ପଡିଆ ମଝିରେ ରାଇନାଙ୍କ ଏବଂ ରିଷଭ ହେଲେ ମୁହାଁମୁହିଁ, ଦେଖନ୍ତୁ ଭିଡିଓ


ଗତ କାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚଟି ଗତ କାଲି ଚେନ୍ନାଇର ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇ, ଦିଲ୍ଲୀକୁ ୮୦ ରନରେ ପରାସ୍ତ କରିଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଗତ କାଲି ମ୍ୟାଚ ଖେଳାଯାଉଥିବା ସମୟରେ ରାଇନା ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟ କିପର ରିଷଭ ପନ୍ତଙ୍କ ମଧ୍ୟରେ କୌତୁହଳ ମୂହୂର୍ତ୍ତର କିଛି ଝଲକ ଦେଖିବାକୁ ମିଳିଥିବା । ଉଭୟଙ୍କ ମଧ୍ୟରେ ଏହି କୌତୁହଳ ମୂହୂର୍ତ୍ତର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି ରାଇନା, ଚେନ୍ନାଇ ପକ୍ଷରେ ବେଷ୍ଟ ସ୍କୋରର ରୂପେ ବିବେଚିଟ ହୋଇଥିବାବେଳେ ସେ ୩୭ ଟି ବଲରେ ୫୯ ରନ ଏକ ସୁନ୍ଦର ପାଳି ଖେଳିଥିଲେ । ରାଇନା ଗତ କାଲି ବ୍ୟାଟିଙ୍ଗ କରୁଥିବା ସମୟରେ ରିଷଭ ତାଙ୍କ ସହ ମଜା କରିବାକୁ ଲାଗିଲେ । ଘଟଣାଟି କିଛି ଏପରି ଘଟିଥିଲା ଯେ, ରାଇନା ଷ୍ଟ୍ରାଇକର ଏଣ୍ଡରୁ ଯେତେବେଳେ ବ୍ୟାଟିଙ୍ଗ କରିବା ପାଇଁ ଆଗକୁ ଆସିବାକୁ ଲାଗିଲେ, ସେତେବେଳେ ରିଷଭ ତାଙ୍କୁ ଆଗରୁ ଯିବାରେ ଗତିରୋଧ କରିଥିଲେ । କେବଳ ଥରୁଟିଏ ନୁହେଁ ରିଷଭ ବାରମ୍ବାର ରାଇନାଙ୍କ ସହ ଏଭଳି କରିଥିଲେ ।

ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେଉଥିବାବେଳେ ଏହି ଭିଡିଓକୁ ଅନେକ କ୍ରିକେଟ ପ୍ରେମୀ ସେୟାର ମଧ୍ୟ କରିସାରିଲେଣି । ଗତ କାଲି ଦିଲ୍ଲୀ ଟସ ଜିତି ଚିନ୍ନାଇକୁ ବ୍ୟାଟିଙ୍ଗ କରିବା ପାଇଁ ନିମନ୍ତ୍ରଣ ଦେଇଥିଲା । ଚେନ୍ନାଇ ଏହି ମ୍ୟାଛରେ ୨୦ ଓଭରରେ ୧୭୯ ରନ ସଂଗ୍ରହ କରିଥିବା ଏହା ଜବାବରେ ଦିଲ୍ଲୀ ୯୯ ରନ କରି ଅଲ ଆଉଟ ହୋଇଯାଇଥିଲା ।


Share It

Comments are closed.