ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ମାଧ୍ୟମରେ ଇଣ୍ଟରନେଟରେ ଏକ ଜବରଦସ୍ତ ସେନ୍ସେସ୍ ପାଲଟିଥିବା ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗୋଆ ବିଚ୍ରେ ଅଶ୍ଳୀଳ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ପୁନମ ପୁଣି ଥରେ ଜବରଦସ୍ତ ପ୍ରତିକ୍ରିୟା ଦେଇ ସାମ୍ନାକୁ ଆସିଛନ୍ତି। ପୁନମ ୨ ମାସ ପୂର୍ବେ ସ୍ୟାମ୍ ବମ୍ବେଙ୍କୁ ବିବାହ କରିଥିଲେ। ଯାହା ପରେ ପୁନମଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଆଲୋଚନା କରାଯାଉଛି। ତେବେ ପୁନମ୍ ବିବାହ କରିବାର କେବଳ ୨ ମାସ ପରେ ଗର୍ଭବତୀ ଥିବା ନେଇ ଏକ ଖବର ପ୍ରକାଇ ପାଇଥିଲା। ଅନେକ ପ୍ରଶଂସକ ଏବଂ ଗଣମାଧ୍ୟମର ରିପୋର୍ଟ ପରେ ପୁନମ ପାଣ୍ଡେ ନିଜେ ଗର୍ଭବତୀ ଥିବା ଖବର ଉପରେ ମୁହଁ ଖୋଲିଛନ୍ତି। ପୁନମ ପାଣ୍ଡେ କହିଛନ୍ତି- ଯଦି ସେମିତି କିଛି ହୋଇଥିବ ତେବେ ମୁଁ ଆପଣମାନଙ୍କୁ ନିଶ୍ଚୟ ଜଣାଇବି। ତେବେ ପୁଣମ୍ ଏହି ଖବରକୁ ଅସ୍ୱୀକାର କରି ନାହାଁନ୍ତି କି ସତ ମଧ୍ୟ କହି ନାହାଁନ୍ତି। ନିକଟରେ ଜଣେ ଡାକ୍ତର ପୁନମ ପାଣ୍ଡେ ଗର୍ଭବତୀ ଥିବା ନେଇ ଦାବି କରିଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ ପୁଣମ୍ କୌଣସି ଉତ୍ତର ଦେଇ ନଥିଲେ। ପୁଣି ଗର୍ଭବତୀ ହେବା ଖବର ସାମ୍ନାକୁ ଆସିବା ପରେ ପୁନମ୍ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଖବର ଅନୁଯାୟୀ, ସେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ତାଙ୍କର ଦୀର୍ଘ ଦିନର ପ୍ରେମିକଙ୍କୁ ବିବାହ କରିଥିଲେ। ଏହା ପରେ ଦୁହେଁ ହନିମୁନ୍ ପାଇଁ ଗୋଆ ଯାଇଥିଲେ। ଗୋଆରେ ଅଶ୍ଳୀଳ ଭିଡିଓ ସୁଟିଂ କରାଯାଇଥିବା ଅଭିଯୋଗ ଆସିଥିଲା। ଗୋଆର ଏକ ମହିଳା ୱିଙ୍ଗ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୁନମ୍ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ଏହି ମାମଲାରେ ସରକାରୀ ସମ୍ପତ୍ତି ଉପରେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ଗିରଫ ହୋଇଥିଲେ।
Comments are closed.