ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ସହ ଥିବା ମିଷ୍ଟ୍ରି ଗର୍ଲଙ୍କୁ କୁ ନେଇ ଚର୍ଚ୍ଚା? ଫଟୋ ଭାଇରାଲ୍‌


ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଷ୍ଟାର୍କିଡ୍ସଙ୍କର ବହୁତ କ୍ରେଜ୍‌ । କିନ୍ତୁ ଅନେକ ସେଲିବ୍ରିଟିଙ୍କ ପିଲାମାନେ ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି । ସେମାନଙ୍କର ଲୋକପ୍ରିୟତା ମଧ୍ୟ କୌଣସି ତାରକାଙ୍କ ଠାରୁ କମ୍ ନୁହେଁ । ସେମାନଙ୍କ ଫଟୋ ଓ ଭିଡିଓ ପାଇଁ ଫ୍ୟାନ୍ସ ଦିୱାନା । ଏଥିମଧ୍ୟରୁ ସାମିଲ ଅଛି ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ପିଲା । ଯାହା ଉଭୟଙ୍କ ପିଲା ଗଣମାଧ୍ୟମଠାରୁ ଦୂରରେ ରୁହନ୍ତି। ଯେତେବେଳେ ବି ତାଙ୍କର ଫଟୋ ଆସେ। ସେମାନେ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି। ଏହି ସମୟରେ ଆରବ ଭାଟିଆଙ୍କ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସେ ଜଣେ ମିଷ୍ଟ୍ରି ଗର୍ଲ ସହ ନଜର ଆସିଛନ୍ତି। ତେବେ ଏହି ଝିଅ କିଏ ? ତାହା ସମସ୍ତେ ଜାଣିବାକୁ ଆଗ୍ରହୀ ।

ଆରବ ନାଓମିକା ସରନଙ୍କ ସହ ଫଟୋରେ ଦେଖିବାକୁ ମିଳିଛି। ନାଓମିକା ଏକ ସେଲଫି କ୍ଲିକ୍ କରୁଛନ୍ତି ଏବଂ ଉଭୟ କ୍ୟାମେରାକୁ ଦେଖୁଛନ୍ତି । ଏହା ପ୍ରଥମ ନୁହେଁ ପୂର୍ବରୁ ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି। ବାସ୍ତବରେ ଆରାବଙ୍କ ସହ ଥବା ଝିଅଟି ଟ୍ୱିଙ୍କଲ ଖାନ୍ନାଙ୍କ ଭଉଣୀ ରିଙ୍କି ଖାନ୍ନାଙ୍କ ଝିଅ । ଉଭୟଙ୍କ ମଧ୍ୟରେ ଏକ ଗଭୀର ବନ୍ଧନ ଅଛି। ପୋଷ୍ଟକୁ ଟ୍ୱିଙ୍କଲ ଖାନ୍ନା ମଧ୍ୟ ପସନ୍ଦ କରିଛନ୍ତି। ଜଣେ ପ୍ରଶଂସକ ପୋଷ୍ଟରେ କହିଛନ୍ତି ଯେ ମୁଁ ଉଭୟଙ୍କ ଅଭିନୟ ଦେଖିବାକୁ ଚାହୁଁଛି। ଆଉ ଜଣେ ଲେଖିଛନ୍ତି, ‘ସମ୍ପର୍କୀୟମାନେ ଏକାଠି ଖେଳନ୍ତି, ଏକାଠି ରୁହନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ପ୍ରିୟ ଭାଇଭଉଣୀ।

ରିଙ୍କି ଖାନ୍ନା ରାଜେଶ ଖାନ୍ନା ଏବଂ ଡିମ୍ପଲ୍ କାପାଡିଆଙ୍କ ସାନ ଝିଅ। ତାଙ୍କ ଫିଲ୍ମ କ୍ୟାରିୟରେ ସେତେ ସଫଳ ନଥିଲା। ଧିରେ ଧିରେ ସେ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ। ସେ ସମୀର ସରନଙ୍କୁ ବିବାହ କରିଛନ୍ତି। ସେ ଏବଂ ତାଙ୍କ ପରିବାର ଲଣ୍ଡନରେ ରୁହନ୍ତି। ନିକଟରେ ଆରବଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ଲଣ୍ଡନ ଯାଇଥିଲେ ବୋଲି ଅନୁମାନ କରାଯାଉଥିଲା।


Share It

Comments are closed.