ସିଇଆରଟି-ଆଇଏନ ତାଲିକାଭୁକ୍ତ ହେଲା ଏୟାରଟେଲ୍‌


ଭୁବନେଶ୍ୱର: ସମଗ୍ର ଭାରତରେ ସାଇବର ଘଟଣାଗୁଡ଼ିକ ପାଇଁ ଥିବା ଭାରତର ନ୍ୟାସନାଲ ଇନସିଡେଂଟ ରେସପନ୍ସ ସେଂଟର-କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ (ସିଇଆରଟି-ଆଇଏନ) ଦ୍ୱାରା ତାଲିକାଭୁକ୍ତ ହେବାକୁ ଥିବା କମ୍ପାନୀଗୁଡ଼ିକର ଏକ ଦଳରେ ସାମିଲ ହୋଇଛି ଏୟାରଟେଲ । ଏହାଦ୍ୱାରା ଏୟାରଟେଲ କର୍ପୋରେଟ ଗ୍ରାହକଙ୍କ ବ୍ୟତୀତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମେତ ଘରୋଇ ସଂସ୍ଥାଗୁଡ଼ିକୁ ଏହାର ସାଇବର ସିକ୍ୟୋରିଟୀ ସମାଧାନ ଯୋଗାଇବାକୁ ସକ୍ଷମ ହେବ । ଏୟାରଟେଲ ସିକ୍ୟୋର ଅଧିନରେ ଏୟାରଟେଲ, ଉଦ୍ୟୋଗୀ ଗ୍ରାହକମାନଙ୍କୁ ଏଣ୍ଡ-ଟୁ-ଏଣ୍ଡ ପରିଚାଳିତ ସୁରକ୍ଷା ସମାଧାନ ପ୍ରଦାନ କରିଥାଏ, ଯାହାକି ବିଶ୍ୱସ୍ତରୀୟ ସହବନ୍ଧିତା ଜରିଆରେ ପ୍ରଦାନ କରାଯାଉଥିବା ଅତ୍ୟାଧୁନିକ ସମାଧାନଗୁଡ଼ିକ ସହିତ ଏୟାରଟେଲର ଦୃଢ଼ ନେଟୱର୍କ ସୁରକ୍ଷାକୁ ଏକତ୍ର କରିଥାଏ ।
ଏୟାରଟେଲ ସିକ୍ୟୋରର ଅଂଶ ଭାବେ ଏୟାରଟେଲ, ଏକ ଅତ୍ୟାଧୁନିକ ସୁରକ୍ଷା ଇଂଟେଲିଜେନ୍ସି ସେଂଟର ସ୍ଥାପନ କରିଛି, ଯାହାକି ସାମ୍ଭାବ୍ୟ ଅନଲାଇନ ବିପଦକୁ ଚିହ୍ନଟ ଏବଂ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଏଆଇ/ ଏମଏଲ ଉପକରଣର ପହଂଚ ସହିତ ଭାରତରେ ଶ୍ରେଷ୍ଠ ସେଂଟରଗୁଡ଼ିକ ମଧ୍ୟରେ ଅନ୍ୟତମ । ସିସ୍କୋ, ର‌୍ୟାଡୱେୟର, ଭିଏମୱେୟର ଏବଂ ଫୋର୍ସପଏଂଟ ଭଳି ବିଶ୍ୱ ଅଗ୍ରଣୀ କମ୍ପାନୀଗୁଡ଼ିକ ସହିତ ରଣନୀତିକ ସହବନ୍ଧିତା ମାଧ୍ୟମରେ ଏୟାରଟେଲ ସିକ୍ୟୋର ସର୍ବାଧିକ ବିସ୍ତୃତ ସମାଧାନ ପୋର୍ଟଫୋଲିଓ ସୃଷ୍ଟି କରିଛି ।
ଏହା ସମ୍ପର୍କରେ ଏୟାରଟେଲ ବିଜନେସର ସିଇଓ ତଥା ନିର୍ଦ୍ଦେଶକ ଶ୍ରୀ ଅଜୟ ଚିତକାରା କହିଛନ୍ତି ଯେ, “ସବୁ ଆକାରର ୧୦ ଲକ୍ଷରୁ ଅଧିକ ଉଦ୍ୟୋଗଗୁଡ଼ିକ ଦ୍ୱାରା ଏୟାରଟେଲ ବିଶ୍ୱାସଯୋଗ୍ୟ । ସୁରକ୍ଷା ଦୃଷ୍ଟିରୁ ଉଦ୍ୟୋଗଗୁଡ଼ିକର ପସନ୍ଦଯୋଗ୍ୟ ଅଂଶୀଦାର ହେବାର ଆମର ଯାତ୍ରାରେ ସିଇଆରଟି ତାଲିକାଭୁକ୍ତ ହେବା ଏକ ପ୍ରମୁଖ ସଫଳତା”


Share It

Comments are closed.