ଦୁଗ୍ଧ ପସନ୍ଦ ନଥିଲେ ଶରୀରରେ କ୍ୟାଲସିୟମର ମାତ୍ରା ବୃଦ୍ଧି କରିବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ


ଶରୀର ପାଇଁ କ୍ୟାଲସିୟମ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ହାଡ ଶକ୍ତ ହୋଇଥାଏ ଏବଂ ଶରୀରିକ ବୃଦ୍ଧି ହୋଇଥାଏ । ଶରୀରରେ କ୍ୟାଲସିୟମର କମି ହେଲେ ବ୍ରିଟଲ ବୋନ, ଶରୀରିକ ବୃଦ୍ଧିରେ କମି ଏବଂ ଓଷ୍ଟିଓପୋରେସିସ ପରି ରୋଗ ଦେଖାଯାଇଥାଏ । ସମସ୍ତେ ଜାଣନ୍ତି କି ଦୁଗ୍ଧ କ୍ୟାଲସିୟମର ଏକ ଉତ୍ତମ ସ୍ରୋତ ଅଟେ । କିନ୍ତୁ ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ଲୋକ ସମସ୍ତଙ୍କୁ ଦୁଗ୍ଧ ଭଲ ଲାଗିନଥାଏ । ଏବଂ ବହୁ ଲୋକଙ୍କର ଦୁଗ୍ଧ ପ୍ରତି ଆଲର୍ଜି ମଧ୍ୟ ରହିଛି । ତେଣୁ ଆପଣ ଦୁଗ୍ଧ ବ୍ୟତୀତ କିଛି ଏପରି ଖାଦ୍ୟ ପଦାର୍ଥ ଖାଇପାରିବେ ଯାହା ଶରୀରରେ କ୍ୟାଲସିୟମର ମାତ୍ରାକୁ ବୃଦ୍ଧି କରିପାରିବ ।
୧. ଦହି – ଦୁଗ୍ଧରୁ ପ୍ରସ୍ତୁତ ଦହିରେ ଦୁଗ୍ଧ ଅପେକ୍ଷା ଅଧିକ କ୍ୟାଲସିୟମ ରହିଛି । ଏଥିରେ ପ୍ରାୟତଃ ୯୦ ପ୍ରତିଶତ କ୍ୟାଲସିୟମ ରହିଛି ।
୨. ବିଭିନ୍ନ ପ୍ରକାରର ସିଡ – ଫ୍ଲାକ୍ସ ସିଡ, ଚିଆ ସିଡ ଏବଂ ସେସେମେ ସିଡରେ ଦୁଗ୍ଧଠାରୁ ୮ଗୁଣ ଅଧିକ କ୍ୟାଲସିୟମ ରହିଛି । ତେଣୁ ଆପଣ ଦୁଗ୍ଧ ପିଇବାକୁ ଭଲ ପାଉନଥିଲେ ଏହି ସିଡକୁ ଗୁଣ୍ଡ କରି ଖାଇପାରିବେ । ପ୍ରତିଦିନ ଡାଏଟରେ ସିଡ ଖାଇବା ଦ୍ୱାରା ଏହା ଦ୍ୱାରା ବହୁ ମିନେରାଲ ପ୍ରାପ୍ତ ହୋଇଥାଏ ।
୩. ଆଲମଣ୍ଡ – ଦୁଗ୍ଧ ଭଲ ପାଉନଥିଲେ ଆପଣ ଆଲମଣ୍ଡଙ୍କୁ ରାତିସାରା ଭିଜାଇ ସକାଳୁ ଖାଇପାରିବେ । କେହି ଲୋକେ ଆଲମଣ୍ଡ ମିଲ୍କକୁ ମଧ୍ୟ ଖାଇଥାଆନ୍ତି ଯାହା ଓମେଗା-୩ ଫ୍ୟାଟି ଏସିଡ ଏବଂ କ୍ୟାଲସିୟମର ଏକ ଉତ୍ତମ ସ୍ରୋତ ଅଟେ ।
୪. ସବୁଜ ପନିପରିବା – ସବୁଜ ପନିପରିବାରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି । ପ୍ରତିଦିନ ଆପଣ ନିଜର ଖାଦ୍ୟରେ ସବୁଜ ପନିପରିବା ଖାଇପାରିବେ ।
୫. ଚୁନା ମାଛ – ଚୁନା ମାଛରେ ଦୁଗ୍ଧ ପରିମାଣର କ୍ୟାଲସିୟମ ରହିଛି । ଆପଣ ମାଂସାହାରୀ ହୋଇଥିଲେ ପ୍ରତି ସପ୍ତାହରେ ଦୁଇ ଥର ଚୁନା ମାଛ ଖାଇପାରିବେ ।
୬. ଚିଜ – ଚିଜ ଦୁଗ୍ଧର ଏକ ଉତ୍ପାଦ ହୋଇଥିବା ବେଳେ କ୍ୟାଲସିୟମର ଉତ୍ତମ ସ୍ରୋତ ଅଟେ । କିନ୍ତୁ ଚିଜ ଖାଇବା ଦ୍ୱାରା ଓଜନ ବଢିବାର ସମସ୍ୟା ଦେଖାଯାଇଥାଏ ।


Share It

Comments are closed.