ଅଭିନେତ୍ରୀ ଦୀପିକା ସିଂହଙ୍କ ମା’ କରୋନାରେ ଆକ୍ରାନ୍ତ, ଭିଡିଓ ମାଧ୍ୟମରେ କେଜ୍ରିୱାଲଙ୍କୁ ମାଗିଲେ ସାହାଯ୍ୟ


ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ଲକ୍ଷ ଟପିଯାଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତରଫରୁ ଶୁକ୍ରବାର ରାତି ୧୦:୧୫ରେ ଘୋଷିତ ସଂଖ୍ୟା ଅନୁଯାୟୀ,ଦେଶବ୍ୟାପି ସଂକ୍ରମଣର ମୋଟ ମାମଲା ବଢ଼ି ୩,୦୦,୫୧୯ ଯାଏଁ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮,୮୭୨ରେ ପହଞ୍ଚିଛି। ଏହା ସହିତ ୧.୫୨ଲକ୍ଷ ରୋଗୀ ସୁସ୍ଥ ହୋଇଛନ୍ତି। ଏହି ସମୟରେ ଟିଭି ଅଭିନେତ୍ରୀ ଦୀପିକା ସିଂହଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହୋଇଛି। ଦୀପିକାଙ୍କ ମାଆଙ୍କୁ କରୋନା ହୋଇଯାଇଛି ଏବଂ ଏହି ମାମଲାରେ ସେ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭାଇରାଲ୍ ଭିଡିଓ ସେୟାର କରି ଦୀପିକା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମ୍ବୋଧିତ କରି କହିଛନ୍ତି,‘ ସାର୍,ତାଙ୍କ ୫୯ବର୍ଷ ବୟସ୍କା ମାଆ ଦିଲ୍ଲୀରେ ତାଙ୍କ ବାପାଙ୍କ ସହ ଅଛନ୍ତି। ତାଙ୍କର ଆଜି ରିପୋର୍ଟରେ କରୋନା ପଜିଟିଭ ଆସିଛି। ୪ଦିନ ତଳେ ତାଙ୍କର ଟେଷ୍ଟ୍ ହୋଇଥିଲା,କିନ୍ତୁ ଡାକ୍ତର ତାଙ୍କୁ ଆଜି ଯାଏଁ ହାତରେ ରିପୋର୍ଟ ଦେଇ ନାହାନ୍ତି। କେବଳ ବାପାଙ୍କୁ ଏହି ରିପୋର୍ଟର ଫଟୋ ଉଠାଇ ନେବାକୁ କହିଥିଲେ। ତାଙ୍କ ପାଖରେ ହ୍ୱାଟସଆପ ମଧ୍ୟ ନାହିଁ। ତାଙ୍କ ପାଖରେ ରିପୋର୍ଟ ନଥିବାରୁ ସେମାନେ ତାଙ୍କୁ କୌଣସି ହସ୍ପିଟାଲରେ ଦେଖାଇ ପାରୁନାହାନ୍ତି।’

https://www.instagram.com/tv/CBVezWPA_c_/?utm_source=ig_web_copy_link

 

ସେ ଭିଡିଓରେ ଆଗକୁ କହିଛନ୍ତି ଯେ ‘ସେ ମୁମ୍ବାଇରେ ଅଛନ୍ତି। ତାଙ୍କର ଏକ ଛୋଟ ପୁଅ ରହିଛି। ତାଙ୍କ ପାଇଁ ଏଠାରୁ ଯାତ୍ରା କରିବା ଅସମ୍ଭବ। ଗତକାଲି ତାଙ୍କ ଭଉଣୀ ଅନାମିକା ସିଂହ ତାଙ୍କ ପାଖକୁ ଫ୍ଲାଇଟ୍ ଯୋଗେ ଯାଇଛନ୍ତି। କିନ୍ତୁ ତାଙ୍କୁ ମଧ୍ୟ ଜଣା ନଥିଲା ଯେ ମାଆଙ୍କ ରିପୋର୍ଟ ପଜିଟିଭ ଆସିବ କାରଣ ମାଆଙ୍କୁ ଜ୍ୱର ହୋଇଥିଲା ଏବଂ ଆଉ କୌଣସି ଜିନିଷର ଟେଷ୍ଟ୍ ଆସୁନଥିଲା। କୌଣସି କାରଣ ବଶତଃ ଡାକ୍ତରଙ୍କ ବିନା ପରାମର୍ଶରେ ତାଙ୍କୁ ଆମେ ଟେଷ୍ଟ୍ କରାଇଥିଲୁ। ତେଣୁ ସେ କିପରି ରିଆକ୍ଟ କରିବେ କିଛି ବୁଝିପାରୁ ନାହାନ୍ତି’।


Share It

Comments are closed.