ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଖାଦ୍ୟରେ ନିଶ୍ଚିନ୍ତଭାବେ ସାମିଲ କରନ୍ତୁ ଏହି ସମସ୍ତ ଉତ୍ପାଦ


ଖାଦ୍ୟ ପ୍ରସ୍ତୁତ ପାଇଁ ଆପଣ ବିଭିନ୍ନ ପ୍ରକାରର ମସଲା ଏବଂ ମସଲା ଜାତୀୟ ଉତ୍ପାଦ ବ୍ୟବହାର କରୁଥିବେ । କିନ୍ତୁ ଜାଣନ୍ତି କି ଏପରି କିଛି ଉତ୍ପାଦ ରହିଛି ଯାହା ଖାଦ୍ୟରେ ସ୍ୱାଦକୁ ବୃଦ୍ଧି କରିବା ସହିତ ଶରୀରରେ ସୁପରଫୁଡ ପରି କାର୍ଯ୍ୟ କରିଥାଏ । ଏହି ସମସ୍ତ ଉତ୍ପାଦ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ଏବଂ ଆପଣ ଏହାକୁ ନିତିଦିନ ବ୍ୟବହାର କରୁଥିବେ । ଆସନ୍ତୁ ଜାଣିବା ଏପରି କିଛି ରୋଷେଇ ଉତ୍ପାଦ ଯାହା ଆପଣଙ୍କ ଖାଦ୍ୟକୁ ସୁସ୍ଥକର କରିବା ସହିତ ଖାଦ୍ୟରେ ସୁପରଫୁଡ ମିଶ୍ରଣ କରିଥାଏ । ଆଶନ୍ତୁ ଜାଣିବା ସେହି ଉତ୍ପାଦ ସମ୍ପର୍କରେ . . . .
୧. ଗୋଲମରିଚ ଗୁଣ୍ଡ – ଗୋଲ ମରିଚ ଗୁଣ୍ଡରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଆପଣଙ୍କ ଶରୀରରେ ମେଟାବୋଲିଜମକୁ ବୃଦ୍ଧି କରିଥାଏ । ଶରୀରରେ ଏହା ଅତିରିକ୍ତ ଚର୍ବି ମଧ୍ୟ କମ କରିଥାଏ ଏବଂ ହଜମ କ୍ରିୟା ସକ୍ରିୟ କରିଥାଏ । ଏହା ମଧ୍ୟ ଆପଣଙ୍କ ପେଟରେ କୀଟଜନିତ ସମସ୍ୟା ତଥା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ ।
୨. ଭୃସଙ୍ଗ ପତ୍ର – ଭୃସଙ୍ଗ ପତ୍ରରେ ଭିଟାମିନ ବି ,ଭିଟାମିନ ବି ୩, ଆଇରନ ଏବଂ ପୋଟାସିୟମ ପରି ପୋଷକ ତତ୍ତ୍ୱ ପେଟ ଜନିତ ସମସ୍ୟା ଦୂର କରିଥାଏ । ଏବଂ ରୋଗ ପ୍ରତିରେଧକ ଶକ୍ତି ବୃଦ୍ଧି କରିଥାଏ । ଏହା ଶରୀରରେ ଅନାବଶ୍ୟକ ମିନେରାଲକୁ ପୂରଣ କରିଥାଏ ।
୩. ଡାଲଚିନି – ଡାଲିଚିନି ରୋଷେଇ ଘରେ ବ୍ୟବହୃତ ହେଉଥିବା ଏକ ସାଧାରଣ ମସଲା ଅଟେ । ମହିଳାମାନଙ୍କର ମାସିକିଆ ଋତୁସ୍ରାବ ସମୟରେ କଷ୍ଟରୁ ମୁକ୍ତି ପ୍ରଦାନ କରିଥାଏ । ଏବଂ ଆପଣ ପ୍ରତିଦିନ ମସଲାରେ ଡାଲିଚିନିରେ ବ୍ୟବହାର କରିବା ଦ୍ୱାରା ଶରୀରରେ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ । ପ୍ରତିଦିନ ଡାଲଚିନି ଖାଇବା ଦ୍ୱାରା ମଧ୍ୟ ଶରୀରରେ କେଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ ।
୪. ପଞ୍ଚ ଫୁଟଣ – ପଞ୍ଚ ଫୁଟଣରେ ପାଞ୍ଚ ପ୍ରକାରର ମସଲା ଉତ୍ପାଦ ରହିଥାଏ । ଏଥିରେ ଥିବା ସୋରିଷ, ଜିରା ଏବଂ ମେଥି ଶରୀରରେ କ୍ୟାଲସିୟମ, ପୋଟାସିୟମର ମାତ୍ରା ବୃଦ୍ଧି କରିଥାଏ । ଏଥିରେ ଥବା କପର ପରି ତତ୍ତ୍ୱ ପେଟର ଏବଂ ଶରୀରର ଖୁବ ଗମ୍ଭୀର ସମସ୍ୟାକୁ ଦୂର କରିଥାଏ ।


Share It

Comments are closed.