‘ଫନି’ର ମୁକାବିଲା ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟାପକ ପ୍ରସ୍ତୁତି


ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟି ଆସନ୍ତା ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବାକୁ ଯାଉଛି ସାମୁଦ୍ରିକ ବାତ୍ୟା ‘ଫନି’ । ଏଥି ନିମନ୍ତେ ରାଜ୍ୟ ପ୍ରଶାସନ ଠାରୁ ଆରମ୍ଭକରି ସମସ୍ତ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ବିଭାଗ ଗୁଡ଼ିକୁ ମଧ୍ୟ ସଜାଗ କରାଯାଇଛି । ଏହାର ଭୟାବହତାକୁ ଦୃଷ୍ଟିରେରଖି ଜିକିତ୍ସା ହେଲଥ କେୟାର ଦ୍ୱାରା ପରିଚାଳିତ ୧୦୮ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ସମସ୍ତ ଦିଗରୁ ପ୍ରସ୍ତୁତ ରହିଛି । ଆଗରୁ ମଧ୍ୟ ୧୦୮ ଆମ୍ବୁଲାନ୍ସ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଲୋକମାନଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେଇ ବିଭିନ୍ନ ଉଦାହରଣ ସୃଷ୍ଟିକରିପାରିଛି ।
ଏହି ସମ୍ପର୍କରେ ସୂଚନା ଦେଇ ଜିକିତ୍ସା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ବାତ୍ୟା ଫନିକୁ ନେଇ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଏହ ସହ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସର କ୍ରିୟୁ, ସିଏଲ, ସିଡ଼ିସି କର୍ମଚାରୀ ମାନଙ୍କର ଛୁଟିକୁ ବାତିଲ କରାଯାଇଥିବାବେଳେ ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ୨୫ଟି ଅତିରିକ୍ତ ଗାଡ଼ି ମୁତୟନ କରାଯାଇଛି । ବାତ୍ୟାର ପ୍ରକୋପକୁ ଆଶଙ୍କାକରି ଆମ୍ବୁଲାନ୍ସ ଗମନାଗମନ ପାଇଁ ଯଥେଷ୍ଟ ପରିମାଣର ଇନ୍ଧନ ଗଛିତ ରଖାଯାଇଛି । ଆମ୍ବୁଲାନ୍ସ ଭିତରେ ଯଥେଷ୍ଟ ପରିମାଣର େଓøଷଧ, ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳକୁ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ ଏବଂ ଭୁବନେଶ୍ୱରସ୍ଥିତ କଣ୍ଟ୍ରୋଲ ରୁମରେ ଗଛିତ ରଖାଯାଇଛି । ଆହୁରୀ ମଧ୍ୟ ଏହି ସମୟରେ ନେଟୱାର୍କ ଅସୁବିଧା ପାଇଁ ଆମ୍ବୁଲାନ୍ସ ସେବା ସହିତ ଯୋଗାଯୋଗ ହୋଇନପାରିଲେ, ବ୍ୟକ୍ତିମାନେ ୧୦୮ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଅସ୍ଥାୟି ନମ୍ବର ୦୬୭୪-୭୧୪୩୧୦୮, ୦୬୭୪-୩୦୬୬୦୦୦ ଏବଂ ୧୦୨ ଆମ୍ବୁଲାନ୍ସ ସେବା ପାଇଁ ୦୬୭୪-୭୧୯୮୧୦୨ରେ କଲ୍ କରିପାରିବେ । ସିଡ଼ିସିରେ ସମସ୍ତ କ୍ରିୟୁ ମାନଙ୍କର ବ୍ୟକ୍ତିଗତ ନମ୍ବର ଉପଲବ୍ଧ ରହିଛି ।”


Share It

Comments are closed.