ଖୋଲାରେ ବିକ୍ରି କଲେ ଲାଗିବନି ଜିଏସଟି ଶୁଳ୍କ ବୋଲି ଟୁଇଟ କରି ଜଣାଇଲେ ଆର୍ଥମନ୍ତ୍ରୀ ଏନ. ସୀତାରମଣ


ଦେଶରେ ଅତ୍ୟାବଶ୍ୟକ ସମାଗ୍ରୀରେ ଜିଏସଟି ଲାଗୁ ହେବା ପରେ ଖାସ କରି ବିଭିନ୍ନ ଖାଦ୍ୟ ଉତ୍ପାଦ ତଥା ଚୁଡା ,ମୁଢି ଏବଂ ଅଟା ଇତ୍ୟାଦିରେ ଜିଏସଟି ଲାଗିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଚିନ୍ତା ବଢିବାକୁ ଲାଗିଥିଲା । ଏବଂ ଏହି ପ୍ରସଙ୍ଗକୁ ଆଧାର କରି ରାଜନିତୀ ମଧ୍ୟ ଜୋର ଧରିଥିଲା । ବିରୋଧୀ ଦଳ ନେତା ଏହି ବଢôଥିବା ଜିଏସଟି ହାରକୁ ନେଇ ଶାସକ ଦଳକୁ ଦୋଷୀ କରାଉଥିଲେ ଏବଂ ଅଧିବେଶନ ସରଗରମ ଥିଲା । ତେଣୁ ମଙ୍ଗଳବାର ଦିନ ଏହି ପ୍ରସଙ୍ଗକୁ କ୍ଲିୟର କରିବାକୁ ଯାଇ ମାନ୍ୟବର ଅର୍ଥ ମନ୍ତ୍ରୀ ନିର୍ମାଳା ସୀତାରମଣ ଏକ ଟୁଇଟ ଜରିଆରେ ଜଣାଇଛନ୍ତି ଯେ ବିଭିନ୍ନ ୧୪ଟି ଖାଦ୍ୟ ପଦାର୍ଥ ଯାହା ଖୋଲାରେ ବିକ୍ରି କରିବା ଦ୍ୱାରା ଏହା ଉପରେ ଜିଏସଟି ଲାଗୁ ହେବ ନାହିଁ । ସେହି ୧୪ଟି ଖାଦ୍ୟ ପଦାର୍ଥ ଗୁଡିକ ହେଉଛି ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି,ବେସନ, ଓଟସ, ମୁଢି ଏବଂ ଅଟା ଇତ୍ୟାଦି ।
ଏହି ପ୍ରସଙ୍ଗରେ ଏନ. ସୀତାରମଣ ଆହୁରି କହିଛନ୍ତି ଯେ, କଣ ପ୍ରଥମ ଥର ପାଇଁ ଖାଦ୍ୟ ପାଦର୍ଥ ଉପରେ ଏପରି କର ଲଗାଯାଉଛି ? ନା ରାଜ୍ୟ ସରକାର ଜିଏସଟି ନିୟମ ପୂର୍ବରୁ ଖାଦ୍ୟ ପଦାର୍ଥରୁ ଅଧିକ ରାଜସ୍ୱ ଆଦାୟ କରୁଥିଲେ । ପଞ୍ଜାବ କ୍ରୟକର ବାବଦରେ ଖାଦ୍ୟ ପଦାର୍ଥରୁ ୨ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରୁଥିବା ବେଳେ ୟୁପି ୭ଶହ କୋଟି ସଂଗ୍ରହ କରୁଥିଲା ।
ଏହି ସମସ୍ତ ୧୪ ପ୍ରକାରର ଖାଦ୍ୟ ଉତ୍ପାଦ ଖୋଲାରେ ବିକ୍ରି କରିବା ଦ୍ୱାରା କୌଣସି ଜିଏସଟି ଶୁଳ୍କ ଦେବାକୁ ପଡିବ ନାହିଁ କିନ୍ତୁ ଏହି ସମସ୍ତ ଖାଦ୍ୟ ପଦାର୍ଥକୁ ବ୍ରାଣ୍ଡେଡ ପ୍ୟାକେଟ ମାଧ୍ୟମରେ ବିକ୍ରି କରିବା ଦ୍ୱାରା ୫ପ୍ରତିଶତ ଜିଏସଟି ଶୁଳ୍କ ଲାଗିବ ବୋଲି ସେ ଜଣାଇ ଦେଇଛନ୍ତି ।

 


Share It

Comments are closed.