ରାଜନୀତିକୁ ‘ନା’ କହିଲେ ରଜନୀକାନ୍ତ


ରାଜନୀତିକୁ ନା । ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ରଜନୀକାନ୍ତ ଏହି ଘୋଷଣା କରିଛନ୍ତି । ଦଳ ନଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ ଜାରି ରଖିବେ । ମେଡିକାଲକୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରଜନୀକାନ୍ତ । ଏହାସହିତ ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ସମର୍ଥକମାନଙ୍କୁ ଦେଇଥିବା ନିଷ୍ପତ୍ତି ରଖିନପାରିବାରୁ କ୍ଷମା ମଧ୍ୟ ମାଗିଛନ୍ତି । ରଜନୀକାନ୍ତ ନିଜ ବୟାନରେ କହିଛନ୍ତି ଯେ, କିଛି ଦିନ ତଳେ ମୋର ଦେହ ଖରାପ ହୋଇଥିଲା । ଯାହାକି ଭଗବାନଙ୍କର ଚେତାବନୀ ଥିଲା କି ମୁଁ ରଜନୀତିରେ ପ୍ରବେଶ କରିବି ନାହିଁ । ଏହାପରେ ମୁଁ ପାର୍ଟି ଗଠନ କରିବି ନାହିଁ କି ରାଜନୀତିରେ ପ୍ରବେଶ କରିବି ନାହିଁ । ଏହାପୂର୍ବରୁ ରଜନୀକାନ୍ତ ଘୋଷଣା କରିଥିଲେ କି ଡିସେମ୍ବର ୩୧କୁ ନିଜର ରାଜନୈତିକ ପାର୍ଟିର ନାମ ଘୋଷଣା କରିବେ । ଯାହାପରେ ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲେ ।

କିନ୍ତୁ କିଛି ଦିନ ତଳେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ ଚାଲୁଥିଲା , ଏହି ସମୟରେ ହଠାତ୍‌ ତାଙ୍କ ଦେହ ଖରାପ ହୋଇଥିଲା । ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ତାଙ୍କୁ ଘରେ କିଛି ଦିନ ଆରାମ ( ବେଡ୍ ରେଷ୍ଟ) କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।


Share It

Comments are closed.