ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏନସିଏମସି ଡେବିଟ ଓ ପ୍ରିପେଡ କାର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ପରିବେଶ ଅନୁକୂଳ ଏନସିଏମସି (ନ୍ୟାଶନାଲ କମନ ମୋବିଲିଟି କାର୍ଡସ) ସକ୍ଷମ ଡେବିଟ ଓ ପ୍ରିପେଡ୍ କାର୍ଡର ଶୁଭାରମ୍ଭ କରାଯାଇଛି । ରୁପେ ଦ୍ୱାରା ପରିଚାଳିତ ଏହି ଇଂଟରଅପରେବୁଲ କାର୍ଡଗୁଡିକୁ ଉନ୍ମୋଚନ କରିବା ପାଇଁ ଏହି ବ୍ୟାଙ୍କ ନ୍ୟାଶନାଲ ପେମେଂଟ୍‌ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନପିସିଆଇ) ସହ ସହଭାଗିତା କରିଛି । ବ୍ୟାଙ୍କ ଏହାର ସେଭିଙ୍ଗ୍‌ସ ଆକାଉଂଟ ଗ୍ରାହକଙ୍କ ପାଇଁ ଏନସିଏମସି ସକ୍ଷମ ଡେବିଟ କାର୍ଡ ଏବଂ ୱାଲେଟ ଗ୍ରାହକଙ୍କ ପାଇଁ ଏନସିଏମସି ସକ୍ଷମ ପ୍ରିପେଡ କାର୍ଡର ଶୁଭାରମ୍ଭ କରିଛି । ଉଭୟ କାର୍ଡକୁ ପରିବେଶ ଅନୁକୂଳ ଇ-ପିଭିସି ସାମଗ୍ରୀରେ ନିର୍ମାଣ କରାଯାଇଛି, ଯାହାକି ଏହାର ପରିବେଶ ସ୍ଥାୟୀତ୍ୱ ପାଇଁ ପ୍ରମାଣିତ ଅଟେ । ଏହି କାର୍ଡଗୁଡିକର ଗ୍ରହଣୀୟତା ଦ୍ୱାରା ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପରିବେଶ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପ୍ରଭାବ ସୃଷ୍ଟି କରିପାରିବ ।
ଗ୍ରାହକମାନେ ସମସ୍ତ ମର୍ଚ୍ଚାଂଟ୍ ଏଷ୍ଟାବ୍ଲିସ୍‌ମେଂଟ, ଅନ୍‌ଲାଇନ (ଇକମର୍ସ) ସମେତ ଦେଶବ୍ୟାପୀ ମେଟ୍ରୋ, ବସ୍‌, ପାର୍କିଂ ସ୍ଥାନରେ ଅଫ୍‌ଲାଇନ ଏନସିଏମସି ଟ୍ରାଞ୍ଜିଟ୍ ଟ୍ରାଞ୍ଜାକ୍ସନରେ ସୁରକ୍ଷିତ ଓ କଂଟାକ୍ଟଲେସ୍ ପେମେଂଟ୍ କରିବା ପାଇଁ ଏହା ମଧ୍ୟରୁ ଯେକୌଣସି କାର୍ଡକୁ ବ୍ୟବହାର କରିପାରିବେ । ମେଟ୍ରୋ ଷ୍ଟେସନଗୁଡିକରେ ଯାତ୍ରୀମାନଙ୍କୁ ଧାଡିରେ ଠିଆ ହେବା ଓ ଟିକେଟ କିଣିବାର ସମସ୍ୟା ବିନା କେବଳ ଗେଟ୍‌ଗୁଡିକରେ ଟ୍ୟାପ୍ ଓ ଗୋ କରିବାକୁ ପଡିବ । ଏହି କାର୍ଡ ଟ୍ରାନ୍ସପୋର୍ଟ ଅପରେଟରଙ୍କ ଦ୍ୱାରା ସମର୍ଥିତ ସ୍ଥାନଗୁଡିକରେ ରିହାତି ଓ ମାସିକ ପାସ୍ ପ୍ରଦାନକୁ ସୁଗମ କରୁଛି, ଯାହା ବିଭିନ୍ନ ଟ୍ରାନ୍ସପୋର୍ଟ ଅପରେଟରଙ୍କ ପାଇଁ ଏକାଧିକ କାର୍ଡ କ୍ରୟ କରିବା ଓ ନିୟନ୍ତ୍ରଣ କରିବାର ଆବଶ୍ୟକତାକୁ ଦୂର କରୁଛି ।
