ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀଙ୍କୁ ଜେଲଦଣ୍ଡ


ଏକ ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ତଥା ଆଇଟମ ଗାର୍ଲ କୋଏନା ମିତ୍ରଙ୍କୁ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ପାଇଁ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅନେ୍ଧରୀ ମେଟ୍ରୋପଲିଟାନ କୋର୍ଟ ମାଜିଷ୍ଟ୍ରେଟ କେତକୀ ଚଭନ ରାୟରେ ମଡେଲ ତଥା ଅଭିଯୋଗକାରିଣୀ ପୁନମ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୩ର ଏହି ମାମଲା ଅନୁଯାୟୀ କୋଏନା ୨୨ ଲକ୍ଷ ଟଙ୍କା ପୁନମଙ୍କ ଠାରୁ କରଜ ନେଇଥିବାବେଳେ ଫେରସ୍ତ ବେଳକୁ ସେ ଆଉ ଧରାଛୁଆଁ ଦେଇନଥିଲେ । ପରବର୍ତ୍ତୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୩ ଲକ୍ଷ ଟଙ୍କାର ଏକ ଚେକ ଦେଇଥିଲେ, ଯାହାକି ବାଉନ୍ସ ହୋଇଯିବା ଫଳରେ ବ୍ୟାଙ୍କ ଗ୍ରହଣ କରିନଥିଲା । ମାମଲାଟି କୋର୍ଟରେ ଦୀର୍ଘ ଦିନ ଧରି ଗଡିବା ପରେ କୋଏନାଙ୍କୁ ଜେଲଦଣ୍ଡାଦେଶ ମିଳିଛି ।


Share It

Comments are closed.