ଆଦାନି ଗ୍ରୁପ୍ ପକ୍ଷରୁ ଭାରତର ପ୍ରଥମ ଅନ୍ତର୍ଜାତୀୟ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ରମ


ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନି
ଭୁବନେଶ୍ୱର: ଭାରତର ଗୋଡାରେ ଆଦାନି ଗ୍ରୁପ୍ ପକ୍ଷରୁ ସ୍ଥାପନ କରାଯାଇଥିବା ଅଲ୍‌ଟ୍ରା ସୁପର କ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଂଟ୍‌ରୁ ବାଲାଂଦେଶକୁ ସମସ୍ତ ବିଦ୍ୟୁତ ଶକ୍ତିର ବିକ୍ରି ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଜରିଆରେ ଆଦାନି ଗ୍ରୁପ୍ ଅନ୍ତର୍ଜାତୀୟ ବିଦ୍ୟୁତ ପ୍ରକଳ୍ପ କ୍ଷେତ୍ରରେ ପ୍ରବେଶ କରିିଥିିବା ବେଳେ ଏହା ହେଉଛି ଭାରତର ପ୍ରଥମ ଅନ୍ତର୍ଜାତୀୟ ବିଦ୍ୟୁତ ପ୍ରକଳ୍ପ ଯେଉଁଥିରୁ ଉତ୍ପାଦିତ ହେଉଥିବା ୧୦୦% ବିଜୁଳି ଅନ୍ୟ ଦେଶକୁ ଯୋଗାଣ କରାଯାଉଛି ।
ଏହି ଅବସରରେ ଆଦାନି ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନି ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସାକ୍ଷାତ କରିଛନ୍ତି । ଏହା ପରେ ଟୁଇଟ୍ କରି ସେ ଜଣାଇଛନ୍ତି ଯେ, “ସମ୍ପୂର୍ଣ୍ଣ ଲୋଡ୍ ଶୁଭାରମ୍ଭ ଓ ୧୬୦୦ ମେଗାୱାଟ୍‌ର ଅଲ୍‌ଟ୍ରା ସୁପର କ୍ରିଟିକାଲ୍ ଗୋଡା ପାୱାର ପ୍ଲାଂଟ୍‌କୁ ହସ୍ତାନ୍ତର କରିବା ଅବସରରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରି ଗର୍ବିତ । କୋଭିଡ୍ ମହାମାରୀ ସମୟରେ ସାହସର ସହିତ କାମ କରି ରେକର୍ଡ ସାଢ଼େ ତିନି ବର୍ଷ ଭିତରେ କାରଖାନାକୁ କାର୍ଯ୍ୟକ୍ଷମ କରିଥିବା ଭାରତ ଓ ବାଲାଂଦେଶର ଉତ୍ସର୍ଗୀକୃତ ଟିମ୍‌କୁ ମୁଁ ସଲାମ କରୁଛି ।’’
ଆଦାନି ପାୱାର ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ହେଉଛି ଆଦାନି ପାୱାର ଝାଡ଼ଖଣ୍ଡ ଲିମିଟେଡ୍ (ଏପିଜେଏଲ୍‌) ଯାହାକୁ ସ୍ଥାପନ କରାଯାଇଥିବା ଗୋଡା ପାୱାର ପ୍ଲାଂଟ୍ ପାଇଁ ଭରସାଯୋଗ୍ୟ ଦକ୍ଷତା ପରୀକ୍ଷଣ ଜୁଲାଇ ୧୨ରେ କରାଯାଇଥିଲା । ବିଦ୍ୟୁତ ଯୋଗାଣ ଆରମ୍ଭ କରିବା ପୂର୍ବରୁ ଉଭୟ ୟୁନିଟ୍ ଠିକ୍ ଭାବେ କାର୍ଯ୍ୟ କରୁଛି ନା ନାହିଁ ତାହା ପରଖିବା ଲାଗି ବାଲାଂଦେଶ ସହ ସ୍ୱାକ୍ଷର ହୋଇଥିବା ବିଦ୍ୟୁତ କିଣା ବୁଝାମଣାରେ ଥିବା ବାଧ୍ୟତାମୂଳକ ଆବଶ୍ୟକତା ଅନୁସାରେ ଛଅ ଘଂଟା ଧରି ଭରସାଯୋଗ୍ୟ ଦକ୍ଷତା ପରୀକ୍ଷା କରାଯାଇଥିଲା ।
ଭାରତର ଝାଡ଼ଖଣ୍ଡ ରାଜ୍ୟରେ ଥିବା ଗୋଡା ପ୍ଲାଂଟ୍‌ର ୮୦୦ ମେଗାୱାଟ୍‌ର ପ୍ରଥମ ୟୁନିଟ୍ ଏପ୍ରିଲ୍ ୬ରେ ଶୁଭାରମ୍ଭ ହୋଇଥିଲା । ଏପ୍ରିଲ୍ ୨୬ ରେ ୮୦୦ ମେଗାୱାଟ୍‌ର ଦ୍ୱିତୀୟ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରାଯାଇଥିଲା । ବାଲାଂଦେଶକୁ ବିଦ୍ୟୁତ ଯୋଗାଣ ଲାଗି ବାଲାଂଦେଶ ଗ୍ରିଡ୍ ସହ ସଂଯୋଗ ହୋଇଥିବା ଏକ ୪୦୦ କେଭିର ଉତ୍ସର୍ଗୀକୃତ ସଂଚରଣ ବ୍ୟବସ୍ଥା ବିକାଶ କରାଯାଇଥିବା ବେଳେ ୨୫ ବର୍ଷ ପର୍ଯ୍ୟନ୍ତ ୧୪୯୬ ମେଗାୱାଟ୍ ବିଦ୍ୟୁତ ଯୋଗାଣ ଲାଗି ବାଲାଂଦେଶ ବିଦ୍ୟୁତ ବିକାଶ ବୋର୍ଡ ସହ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
ଏହି ପାୱାର ପ୍ଲାଂଟ୍ ପକ୍ଷରୁ ବାଲାଂଦେଶକୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦରରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବ ଯାହା ବାଲାଂଦେଶର ଅର୍ଥନୈତିକ ବିକାଶ ଓ ସମୃଦ୍ଧି ପ୍ରତି ଯୋଗଦାନ ପ୍ରଦାନ କରିବ । ପରିବେଶ ଉପରେ ସର୍ବନିମ୍ନ ପ୍ରଭାବ ସହ ଏହି କାରଖାନାରେ ପ୍ରଭାବଶାଳୀ ଢଙ୍ଗରେ ବିଦ୍ୟୁତ ଉତ୍ପାଦନ କରାଯାଉଛି । ଆଦାନି ଗ୍ରୁପ୍ ପାଇଁ ଏହି ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ଦୁଇ ଦେଶ ଭିତରେ ଅର୍ଥନୈତିକ ସମ୍ପର୍କ ମଜଭୂତ କରିବ ।


Share It

Comments are closed.