ଏହି ଶୁଭାରମ୍ଭ ସମ୍ପର୍କରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ଥନାରାୟଣନ୍ କହିଛନ୍ତି, “ ଆମେ ଆମର ଇକୋ-ଫ୍ରେଣ୍ଡ୍‌ଲି ରେଞ୍ଜ୍‌ର ଏନସିଏମସି କାର୍ଡଗୁଡିକର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛୁ, ଯାହାକୁ ରିସାଇକେଲ୍‌ଡ ପିଭିସି ବ୍ୟବହାର କରି ନିର୍ମାଣ କରାଯାଇଛି । ଏହି କାର୍ଡଗୁଡିକ ସ୍ଥାୟିତ୍ୱ ପ୍ରତି ଆମର ସମର୍ପଣକୁ ଦର୍ଶାଉଛି, ଏକ ସୁରକ୍ଷିତ ଓ ସୁବିଧାଜନକ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଉଛି । ଆମେ ଭାରତର ଗୋଟିଏ ରାଷ୍ଟ୍ର, ଗୋଟିଏ କାର୍ଡ ଲକ୍ଷ୍ୟକୁ ସମର୍ଥନ କରୁଛୁ ଏବଂ ଏହି ଦିଗରେ କାର୍ଯ୍ୟ କରିବା ଜାରି ରଖିଛୁ ।” ଏହି ସହଭାଗିତା ସମ୍ପର୍କରେ ଏନପିସିଆଇର ସିଓଓ ପ୍ରବୀଣା ରାୟ କହିଛନ୍ତି, “ଏହି ସହଭାଗିତା କେବଳ ପେମେଂଟ୍ ଇକୋସିଷ୍ଟମକୁ ପରିବର୍ତନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ନର୍ଶାଉନାହିଁ ବରଂ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମର ସମର୍ପଣକୁ ଗୁରୁତ୍ୱ ଦେଉଛି । ଏଭଳି ଏକ ଭବିଷ୍ୟତ ବିକଶିତ କରୁଛି ଯେଉଁଠାରେ ପରିବହନ କ୍ଷେତ୍ରରେ ଡିଜିଟାଲ ଟ୍ରାଞ୍ଜାକ୍ସନଗୁଡିକ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟାପକ ଭାବେ ପହଂଚଯୋଗ୍ୟ ହୋଇଥିବ ।”
ଗ୍ରାହକମାନେ ଏବେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ଏନସିଏମସି ସକ୍ଷମ ଡେବିଟ କାର୍ଡକୁ ଏୟାରଟେଲ ଥ୍ୟାଙ୍କସ୍ ଆପ୍‌ରୁ ଅର୍ଡର କରିପାରିବେ କିମ୍ବା ନିକଟସ୍ଥ ବ୍ୟାଙ୍କିଙ୍ଗ ପଏଂଟ୍ ପରିଦର୍ଶନ କରି କିମ୍ବା ବିଭିନ୍ନ ମେଟ୍ରୋ ଷ୍ଟେସନଗୁଡିକରେ ଯେକୌଣସି ନିର୍ଦ୍ଧିାରିତ ପଏଂଟ୍‌ରୁ ଏହାକୁ ହାସଲ କରିପାରିବେ । ଏନସିଏମସି ସକ୍ଷମ ପ୍ରିପେଡ କାର୍ଡଗୁଡିକ ଖୁବ୍‌ଶୀଘ୍ର ଅନ୍‌ଲାଇନ ଓ ରିଟେଲ ପ୍ଲାଟ୍‌ଫର୍ମଗୁଡିକରେ ଉପଲବ୍ଧ ହେବ ।


Share It

Comments are closed.