ଦୁର୍ଘଟଣାରେ ଗୁରୁତର ଆହତ ଅଭିନେତା ସାଇ ଧରମ ତେଜ, ହସ୍ପିଟାଲରେ ଭର୍ତି


ଟଲିଉଡ ଅଭିନେତା ସାଇ ଧରମ ତେଜ ଗତ କାଲି ରାତିରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଦୁର୍ଗମଚେରୁଭ କେବୁଲ ବ୍ରିଜ ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ସାଇ ଏକ ସ୍ପୋର୍ଟସ ବାଇକରେ ଯାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଆଖି, ଛାତି ଏବଂ ଅଣ୍ଟାର ଅନେକ ଅଂଶରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛି ଯେ ସାଇ ବର୍ତ୍ତମାନ ଭଲ ଅଛନ୍ତି।

ସାଇଙ୍କ ଟିମ୍ କହିଛି, ‘ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଚିନ୍ତା କରିବାର କିଛି ନାହିଁ। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦୁର୍ଘଟଣାର ଖବର ଶୁଣି ପରିବାର ସଦସ୍ୟ, ଭାଇ ବୈଷ୍ଣବ ତେଜ, ମାମୁଁ ପୱନ କଲ୍ୟାଣ ଏବଂ ସମ୍ପର୍କୀୟ ଭାଇ ବରୁଣ ତେଜ ଡାକ୍ତରଖାନାରେ ପହଞ୍ଚିଛନ୍ତି।


Share It

Comments are closed.