୨ ମିଲିୟନ ପେଡ୍ ସବ୍‌ସ୍କ୍ରାଇବର୍ ହାସଲ କରିଛି ଏୟାରଟେଲ୍ ଏକ୍ସଟ୍ରିମ୍


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଏହାର ଭିଡିଓ ଷ୍ଟ୍ରିମିଙ୍ଗ୍ ସର୍ଭିସ୍‌-ଏୟାରଟେଲ୍ ଏକ୍ସଟ୍ରିମ୍‌, ୨ ମିଲିୟନ ପେଡ୍ ସବ୍‌ସ୍କ୍ରାଇବର୍ ସଫଳତା ହାସଲ କରିଥିବା ସମ୍ପର୍କରେ ଘୋଷଣା କରାଯାଇଛି । ବର୍ତମାନ ଏହା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓଟିଟି ଆଗ୍ରିଗେଟର୍ ପ୍ଲାଟ୍‌ଫର୍ମ ଅଟେ । ଏୟାରଟେଲ୍ ଏକ୍ସଟ୍ରିମ୍ ମୋବାଇଲ ଓ ବଡ ସ୍କ୍ରିନ୍ ଫର୍ମାଟ୍‌ଗୁଡିକରେ ଉପଭୋକ୍ତାଙ୍କୁ ଓଟିଟି ପ୍ଲାଟ୍‌ଫର୍ମଗୁଡିକର ଭାରତର ସର୍ବବୃହତ୍ ସମୁହ ପ୍ରଦାନ କରୁଛି । ମୋବାଇଲ ସବ୍‌ସ୍କ୍ରାଇବର୍‌ମାନେ ସର୍ବନିମ୍ନ ୧୪୮ ଟଙ୍କାର ଏକ ରିଚାର୍ଜ ସହିତ ଏହି ସମୂହରୁ ଏକ ଓଟିଟି ପ୍ରଦାତାକୁ ଚୟନ କରିପାରିବେ । ଚଳିତ ବର୍ଷ ଆରମ୍ଭରେ ଏକ୍ସଟ୍ରିମ୍ ପ୍ରିମିୟମ ଭାବେ ଲଂଚ୍ ହୋଇଥିବା ବଡ ସ୍କ୍ରିନ୍ ଫର୍ମାଟ୍ ମଧ୍ୟ୧୪୯ ଟଙ୍କାରେ ଉପଲବ୍ଧ ହେଉଛି ଏବଂ ଏହା ୧୦୫୦୦ରୁ ଅଧିକ ମୁଭି ଟାଇଟଲ ଓ ଶୋ’ଗ୍‌ୁଡିକ ସମେତ ଏୟାରଟେଲ୍‌ର ଓଟିଟି କଂଟେଂଟ୍ ପାର୍ଟନର୍ ଯେପରିକି ସୋନି ଲିଭ୍‌, ଏରୋସ୍ ନାଓ, ଲାୟନ୍‌ସଗେଟ୍ ପ୍ଲେ, ହୋଇଚୋଇ, ମନୋରମାମ୍ୟାକ୍ସ, ସିମାରୁ, ଅଲ୍‌ଟ୍ରା, ହଙ୍ଗାମା ପ୍ଲେ, ଏପିକ୍‌ଅନ୍‌, ଡକ୍ୟୁବେ, ଡିଭୋଟିଭି ଆଦିରୁ ଲାଇଭ୍ ଟିଭି ପାଇଁ ପହଂଚକୁ ସକ୍ଷମ କରୁଛି ।
ଏହି ସଫଳତା ଉପରେ ଏୟାରଟେଲ୍ ଡିଜିଟାଲର ସିଇଓ ଆଦର୍ଶ ନାୟାର କହିଛନ୍ତି, “ଏହା ହେଉଛି ଏକ ସ୍ୱତନ୍ତ୍ର ଉତ୍ପାଦ ଯାହା ସବୁଠାରୁ ପ୍ରତିଯୋଗୀପୂର୍ଣ୍ଣ ମୂଲ୍ୟରେ ଗୋଟିଏ ଆପ୍‌ରେ ଏକ ସିଙ୍ଗଲ୍ ସବ୍‌ସ୍କ୍ରିପ୍‌ଶନ ଅଧିନରେ ଭାରତ ଓ ବିଶ୍ୱବ୍ୟାପୀ ସର୍ବୋତମ କଂଟେଂଟ୍‌କୁ ଏକତ୍ରିତ କରୁଛି । ଉନ୍ନତ ଆଂଚଳିକ କଂଟେଂଟ୍ ପାଇଁ ଭାରତୀୟ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବାର ଆମର କ୍ଷମତା କାରଣରୁ ଆମର ତ୍ୱରାନ୍ୱିତ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ଆମେ ଆମର ବିଦ୍ୟମାନ ସହଯୋଗୀଙ୍କ ସହ ଆମର ଆଂଚଳିକ ରଣନୀତି ଉପରେ ଦୁଇ ଗୁଣ କାର୍ଯ୍ୟ କରିବୁ ଏବଂ ଚମତ୍କାର ଆଂଚଳିକ କଂଟେଂଟ୍ କାଟାଲଗ୍‌ଗୁଡିକ ସହିତ ନୂଆ ସହଯୋଗୀଙ୍କୁ ନିଯୁକ୍ତ କରିବା ଜାରି ରଖିବୁ ।”
ଏୟାରଟେଲ୍‌, ଏୟାରଟେଲ୍ ଏକ୍ସଟ୍ରିମ୍ ପାଇଁ ୨୦ ମିଲିୟନ ପେଡ୍ ସବ୍‌ସ୍କ୍ରିପ୍‌ଶନ ହାସଲ କରିବାକୁ ଯୋଜନା ରଖିଛି ଏବଂ ପଞ୍ଜାବରୁ ଚୌପାଲ ଟିଭି ଓ ଓଡିଶାରୁ କଂଚାଲଙ୍କା ଭଳି କଂଟେଂଟ୍ ପାର୍ଟନର୍‌ଙ୍କୁ ଏହାର ଓଟିଟି କଂଟେଂଟ୍ ପାର୍ଟନର୍‌ଙ୍କ ତାଲିକାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ଚୌପାଲ ଟିଭି ଓ କଂଚାଲଙ୍କାର ଯୋଗ ପଞ୍ଜାବ ଓ ଓଡିଶାରେ ଦର୍ଶକ ତଥା ଦେଶର ଅନ୍ୟାନ୍ୟ ସ୍ଥାନର ଦର୍ଶକଙ୍କ ପାଇଁ ପ୍ଲାଟ୍‌ଫର୍ମ ପ୍ରତି ଆକର୍ଷଣକୁ ବୃଦ୍ଧି କରିବ । ଏୟାରଟେଲ୍ ପକ୍ଷରୁ ଏକ ଇନ୍‌ଫ୍ଲୁଏନ୍ସର କମର୍ସ ପ୍ଲାଟ୍‌ଫର୍ମ ସୋସିଆଲ ସ୍ୱାଗ୍‌କୁ ମଧ୍ୟ ସାମିଲ କରାଯାଇଛି ଯାହାକି ଅକ୍ଷୟ କୁମାର, ରାଣା ଡଗୁବତି ଓ ମହେଶ ଭୂପତିଙ୍କ ଭଳି ସେଲିବ୍ରିଟିଙ୍କ ଦ୍ୱାରା ସମର୍ଥିତ ।


Share It

Comments are closed.