ଭାରତରେ ଏପରି ଏକ ଗାଁ ଯେଉଁଠି ଅଧିକରୁ ଅଧିକ ଜନ୍ମ ହୁଅନ୍ତି ଯାଆଁଳା ଶିଶୁ


ଭାରତ ନିଜର ପରମ୍ପରା ଏବଂ ସଂସ୍କୃତି ପାଇଁ ଖୁବ ପରିଚିତ । ଭାରତର ବିଭିନ୍ନ ମନ୍ଦିର ପ୍ରତିଷ୍ଠାନ ଏବଂ ଅନୁଷ୍ଠାନ ନିଜର ବିଭିନ୍ନ ବିଶେଷତଃ ଏବଂ ସ୍ୱତନ୍ତ୍ରତା ପାଇଁ ପରିଚିତ । ଏପରି ଏକ ଗ୍ରାମ ରହିଛି ଯେଉଁଠି ଅଧିକରୁ ଅଧିକ ଯାଆଁଳା ଛୁଆ ଜନ୍ମଗ୍ରହଣ କରନ୍ତି ।

କେରଳର ଗ୍ରାମ କୋଡିହ୍ନି ଯେଉଁଠାରେ ସାଧାରଣଭାବେ ଜନସଂଖ୍ୟା ୨୦,୦୦୦ କିନ୍ତୁ ପ୍ରାୟ ୪୦୦ରୁ ଅଧିକ ଲୋକେ ସେଠାରେ ଯାଆଁଳା ଅଟନ୍ତି । ଏହି ଗ୍ରାମ ମଲ୍ଲପୁରମ ଜିଲ୍ଲାରେ କୋଟି ଠାରୁ ୧୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମରେ ରହୁଥିବା ସର୍ବପୁରାତନ ଯାଅଁଳା ଭାଇଭଉଣୀଙ୍କ ମଧ୍ୟରେ ଅବଦୁଲ ହମିଦ ଏବଂ ତାଙ୍କ ଭଉଣୀ କୁହ୍ନି କାଦିଆ ଅଟନ୍ତି।

ଏହି ଗାଁରେ ପୂର୍ବରୁ ଖୁବ କମ ପରିମାଣର ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରୁଥିଲେ କିନ୍ତୁ କିଛି ଦିନ ପରେ ଯାଆଁଳା ଶିଶୁ ଜନ୍ମହାର ବଢିବାରେ ଲାଗିଥିଲା । ୨୦୦୮ରେ ୩୦୦ ଜଣ ଶିଶୁଙ୍କ ମଧ୍ୟରେ ୩୦ଜଣ ଯାଆଁଳା ଶିଶୁ ଥିଲେ । ଏବଂ କିଛି ବର୍ଷ ମଧ୍ୟରେ ଏହାର ସଂଖ୍ୟା ୬୦କୁ ପହଞ୍ଚିଥିଲା । ଏଠାରେ ଜନ୍ମ ଗ୍ରହଣ କରୁଥିବା ଶିଶୁ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ହୋଇଥାନ୍ତି ଏବଂ ମା ମାନେ ମଧ୍ୟ ସୁସ୍ଥ ରହିଥାନ୍ତି ।

ବିଶ୍ୱର ରେକର୍ଡ ଆନୁଯାୟୀ ପ୍ରତି ୧୦୦୦ଜଣ ଶିଶୁରେ ୪ଟି ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଥାନ୍ତି କିନ୍ତୁ  ଭାରତରରେ ଏହାର ସଂଖ୍ୟା ପ୍ରତି ୧୦୦୦ଜଣରେ ୯ ଅଟେ । ନାଇଜେରିଆର ଇଗବେ –ଓରା ଏପରି ଏକ ଗ୍ରାମ ଯାହାକୁ ବିଶ୍ୱର ଟୁଇନ ସିଟି କୁହାଯାଏ ଯେଉଁଠାରେ ପ୍ରତି ୧୦୦୦ଜଣରେ ୧୪୫ଜଣ ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଥାନ୍ତି ଏବଂ ଏହା ଏସିଆରେ ପ୍ରଥମ ଅଟେ ।

କରେଳ ର ଏହି ଗ୍ରାମ ଏବଂ ଯାଆଁଳା ଶିଶୁର ଜନ୍ମ ସମ୍ପର୍କରେ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଥିଲେ ମଧ୍ୟ କୌଣସି ଉତ୍ତର ପାଇନାହାଁନ୍ତି । ବ୍ରାଜିଲ ଏବଂ ଭିଏତନାମ ଇନଷ୍ଟିଚ୍ୟୁଟର ରିସର୍ଚ୍ଚରମାନେ ଏବଂ ସିଏସଆଇଆର ହାଇଦ୍ରାବାଦର ମଡୁଲାର ବାୟୋଲୋଜିର ରିସର୍ଚ୍ଚରମାନେ କୋଡିହ୍ନି ଗ୍ରାମର ଏହି ଆଶ୍ଚର୍ୟ୍ୟଜନକ ରହସ୍ୟ ସମାଧାନ ପାଇଁ ରିସର୍ଚ୍ଚ କରିଥିଲେ ମଧ୍ୟ କୌଣସି ତଥ୍ୟ ମିଳିପାରିନାହିଁ । ସେମାନେ ପିଲାମାନଙ୍କର ଲାଳ ଏବଂ ଡିଏନଏ ମଧ୍ୟ ସଂଗ୍ରହ କରିଛନ୍ତି ଏବଂ ରିସର୍ଚ୍ଚ ଜାରି ରଖିଛନ୍ତି ।


Share It

Comments are closed.