ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ମୃତ


ଦିଲ୍ଲୀ ରାଣୀ ଝାନ୍ସୀ ରୋଡସ୍ଥିତ ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଭାବେ ଆହତ ଥିବାର ମଧ୍ୟ ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପ୍ରଥମେ କାରଖାନାର ଗୋଦାମ ଘରେ ନିଆଁ ଲାଗିବା ପରେ ଏହା ତୃତୀୟ ମହଲାରେ ଥିବା ପ୍ୟାକେଜିଂ ପ୍ୟାକ୍ଟ୍ରିକୁ ବ୍ୟାପିଥିଲା ।
ଫ୍ୟାକ୍ଟ୍ରି ଏବଂ ଏହାର ଗୋଦାମ ଘରେ ପ୍ରାୟ ୧୫୦ରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟରତ ଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ କର୍ମଚାରୀ ନାଇଟ୍‌ ସିଫ୍ଟ ପରେ ନିଦରେ ଶୋଇଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ୩ୟ ମହଲାରେ ଥିବା ଫାକ୍ଟ୍ରିରେ ମଧ୍ୟ ଶୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଧୂଆଁ କବଳରେ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଚେତାଶୂନ୍ୟ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ମୃତ୍ୟୁ ସଂଖ୍ୟ ବଢ଼ିବାର ବଡ଼ କାରଣ ହେଉଛି ସେହି ଅଞ୍ଚଳ। ମଣ୍ଡି ଏବଂ ଫାକ୍ଟ୍ରି ଚାଲିଥିବା କୋଠାଟି ଯେଉଁ ଅଞ୍ଚଳରେ ରହିଛି ସେଠାକୁ ଯିବା ଲାଗି ଚଉଡ଼ା ରାସ୍ତା ନାହିଁ। ଫଳରେ ନିଆଁ ଲାଗିବା ପରେ ଅଗ୍ନିଶମବାହିନୀ ଓ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଉକ୍ତ ସ୍ଥାନକୁ ଯିବାରେ ସମସ୍ୟା ହୋଇଥିଲା। ସଂକୀର୍ଣ୍ଣ ରାସ୍ତା ଯୋଗୁ ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଉଦ୍ଧାର କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିଲା। ଫଳରେ ଅଧିକ ଲୋକ ନିଆଁ ଫାଶରେ ପ୍ରାଣ ହରାଇଥିଲେ। ଉଦ୍ଧାର ପରେ ଲୋକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବାରେ ବି ବାଧା ଉପୁଜିଥିଲା।


Share It

Comments are closed.