ଆରପାରିରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ


ରାଜ୍ୟସଭା ସଦସ୍ୟ ତଥା ୭୧ ବର୍ଷିୟ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କର ବୁଧବାର ଦିନ ପରଲୋକ ଘଟିଛି । ସେ ଅକ୍ଟୋବର ୧ ରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଅହମଦ ପଟେଲଙ୍କ ପୁଅ ଫୈଜଲ୍ ପଟେଲ୍ ଟ୍ୱିଟ କରି କହିଛନ୍ତି ଯେ ତାଙ୍କ ବାପା ଅହମଦ ପଟେଲଙ୍କ ଆଜି ସକାଳ ୩ଟା ୩୦ମିନିଟରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ଅହମଦ ପଟେଲଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଏହି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ଫୈଜଲ୍ ପଟେଲ୍ ଟ୍ୱିଟ କରି କହିଛନ୍ତି ଯେ ସେ ଅତ୍ୟନ୍ତ ଦୁଃଖର ସହ ନିଜ ବାପା ଅହମଦ ପଟେଲଙ୍କ ଦୁଃଖଦ ଏବଂ ଅକାଳ ମୃତ୍ୟୁର ଘୋଷଣା କରିଛନ୍ତି। ଫୈଜଲ୍ ପଟେଲ୍ କହିଛନ୍ତି ଯେ ୨୫ତାରିଖ ସକାଳେ ୩.୩୦ରେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଛି। ଫୈଜଲ୍ ପଟେଲ୍ କହିଛନ୍ତି ଯେ ପାଖାପାଖି ମାସେ ତଳେ ତାଙ୍କ ବାପା କରୋନାରେ ସଂକ୍ରମିତ ହୋଇଥିଲେ। ଚିକତ୍ସା ସମୟରେ ତାଙ୍କର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଏବଂ ସେ ମଲଟି ଓର୍ଗାନ୍ ଫେଲୁୟରର ଶିକାର ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଫୈଜଲ୍ ପଟେଲ୍ ଲୋକଙ୍କୁ ଅପିଲ କରିଛନ୍ତି ଯେ ସମସ୍ତେ କରୋନା ସହ ଜଡ଼ିତ ପ୍ରୋଟୋକଲ୍ ପାଳନ କରନ୍ତୁ ଏବଂ ଭିଡ଼ ଜାଗାକୁ ଯାଆନ୍ତୁ ନାହିଁ। ଗୁଜରାଟରୁ ରାଜ୍ୟସଭା ସାଂସଦ ଏବଂ କଂଗ୍ରେସ୍ ପାର୍ଟିର କୋଷାଧ୍ୟକ୍ଷ ରହିଥିବା ଅହମଦ ପଟେଲଙ୍କୁ ନଭେମ୍ବର ୧୫ତାରିଖରେ ମେଦାନ୍ତା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୭୧ବର୍ଷର ଅହମଦ ପଟେଲ୍ ୩ଥର ଲୋକସଭାର ସଦସ୍ୟ ରହିଛନ୍ତି ଏବଂ ୫ଥର ରାଜ୍ୟସଭାର ସାଂସଦ ରହିଛନ୍ତି। ୨୦୧୮ମସିହା ଅଗଷ୍ଟରେ କଂଗ୍ରେସ୍ ପାର୍ଟିର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ପ୍ରଥମ ଥର ୧୯୭୭ମସିହାରେ ୨୬ବର୍ଷରେ ପ୍ରଥମ ଥର ଭରୁଚରୁ ଲୋକସଭା ନିର୍ବାଚନ ଜିତି ଅହମଦ ପଟେଲ୍ ସଂସଦ ପହଞ୍ଚିଥିଲେ। ସବୁବେଳେ ପରଦା ପଛରୁ ରାଜନୀତି କରୁଥିବା ଅହମଦ ପଟେଲ କଂଗ୍ରେସ୍ ପରିବାରର ବିଶ୍ୱସ୍ତ ନେତାରେ ଗଣା ଯାଉଥିଲେ। ସେ ୧୯୯୩ମସିହାରେ ରାଜ୍ୟସଭା ସାଂସଦ ଥିଲେ।


Share It

Comments are closed.