ବବୀତାଜୀଙ୍କ ସହ ନିର୍ବନ୍ଧ ଖବରକୁ ନେଇ ମୁହଁ ଖୋଲିଲେ ଟପ୍ପୁ


ଭୁବନେଶ୍ୱର : ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏହି ସୋ’ର ଚର୍ଚ୍ଚିତ କଳାକାର ବବିତାଜୀ (ମୁନମୁନ ଦତ୍ତ) ଏବଂ ଟପ୍ପୁ (ରାଜ ଅନାଦକତ)ଙ୍କର ନିର୍ବନ୍ଧ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବର୍ତ୍ତମାନ ରାଜ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ସଂପର୍କରେ ମୁହଁ ଖୋଲିଛନ୍ତି ।
ତାରକ ମେହତାକା ଓଲଟା ଚଷମା ଗତ ଅନେକ ବର୍ଷ ହେବ ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛି । ଏହି ସୋ’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ମଧ୍ୟ ହୋଇଛି । ଏହି ସୋ’ର ସମସ୍ତ କଳାକାରଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି । ସେପଟେ, ଏହି ସୋ’ରେ କାର୍ଯ୍ୟ କରୁଥିବା କଳାକାର ଅନେକ ସମୟରେ ବେଶ ଚର୍ଚ୍ଚାରେ ରହୁଥିବାବେଳେ ବର୍ତ୍ତମାନ ଏହି ସୋ’ର ଷ୍ଟାର କଳାକାର ବବିତା ଜୀ (ମୁନମୁନ ଦତ୍ତ) ଏବଂ ସୋ’ର ଅଂଶ ରହିସାରିଥିବା ଟପ୍ପୁ (ରାଜ ଅନାଦକତ)ଙ୍କର ନିର୍ବନ୍ଧ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବର୍ତ୍ତମାନ ରାଜ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ସଂପର୍କରେ ମୁହଁ ଖୋଲିଛନ୍ତି ।


ରାଜ ଏହି ଖବରକୁ ଗୁଜବ ଏବଂ ସଂପୂର୍ଣ୍ଣ ମିଥ୍ୟା ବୋଲି କହି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ରାଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, “ହେଲୋ ମୁଁ ଏକ କଥାକୁ ସ୍ପଷ୍ଟ କରିଦେବାକୁ ଚାହୁଁଛି, ଆପଣ ଯେଉଁ ସମସ୍ତ ପୋଷ୍ଟ ସୋସିଆଲ ମିଡିଆରେ ଦେଖୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ଏବଂ କାଳ୍ପନିକ । ଟିମ ରାଜ ଅନାଦକତ” ।
ପ୍ରକାଶ ଥାଉକି , ପୂର୍ବରୁ ଏହି ଦୁହେଁଙ୍କ ଡେଟିଙ୍ଗକୁ ନେଇ ଚର୍ଚ୍ଚା ଲାଗିରହୁଥିବାବେଳେ ଉଭୟଙ୍କ ନାମକୁ ନେଇ ଅନେକ କଥା ମଧ୍ୟ ଶୁଣିବାକୁ ମିଳିଛି ।

 


Share It

Comments are closed.