ଫୋନ୍ପେ ପକ୍ଷରୁ ମାସିକ ସବ୍ସ୍କ୍ରିପ୍ଶନ ସହ ଭାରତର ପ୍ରଥମ ସ୍ୱାସ୍ଥ୍ୟବୀମା ପ୍ଲାଟ୍ଫର୍ମର ଶୁଭାରମ୍ଭ
ଭୁବନେଶ୍ୱର: ଫୋନ୍ପେ’ ଇନ୍ସୁରାନ୍ସ ବ୍ରୋକିଙ୍ଗ୍ ସର୍ଭିସେସ୍ ପକ୍ଷରୁ ଆଜି ଏହାର ସ୍ୱାସ୍ଥ୍ୟବୀମା ଯୋଜନାଗୁଡିକର ଶୁଭାରମ୍ଭ କରାଯାଇଛି । ଯାହାକି ଅଗ୍ରଣୀ ବୀମା କମ୍ପାନୀଗୁଡିକ ସହ ସହଭାଗିତାରେ ବ୍ୟାପକ ବୀମା ପ୍ରଦାନ କରୁଛି । ଏହା ହେଊଛି ଦେଶର ଏକମାତ୍ର ପ୍ଲାଟ୍ଫର୍ମ ଯେଉଁଠାରେ ଗ୍ରାହକମାନେ ଫୋନ୍ପେ’ ଆପ୍ରେ ୟୁପିଆଇ ମାଧ୍ୟମରେ ବୀମା ପାଇଁ ସହଜ କିସ୍ତିରେ ପଇଠ କରିପାରିବେ । ୟୁପିଆଇର ଏହି ମାସିକ ପେମେଂଟ୍ ମୋଡ୍ ଏହାକୁ ଗ୍ରାହକଙ୍କ ପାଇଁ ସବୁଠାରୁ ସୁଲଭ କରୁଛି । ଫୋନ୍ପେ ବର୍ତମାନ ସୁଦ୍ଧା ୫.୬ ମିଲିୟନରୁ ଅଧିକ ବୀମା ବିକ୍ରି କରି ଦେଶରେ ବୀମା ପରିଚାଳନା କ୍ଷେତ୍ରରେ ଆଗରେ ରହିଛି । ଫୋନ୍ପେ ଇନ୍ସୁରାନ୍ସ ପ୍ଲାଟ୍ଫର୍ମ ଭାରତର ୯୮% ପିନ୍କୋଡ୍ରେ ବୀମା ବିକ୍ରି କରିଥିବା ବେଳେ ୨୦୦ ମିଲିୟନରୁ ଅଧିକ ଭେଇକିଲ୍ ଇନ୍ସୁରାନ୍ସ କୋଟ୍କୁ ସେବା ପ୍ରଦାନ କରିଛି । ଏକ କୋଟି ଟଙ୍କା ପର୍ଯ୍ୟନ୍ତ କଭରେଜ ସହିତ ଆସୁଥିବା ଏହି ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନାଗୁଡିକ ଉପଭୋକ୍ତାଙ୍କୁ ବିନା କୌଣସି ପୁଞ୍ଜି/ସୀମାରେ ଯେକୌଣସି ହସ୍ପିଟାଲ ରୁମ୍ ଚୟନ କରିବାକୁ ଅନୁମତି ଦେଉଛି ।
ଫୋନ୍ପେ ଇନ୍ସୁରାନ୍ସ ବ୍ରୋକିଙ୍ଗ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ବୀମା ଯୋଜନାଗୁଡିକ ସହ ପ୍ରି ଓ ପୋଷ୍ଟ-ସେଲ୍ସ ଆସିଷ୍ଟାନ୍ସ ରହିଛି ଯାହା ଉପଭୋକ୍ତାଙ୍କୁ ସୂଚିତ ନିଷ୍ପତି ନେବା, ଦାବି ସମାଧାନ କରିବା ଓ ଅନ୍ୟାନ୍ୟ ସେବାଗୁଡିକୁ ହାସଲ କରିବା ପାଇଁ ସାହାଯ୍ୟ କରିଥାଏ । ଏହି ଲଂଚ୍ ଅବସରରେ ଫୋନ୍ପେର ଆର୍ଥିକ ସେବା ବିଭାଗର ଉପାଧ୍ୟକ୍ଷ ହେମନ୍ତ ଗାଲା କହିଛନ୍ତି, ‘ସ୍ୱାସ୍ଥ୍ୟ ବୀମା କ୍ରୟ କରିବା କ୍ଷେତ୍ରରେ ଅନ୍ୟତମ ବୃହତ୍ ପ୍ରତିବନ୍ଧକ ହେଉଛି ସୁଲଭତା ଏବଂ ଆମେ ମାସିକ ପେମେଂଟ୍ ଉପରେ ଗୁରୁତ୍ୱ ଦେଇ ଭାରତର ପ୍ରଥମ ହେଲ୍ଥ ଇନ୍ସୁରାନ୍ସ ମାର୍କେଟ୍ପ୍ଲେସ୍ ସୃଷ୍ଟି କରି ଏହି ସମସ୍ୟାର ସମାଧାନ କରିଛୁ ।’ ଫୋନ୍ରେ ସ୍ୱାସ୍ଥ୍ୟ ବୀମା କିଣିବା ପାଇଁ ଜଣେ ଗ୍ରାହକଙ୍କୁ ସେ ବୀମାଭୁକ୍ତ କରିବାକୁ ଚାହୁଁଥିବା ସମସ୍ତ ସଦସ୍ୟଙ୍କ ପାଇଁ ମୌଳିକ ତଥ୍ୟ ଦାଖଲ କରିବାକୁ ପଡିବ । କୋଟ୍ସ ପେଜ୍କୁ ଯାଇ ଇଚ୍ଛିତ କୋଟ୍ ଚୟନ କରିବାକୁ ହେବ ଏବଂ ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟ ବିବରଣୀ ଦାଖଲ କରିବା ପାଇଁ ପରବର୍ତୀ ପୃଷ୍ଠାକୁ ଯିବାକୁ ହେବ । ସୂଚନାକୁ ସମୀକ୍ଷା କରିବା ପରେ ତାଙ୍କୁ ନିଜର ମାସିକ କିମ୍ବା ବାର୍ଷିକ ପେମେଂଟ୍ ବିକଳ୍ପ ଧାର୍ଯ୍ୟ କରିବାକୁ ପଡିବ ।
Comments are closed.