ଜୁନ ୧ ଯାଏଁ ବଢିଲା ଲକଡାଉନ ଅବଧି, କ’ଣ ଖୋଲା ବନ୍ଦ ଜାଣନ୍ତୁ


କ’ଣ ଖୋଲା

  • ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା
  • ଟିକାକରଣ କେନ୍ଦ୍ର, କୋଭିଡ୍‌ ଟେଷ୍ଟିଂ ସେଣ୍ଟର ଖୋଲା ରହିବ
  • ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ କେବଳ ହୋମ୍‌ ଡେଲିଭରି ଦେବେ
  • ବିବାହ ଉତ୍ସବରେ ସର୍ବାଧିକ ୨୫ ଜଣ, ଶେଷକୃତ୍ୟ କର୍ମରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ
  • ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ
  • ସମସ୍ତ ପ୍ରକାର ମାଲ୍‌ ପରିବହନ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବାକଟକଣାମୁକ୍ତ ରହିଛି
  • କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କାର୍ଯ୍ୟଜାରି ରହିବ
  • ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଖୋଲା ରହିବ
  • ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ବିତରଣ କରିପାରିବେ
  • ନିର୍ମାଣ ସାମଗ୍ରୀ ଦୋକାନ, ବହି ଦୋକାନ ଖୋଲା
  • ଇଲେକ୍ଟ୍ରିସିଆନ, ଏସି-ଫ୍ରିଜ୍‌-କୁଲର ଆଦି ମରାମତି କରୁଥିବା ମିସ୍ତ୍ରୀ, ପ୍ଲମ୍ବର, ଆଇଟି ଟେକ୍ନିସିଆନ, କାଠ କାରିଗର ନିଜ କାମ କରିପାରିବେ ।
  • ମୋବାଇଲ ମରାମତି ଦୋକାନ, ଗାଡ଼ି ମରାମତିକରୁଥିବା ଗ୍ୟାରେଜ ଖୋଲା ରହିବ ।
  • ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ-ବ୍ୟାଙ୍କିଙ୍ଗଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି କାର୍ଯ୍ୟ ଜାରି ରଖିବେ
  • ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ,ପରିମଳ ସେବା, ଟେଲିଫୋନ ଓ ଇଣ୍ଟରନେଟ ଦେବା, ଡିଟିଏସ୍‌ ସେବା, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ
  • ଆଇଟି ସଂସ୍ଥାଗୁଡ଼ିକ ୨୫ % କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ
  • ନିର୍ବାଚନ ପାଇଁ ତାଲିମ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଯାତାୟାତ ଚାଲୁ ରହିବ ।

କ’ଣ ବନ୍ଦ

  • ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ
  • ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂସେଣ୍ଟର ଆଦି ବନ୍ଦ
  • ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍‌,ମାର୍କେଟ କମ୍ପେ୍ଲକ୍ସ, ମଲ୍‌, ଜିମ୍‌, ଥିଏଟର, ବାର୍‌,ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ଓ ସର୍ବସାଧାରଣ
    ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ
  • ସେଲୁନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିବନି
  • ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

Share It

Comments are closed.