ଏବଂ ରୋଗୀଙ୍କ ବ୍ୟକ୍ତିଗତ ଆବଶ୍ୟକତା, ଇଚ୍ଛା, ଆକାଂକ୍ଷା ଓ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ କ’ଣ ସର୍ବୋତମ ତାହାର ନିଷ୍ପତି ନେବା ପାଇଁ ଅକ୍ଟୋବର ୨୦୨୧ରେ ହସ୍ପିଟାଲର ସମସ୍ତ କର୍ମଚାରୀ ସଦସ୍ୟମାନଙ୍କୁ ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମ ଅଧିନରେ ଔପଚାରିକ ଭାବେ ପ୍ରଶିକ୍ଷିତ କରାଯାଇଥିଲା ଯାହାଫଳରେ ଉକ୍ତ ରୋଗୀ ଯତ୍ନ ଓ ଚିକିତ୍ସା ପ୍ରକ୍ରିୟାର କେନ୍ଦ୍ର ହୋଇପାରିବେ ।
ଏକ ରୋଗୀ କୈନ୍ଦ୍ରିକ ହସ୍ପିଟାଲ ସଂସ୍ଥାର ଅଭିବୃଦ୍ଧି ପଥକୁ ଭଲ ଭାବରେ ବ୍ୟାଖ୍ୟା କରିପାରିବ, ବିଶେଷ କରି ଯେତବେଳେ ରୋଗୀଙ୍କ ଆବଶ୍ୟକତାକୁ ଏକ ସାମଗ୍ରିକ ଶୈଳୀରେ ପୂରଣ କରାଯିବ । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ମଧ୍ୟ ଏକ ସ୍ଥାୟୀ ଯତ୍ନ ଓ ଚିକିତ୍ସା ପ୍ରଣାଳୀ ରଖିବା ପାଇଁ ଏକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଛି । ଅକ୍ଟୋବର ୨୦୨୧ରେ ରୋଗୀ ପ୍ରଥମ ବିଚାରଧାରାକୁ ଆରମ୍ଭ କରାଯାଇଥିଲା ଏବଂ ଏହାର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମରେ ଏକ ବିସ୍ତୃତ ବିଶ୍ଳେଷଣ ଉପସ୍ଥାପନ କରାଯାଇଥିଲା ଯାହା ଉକ୍ତ ବିଚାରଧାରା କିଭଳି ଭିନ୍ନ ଭିନ୍ନ ସ୍ତରରେ ହସ୍ପିଟାଲ ଓ କର୍ମଚାରୀଙ୍କ ପ୍ରଦର୍ଶନ ଉପରେ ମତାମତକୁ ଉନ୍ନତ କରିପାରିଛି ତାହାକୁ ଆଲୋକପାତ କରିଥିଲା ।
ଏସମ୍ପର୍କରେ ହସ୍ପିଟାଲର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ସର୍ଜନ ଡଃ ଶ୍ରୀଜୟ ପଟ୍ଟନାୟକ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏଭଳି ଏକ ପରିବର୍ତନ ପାଇଁ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ ଯାହା ରୋଗୀମାନଙ୍କ ଖୁସିକୁ ବହୁଗୁଣିତ କରିଛି । ଏହି ଅବସରରେ ସେ କହିଥିଲେ, ‘ ରୋଗୀମାନଙ୍କଠାରୁ ବିବିଧ ଓ ଜଟିଳ ଚାହିଦାଗୁଡିକ ସହିତ, ଗୁଣାତ୍ମକ ଓ ବ୍ୟକ୍ତିଗତ ଯତ୍ନ ପ୍ରଦାନ କରିବା ଏବେ ସ୍ୱାସ୍ଥ୍ୟ ଫଳାଫଳ ଉପରେ ନିଶ୍ଚିତ ପ୍ରଭାବ ପକାଇଛି । ଏହା ଏକ ଅଧିକ ସକାରାତ୍ମକ ରୋଗୀ ପୁନରୁଦ୍ଧାର ଅନୁଭୂତି ପ୍ରତି ଯୋଗଦାନ ଦେଉଛି ଏବଂ ଅସୁସ୍ଥ ଥିବା ଲୋକଙ୍କ ପାଇଁ ଶାରୀରିକ ଓ ଜୀବନର ମାନସିକ ଗୁଣବତାକୁ ଉନ୍ନତ କରିଛି । ରୋଗୀଙ୍କ ଚିକିତ୍ସା ଯାତ୍ରା ପ୍ରତି ଏକ ନିରନ୍ତର ଆଭିମୁଖ୍ୟ ଯୋଗାଯୋଗକୁ ସୁଦୃଢ କରିଛି, ବିଶ୍ୱାସ ସ୍ଥାପନ କରିଛି, ନିଷ୍ପତି ନେବା ପାଇଁ ସମୃଦ୍ଧ ତଥ୍ୟ ହାସଲ କରିଛି ଏବଂ ରୋଗୀଙ୍କ ଚିକିତ୍ସା ଅନୁଭୂତିର ସାମଗ୍ରିକ ଉନ୍ନତିରେ ସାହାଯ୍ୟ କରିଛି ।’
ଅନେକ କର୍ମଚାରୀ ଯେଉଁମାନଙ୍କୁ ରୋଗୀମାନେ ରେଟ୍ ଦେଇଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବା ସହିତ ରୋଗୀ ପ୍ରଥମ ଚାମ୍ପିଅନ୍‌ର ପ୍ରମୋସ୍‌ନାଲ ବ୍ୟାଜ୍ ଦିଆଯାଇଛି । ମେଡିକାଲ ନିର୍ଦ୍ଦେଶକ ଓ ପ୍ରଖ୍ୟାତ ସର୍ଜନ ଡଃ ଚିତ ରଞ୍ଜନ ଦାସ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିଛନ୍ତି ଏବଂ ସେମାନଙ୍କୁ ନିରନ୍ତର ଭଲ ବ୍ୟବହାର ସହିତ ଲୋକମାନଙ୍କୁ ଖୁସି ଅନୁଭବ କରାଇବାକୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ ଅଧିକ ଆନନ୍ଦଦାୟକ କରିବା ଲାଗି କର୍ମଚାରୀଙ୍କ ପାଇଁ ଏକ ମଜାଦାର ସ୍ପଟ୍ କ୍ୱିଜ୍ କଂଟେଷ୍ଟ୍‌ର ମଧ୍ୟ ପରିଚାଳନା କରାଯାଇଥିଲା । ଆନନ୍ଦିତ କର୍ମଚାରୀମାନେ ଯାତ୍ରା ସମୟରେ ଏକତ୍ରିତ କରିଥିବା ନିଜର ଅନୁଭୂତି ସମ୍ପର୍କରେ କହିଥିଲେ ଏବଂ କିଭଳି ରୋଗୀ ପ୍ରଥମ ବିଚାରଧାରା ସେମାନଙ୍କର ଦୃଷ୍ଟିକୋଣ, ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀକୁ ପରିବର୍ତନ କରିଛି ତାହାକୁ ବର୍ଣ୍ଣନା କରିଥିଲେ । ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରମୋଦ ପାଣି ସେମାନଙ୍କର ସକ୍ରିୟ ଯୋଗଦାନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା ବିଭାଗ ମୁଖ୍ୟ ପାରିତୋଷ ଦାସ ପରିଚାଳନା କରିଥିଲେ ।

 


Share It

Comments are closed.