ଶିବ ସେନାରେ ଜାରି ଅନ୍ତ କଳହକୁ ନେଇ ପ୍ରଥମ ଥର ବିଜେପିକୁ ଟାର୍ଗେଟ କଲେ ଉଦ୍ଧବ, କହିଲେ କିଛି ଏପରି


ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପାର୍ଟିରେ ଜାରି ଅନ୍ତଃ କଳହକୁ ନେଇ ପ୍ରଥମ ଥର ବିଜେପିକୁ କଲେ ଆକ୍ରମଣ। କହିଲେ , ଶିବସେନାରେ ବିଭାଜନର ସ୍ଥିତି ବିଦ୍ରୋହୀଙ୍କ ଯୋଗୁଁ ନୁହେଁ ବିଜେପି ଯୋଗୁଁ ସୃଷ୍ଟି ହୋଇଛି। ମଙ୍ଗଳବାର ଏକ ମିଟିଂ ବେଳେ ଉଦ୍ଧବ ଠାକରେ ଏହି କଥା କହିଛନ୍ତି। ଏହାସହ ସେ କହିଛନ୍ତି, ଆପଣମାନେ ଯେତେ ପାରୁଛ ତୀର ନେଇ ପଳାଇ ଯାଅ , ଏହା ମନେ ରଖିବ ଯେ, ମୋ ପଖରେ ଧନୁ ରହିଛି ।

ଉଦ୍ଧବ ଠାକରେଙ୍କର ଏହି ମନ୍ତବ୍ୟକୁ ଦଳୀୟ ଚିହ୍ନ ପାଇଁ ଜାରି ଲଢ଼େଇ ସହ ଯୋଡ଼ି ଦେଖାଯାଉଛି। ସେ କହିଛନ୍ତି କି , ଠାକରେ ସଙ୍କଟକୁ ଭୟ କରନ୍ତି ନାହିଁ । ଉଦ୍ଧବ ଠାକରେ ସଂକଳ୍ପ କରିଛନ୍ତି କି , ଯେତେ ବି ସଙ୍କଟ ଆସୁ , ଆମେ ଲଢ଼ିବୁ ଓ ନୂଆ ଦଳ ଗଠନ କରିବୁ।

ଉଲ୍ଲେଖନୀଯ ଯେ, ମୁମ୍ୱାଇର ଉତ୍ତର ଭାରତୀ ମହାସଂଘର ନେତାଙ୍କ ସହ କଥାବାର୍ତ୍ତା ବେଳେ ଉଦ୍ଧବ ଠାକରେ ଏହି କଥା କହିଥିଲେ। ଏହି ଅବସରରେ ଉପସ୍ଥିତ ଥିବା ପଦାଧିକାରୀମାନେ ଶିବସେନା ସହ ଥିବାର ଜଣାଇଥିଲେ। ଉଦ୍ଧବ ଠାକରେ ଉତ୍ତର ଭାରତୀୟ ସଂଘର ପଦାଧିକାରୀଙ୍କର ଏକ ବୈଠକକୁ ସମ୍ୱୋଧିତ କରି ଏକନାଥ ସିନ୍ଦେ ଓ ବିଜେପିକୁ ଖୋଲାଖୋଲି ଟାର୍ଗେଟ୍‌ କରିଥିଲେ।


Share It

Comments are closed.