ଓଡିଶାରେ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ପାଇଁ ଏୟାରଟେଲ୍ ଚାହିଦା ବୃଦ୍ଧି


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା, ଭାରତୀ ଏୟାରଟେଲ୍ ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶାରୁ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସବ୍‌ସ୍କ୍ରିପ୍‌ଶନ ପ୍ୟାକ୍‌ରେ ୧୪୩%ର ବୃଦ୍ଧି ପରିଲକ୍ଷିତ କରିଛି । କନେକ୍ଟେଡ୍ ରହିବାକୁ ସହଜ, ଅନ୍ତର୍ନିହିତକାରୀ ଓ ସୁବିଧାଜନକ କରିବା ପାଇଁ ଏୟାରଟେଲ୍ ଏହାର ଇଂଟରନ୍ୟାଶନାଲ ରୋମିଂ ପ୍ଲାନ୍‌କୁ ଏଭଳି ପ୍ରସ୍ତୁତ କରିଛି ଯେ, ଏହା ଦିନକୁ କେବଳ ୧୩୩ ଟଙ୍କାରୁ ଆରମ୍ଭ ହେଉଛି ଯାହା ଏହାକୁ ଅଧିକାଂଶ ଦେଶର ସ୍ଥାନୀୟ ସିମ୍ ତୁଳନାରେ ଅଧିକ ସୁଲଭ କରୁଛି ।

ଏହା ଉଭୟ ପ୍ରିପେଡ୍ ଓ ପୋଷ୍ଟପେଡ୍ ସେଗ୍‌ମେଂଟ୍‌ରେ ପ୍ୟାକ୍ ସବ୍‌ସ୍କ୍ରିପ୍‌ଶନ କ୍ଷେତ୍ରରେ କମ୍ପାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଆଣିଛି । ୧୦ ଦିନର ବୈଧ ପ୍ୟାକ୍‌ଗୁଡିକ ଓଡିଶାରେ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ପ୍ୟାକ୍ ସବ୍‌ସ୍କ୍ରିପ୍‌ଶନ ମଧ୍ୟରୁ ଅନ୍ୟତମ ଅଟେ । ୟୁଏସ୍‌ଏ ଓ ୟୁକେ, ଓଡିଶାରୁ ସର୍ବାଧିକ ଯାତ୍ରା କରାଯାଉଥିବା ଗନ୍ତବ୍ୟସ୍ଥଳୀ ହୋଇଥିଲେ ମଧ୍ୟ ଏୟାରଟେଲ୍ ନେଟ୍‌ୱର୍କରେ ଓଡିଶାରୁ ବିଦେଶ ଯାଉଥିବା ଲୋକଙ୍କ ପାଇଁ ୟୁଏଇ, ସାଉଦି ଆରବ, ବାଂଲାଦେଶ, କତାର ଓ ୟୁଏସ୍‌ଏ ସବୁଠାରୁ ଲୋକପ୍ରିୟ ଇଂଟରନ୍ୟାଶନାଲ ହଲିଡେ ଡେଷ୍ଟିନେଶନ ଅଟେ ।

ଏୟାରଟେଲ୍‌ର ଏହି ନୂଆ ଆନ୍ତର୍ଜାତୀୟ ରୋମିଂ ପ୍ଲାନ୍ ସମ୍ପର୍କରେ ଭାରତୀ ଏୟାରଟେଲ୍‌, ଓଡିଶା, ସିଓଓ ଆଶିଷ ଖୁରାନା କହିଛନ୍ତି ଯେ, “ଏୟାରଟେଲ୍‌ରେ ଆମେ ଆମର ଗ୍ରାହକଙ୍କ ଅନୁଭୂତିକୁ ଉନ୍ନତ କରିବା ପାଇଁ ନିରନ୍ତର ଭାବେ ନିଜକୁ ଆହ୍ୱାନ କରୁଛୁ । ଆମର ନୂଆ ଆନ୍ତର୍ଜାତୀୟ ରୋମିଂ ପ୍ଲାନ୍‌ଗୁଡିକ ପୁଣିଥରେ ଗ୍ରାହକଙ୍କୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି । ବିଦେଶକୁ ଭ୍ରମଣ କରିବା ସମୟରେ ନିର୍ଭରଯୋଗ୍ୟ ସଂଯୋଗ ବର୍ତମାନ ସମୟର ଏକ ନିଶ୍ଚିତ ଆବଶ୍ୟକତାରେ ପରିଣତ ହୋଇଛି । ଆମର ଅଗ୍ରଣୀ ରୋମିଂ ପ୍ଲାନ୍‌ଗୁଡିକ ଖୁବ୍ ସୁଲଭ ଅଟେ ଏବଂ ଏହା ଆମର ଗ୍ରାହକମାନେ ଯେପରି ନିଜର ସିମ୍ କାର୍ଡ କିମ୍ବା ନମ୍ବର ପରିବର୍ତନ କରିବାର ସମସ୍ୟା ବିନା ସବୁ ସ୍ଥାନରେ ସବୁ ସମୟରେ କନେକ୍ଟେଡ୍ ରହିପାରିବେ ତାହା ସୁନିଶ୍ଚିତ କରୁଛି ।”

ଏୟାରଟେଲ୍‌ର ଆନ୍ତର୍ଜାତୀୟ ରୋମିଂ ପ୍ଲାନ୍ ବାଧାମୁକ୍ତ ସଂଯୋଗ (ନମ୍ବର ପରିବର୍ତନର ଆବଶ୍ୟକତା ନାହିଁ), ସର୍ବୋତମ ଉପଲବ୍ଧ ନେଟ୍‌ୱର୍କ, ନମନୀୟ ଅବଧି ବିକଳ୍ପ, ଅସୀମିତ ଜରୁରୀକାଳିନ ସଂଯୋଗ, ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ନିୟନ୍ତ୍ରଣ ଏବଂ ଅନ୍ କଲ୍ ଓ ହ୍ୱାଟ୍‌ସଆପରେ ଉପଲବ୍ଧ ଏକ ସମର୍ପିତ ଟୋଲ୍‌-ଫ୍ରି ନମ୍ବର ୯୯୧୦୦-୯୯୧୦୦ ସମେତ ସ୍ଥାନୀୟ ସିମ୍‌କାର୍ଡଗୁଡିକ ଉପରେ ଅନେକ ସୁବିଧା ପ୍ରଦାନ କରୁଛି ।


Share It

Comments are closed.