ମୋବାଇଲ ଦ୍ୱାରା ଧରିହେବ ପେଟ୍ରୋଲ ପମ୍ପର ଠକେଇ


ରାଜ୍ୟ ଛଡା ଦେଶର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକମାନେ ତେଲ ଟାଙ୍କିରେ ଠକାମିର ଶୀକାର ହେଉଛନ୍ତି । ଏଭଳି ଘଟଣାମାନେ ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇବା ପରେ ମଧ୍ୟ , ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଟାଙ୍କିମାନଙ୍କରେ  ଏଭଳି ଠକାମି ବେଧଢକ ଚାଲିିଛି । ସେଥିପାଇଁ ତେଲ ପକାଇବା ସମୟରେ ସାଧାରଣ ଲୋକମାନଙ୍କ ମାନେ ଅନେକ ଆଶାଙ୍କା ପ୍ରକାଶ ପାଇଥାଏ ।

ସେମାନେ ପକାଉଥିବା ମୂଲ୍ୟରେ ସଠିକ ତେଲ ପାଇଛନ୍ତି କି ନାହିଁ ତାହାକୁ ଜାଣିବା ପାଇଁ ଉତ୍ତର ପ୍ରଦେଶସ୍ଥିତ କାନପୁର ସହରର ମାଧବରାଓ ଲେଙ୍ଗଧେ ନାମକ ଜଣେ ଆଇଆଇଟି ଛାତ୍ର ଏପରି ଏକ ଯନ୍ତ୍ର ଆବିଷ୍କାର କରିଛନ୍ତି, ଯାହାର ବ୍ୟବହାର କରି ଜଣେ ସାଧରଣ ଲୋକ ମଧ୍ୟ ପେଟ୍ରୋଲ ପମ୍ପରେ ହେଉଥିବା ତେଲ ଠିକେଇକୁ ସହଜରେ ଧରି ପାରିବ । ଏହି ସ୍ୱତନ୍ତ୍ର ଯନ୍ତ୍ର (ଫିଏଲ କ୍ୱାଣ୍ଟିଫାଏର ) ଏବଂ ମୋବାଇଲ ଦ୍ୱାରା ଡାନାଲଲୋଡ କରାଯାଇଥିବା ଆପଲିକେସନ ସାହାର୍ଯ୍ୟରେ କୌଣସି ବି ବ୍ୟକ୍ତି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ନେବା ସମୟରେ ପମ୍ପର କର୍ମଚାରୀ ମାନେ କରୁଥିବା ଠକେଇକୁ ସହଜରେ ଧରିପାରିବେ ।
ଏହିର ଯନ୍ତ୍ରର ବ୍ୟବହାର ସଂପର୍କରେ ମତ ଦେଇ ଲେଙ୍ଗଧେ କହିଛନ୍ତି ଯେ, କୋନ ଆକାରରେ ପ୍ରସ୍ତୁତ ହୋଇଥିବା ଏହି ଯନ୍ତ୍ରଟିକୁ କାର ଏବଂ ବାଇକର ତେଲ ଟାଙ୍କିରେ ଏଭଳି ଭାବରେ ଇନଷ୍ଟଲ କରାଯିବ ଯେପରି ଏହା ପେଟ୍ରୋଲ ଏବଂ ଡିଜେଲ ପମ୍ପର ନେଜଲ ଡିଭାଇସ ଭିତୁର ଟାଙ୍କି ପର୍ଯ୍ୟନ୍ତ ଲମ୍ବିଥିବ । ଯେଉଁଥିରେ ଏକ ଛୋଟ ବ୍ୟାଟେରୀ ମଧ୍ୟ ଲାଗିବ ।

ତେଲ ଟାଙ୍କିରେ ଇନଷ୍ଟଲ ହୋଇଥିବା ଉପକରଣକୁ ବ୍ଲୁଟୁଥ କିମ୍ବା ୱାଇ ଫାଇ ଦ୍ୱାରା ମୋବାଇଲରେ ଡାଉନୋଲୋଡ କରାଯାଇଥିବା ଏକ ସ୍ୱତନ୍ତ୍ର ଆପଲିକେସନରେ ସଂଯୋଗ କରାଯିବ । ଯାହା ଦ୍ୱାରା ମୋବାଇରେ ଥିବା ସେହି ଆପଲିକେସନ ଦ୍ୱାରା ତେଲ ରେଟିଙ୍ଗ କିଛି ସେକେଣ୍ଡ ମଧ୍ୟରେ ପ୍ରଦର୍ଶନ ହୋଇଯିବ ।
ଲେଙ୍ଗଧେଙ୍କ କହିବା ମୁତାବକ ଯନ୍ତ୍ରଟିରେ ଅନେକ ସେନସରରେ ରହିଛି । ଏଥିରେ ଅନେକାଂଶରେ ନେଗେଟିଭ ଏବଂ ପଜେଟିଭି ବ୍ଲେଡ ରହିଛି । ଇନ୍ଧନ ପକାଇଥିବା ବ୍ୟକ୍ତି ନେଜଲ ଯନ୍ତ୍ରର ଭିତରୁ ନେଇ ଟାଙ୍କି ପର୍ଯ୍ୟନ୍ତ ଯିବ ଏବଂ ତେଲ ମ୍ୟାଗନେଟିକ ରୋଟରରେ ଯାଇକି ବ୍ଲେଡ ସ୍ପର୍ଶ କରିବ । ଯାହା ଦ୍ୱାରା ତେଲର ରେଟିଙ୍ଗ ମାଇକ୍ରୋପ୍ରୋସେସର ୟୁନିଟରେ ଆସିଯିବ

ଏହାର ମୂଲ୍ୟ ସଂପର୍କରେ ସେ କହିଛନ୍ତି ଯେ, ଏହା ମୂଲ୍ୟ ବର୍ତ୍ତମାନ ୨୦୦୦ରୁ ୨୫୦୦ ଟଙ୍କା ରହିଛି । ଯେବେ ଏହାର ଚାହିବା ବଢିବାରେ ଲାଗିବ ଏହା ୧୦୦୦ରୁ କମ୍ ମୂଲ୍ୟରେ ମିଳିବ ।


Share It

Comments are closed.