ଗାଡି ଦୁର୍ଘଟଣାରେ ୧ ମୃତ ୬ ଆହତ ; କ୍ୟାମେରାରେ କଏଦ ହେଲା ଦୃଶ୍ୟ


ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ରାଜଧାନୀ ଦିଲ୍ଲୀର ଗାଜିପୁର ମାର୍କେଟ କମ୍ଲେସ ଅଭିମୁଖେ ଆସୁଥିବା ଏକ ଦ୍ରୁତ ଗତିରେ କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନାମ ହେଉଛି ସୀତା ଦେବୀ (୨୨) ।

ହତ୍ୟାକାରୀ ଗାଡି ଚାଳକକୁ ପୋଲିସ ହେପାଜତକୁ ନେଇଥିବାବେଳେ ଉପଯୁକ୍ତ ପ୍ରକ୍ରିୟା ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।
ଏହି ଦୁର୍ଘଟଣାରେ ହତ୍ୟାକାରୀ ଗାଡି ଚାଳକ ଆହତ ହୋଇଥିବାବେଳେ ତାକୁ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରଖାଯାଇଛି । ଅଭିଯୋଗ ଦାଖଲ କରାଯିବ ପରେ ଆହତଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସଂପୂର୍ଣ୍ଣ ଘଟଣାକ୍ରମର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବାବେଳେ ରାସ୍ତାରେ ଥିବା ଦୋକାନ ଘରକୁ ଗୋଡି ଧକ୍କା ଦେଇଥିବାର ଦେଖିବାକୁ ମିଳିଛୁ । ଦୋକାନକୁ ଧକ୍କା ଦେବା ପରେ ଗାଡିଟି ଦ୍ରୁତ ଗତିରେ ଚାଲିଯାଇଥିବାର ଦେଖିବାକୁ ମିଳୁଛି ।


Share It

Comments are closed.