ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବା ହେତୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ


ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଦିନ କରୋନା ପଜିଟିଭ ହୋଇଥିବା ଖବର ଦେଇଥିଲେ। ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଘରେ କ୍ଵାରେଣ୍ଟାଇନରେ ଅଛନ୍ତି ଏବଂ କରୋନା ନିୟମ ପାଳନ କରୁଛନ୍ତି ବୋଲି କହିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି। ତାଙ୍କୁ ସୋମବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅକ୍ଷୟ କୁମାର ସୋସିଆଲ ମିଡ଼ିଆ ଜରିଆରେ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ, “ଆପଣମାନଙ୍କ ଆଶୀର୍ବାଦ କାମ କରୁଛି, ମୁଁ ଭଲ ଅଛି କିନ୍ତୁ ସତର୍କତା ଦୃଷ୍ଟିରେ ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଖୁବ ଶୀଘ୍ର ଫେରି ଆସିବି। ଆପଣମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ” ରବିବାର ସନ୍ଧ୍ୟାରେ ଅକ୍ଷୟ କୁମାରଙ୍କୁ ମୁମ୍ବାଇ ପବଇ ଅଞ୍ଚଳରେ ଥିବା ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅକ୍ଷୟ କୁମାର ଫିଲ୍ମ ରାମସେତୁର ସୁଟିଂ କରୁଥିଲେ। ଇତି ମଧ୍ୟରେ ସେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହାପରେ ଫିଲ୍ମ ସହ ଜଡିତ ପାଖାପାଖି ୭୫ ଜଣଙ୍କ କରୋନା ଯାଞ୍ଚ ହୋଇଛି ଯେଉଁଥିରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ଫିଲ୍ମ ସୁଟିଂ ବନ୍ଦ କରିଦିଆଯାଇଛି।

ରାମସେତୁରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣଦିଶ ଓ ନୁସରତ ଭରୁଚା ମଧ୍ୟ ନଜର ଆସିବେ। ଫିଲ୍ମ ସୁଟିଂ ପୂର୍ବରୁ ସେ ମନ୍ଦିରରେ ପୂଜା କରିଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।


Share It

Comments are closed.