ଫୁଡ ପଏଜନିଙ୍ଗରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଜିନିଷ


ବେଳେ ବେଳେ ବାହାରେ ସମଲା ଯୁକ୍ତ ଖାଦ୍ୟ କିମ୍ବା ତେଲଯୁକ୍ତ ଖାଦ୍ୟ ଦ୍ୱାରା ଫୁଡ ପଏଜନିଙ୍ଗର ସମସ୍ୟା ଦେଖାଯାଇଥାଏ । ଏଥିରେ ଡାଇରିଆ ସହିତ ଶରୀରରେ ଜଳୀୟ ଅଂଶର ପ୍ରଚୁର ଅଭାବ ପରିଲକ୍ଷିତ ହୋଇଥାଏ ଏବଂ ଡାକ୍ତରଙ୍କ ପରାମର୍ଶ ନେବକୁ ପଡିଥାଏ । । କିନ୍ତୁ କିଛି ଘରୋଇ ଉପାୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହାର କିଛି ଉପାୟ ସମ୍ପର୍କରେ ।

୧. ରସୁଣ –

ରସୁଣରେ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଫଙ୍ଗାଲ ଗୁଣ ଡାଇରିଆ ଏବଂ ପେଟ ଯନ୍ତ୍ରଣା ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଆପଣ ଗୋଟିଏ ରସୁଣ ପାଖୁଡାକୁ ଗରମ ପାଣିରେ ଭିଜାଇ ପିଇଲେ ଏହା ପେଟ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରିଥାଏ । ଆପଣ ମଧ୍ୟ କିଛି ରସୁଣ ପାଖୁଡାକୁ ପାଣିରେ ଫୁଟାଇ ସେହି ପାଣିରେ ପିଇପାରିବେ ।

୨. ଲେମ୍ବୁ ପାଣି –

ଲେମ୍ବୁର ଏସିଡିକ ଗୁଣ ପେଟର ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ । ଫୁଡପଏଜନିଙ୍ଗ ସମୟରେ ପେଟକୁ ସଫା କରିବା ପାଇଁ ଏକ ଗ୍ଲାସ ପାଣି ସହିତ କିଛି ଚିନି ଏବଂ ଆଧା ଲେମ୍ବୁ ରସକୁ ଦିନକୁ ୨ରୁ ୩ଥର ପିଅନ୍ତୁ ଏହା ଆପଣଙ୍କ ପେଟ ଜନିତ ସମସ୍ୟା ଦୂର କରିବା ସହିତ ଶରୀରରେ ଜଳିୟ ଅଂଶ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ଆପଣ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଦୁଇ ଚାମଚ ଲେମ୍ବୁ ରସ, ସାମାନ୍ୟ ଲୁଣ ଏବଂ ଚିନି ମିଶାଇ ପିଅନ୍ତୁ ଏହା ମଧ୍ୟ ଫୁଡପଏଜନିଙ୍ଗ ପରି ସମସ୍ୟାରୁ ଉପଶମ ପ୍ରଦାନ କରିବ ।

୩. ଆପଲ ସାଇଡର ଭିନେଗାର –

ଗ୍ୟାସ କିମ୍ବା ପେଟ ଜନିତ ସମସ୍ୟା ଦୂର କରିବା ପାଇଁ ଆପଲ ସାଇଡ ଭିନେଗାର ଖୁବ ଉପକାରୀ । ଏହା ବଜାରରେ ଖୁବ ସହଜରେ ଉପଲବ୍ଧ ହୋଇଥାଏ । ଆପଣ ଖାଇବା ପୂର୍ବରୁ କେବଳ ଗୋଟିଏ ଗ୍ଲାସ ଗରମ ଜଳ ସହିତ ଦୁଇ ଚାମଚ ଆପଲ ସାଇଡ ଭିନେଗାର ମିଶାଇ ପିଅନ୍ତୁ ଏହା ଦ୍ୱାରା ଆପଣ ଫୁଡପଏଜନିଙ୍ଗ ସମସ୍ୟାରୁ ତତ୍କ୍ଷଣାତ୍ ମୁକ୍ତି ପ୍ରଦାନ କରିବ ।

୪. ତୁଳସୀ ପତ୍ର –

ପେଟ ଯନ୍ତ୍ରଣାର ମୁକ୍ତି ପାଇଁ ତୁଳସାୀ ପତ୍ରର ଖୁବ ଉପକାରୀ । ଏହା ପେଟରେ ଥିବା ବିଭିନ୍ନ ବ୍ୟାକ୍ଟେରିଆ ଏବଂ ମାଇକ୍ରୋ-ଅରଗାନିଜମକୁ ମାରିବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କୁ ଖୁବ ଶୀଘ୍ର ଏହି ପେଟ ଯନ୍ତ୍ରଣା କିମ୍ବା ଫୁଡପଏଜନିଙ୍ଗ ସମସ୍ୟାରୁ ମୁକ୍ତି ମିଳିଥାଏ । ତୁଳସୀକୁ ଦୁଇ ତିନି କପ ପାଣିରେ ଫୁଟାଇ ଆପଣ ଦିନକୁ ୨ରୁ ୩ଥର ପିଅନ୍ତୁ ।

୫. ମହୁ –

  1. ମହୁ ଶରୀରରେ ଅନାବଶ୍ୟକ ଏସିଡକୁ କମ କରିଥାଏ । ପେଟ ଯନ୍ତ୍ରଣାରୁ ମୁକ୍ତି ଚାହୁଁଥିଲେ ଆପଣ ଗୋଟିଏ ଗ୍ଲାସ ନଖ ଉସୁମ ପାଣି ସହିତ ଗୋଟିଏ ଚାମଚ ମହୁ ପିଇପାରିବେ ଏହା ପେଟ ଯନ୍ତ୍ରଣାରୁ ତତକ୍ଷଣାତ୍ ମୁକ୍ତି ପ୍ରଦାନ କରିବ ।

୬. କଦଳୀ –

ଡାଇରିଆ ସମୟରେ ଆପଣଙ୍କ ଶରୀରରେ ଜଳ ସହିତ ପୋଟାସିୟମର ମାତ୍ରା ମଧ୍ୟ କମ ହୋଇଥାଏ । ତେଣୁ ପାଚିଲା କଦଳୀ ଶରୀରରେ ପୋଟାସିୟମର ମାତ୍ରା ନିୟନ୍ତ୍ରଣ କରିଥାଏ । ଆପଣ ଦୁଗ୍ଧ ଏବଂ କଦଳୀକୁ ମିଶାଇ ସେକ ମଧ୍ୟ ପିିିଇପାରିବେ ।

୭. ଦହି –

ଫୁଡପଏଜନିଙ୍ଗ ସମସ୍ୟାରୁ ମୁକ୍ତି ପିଇବା ପାଇଁ ଆପଣ ଦହି ପିଇପାରିବେ ଯାହା ଆଣ୍ଟିବ୍ୟାକ୍ଟେରିଆ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣର ଏକ ଉତ୍ତମ ସ୍ରୋତ । ଏହି ସମସ୍ୟାରୁ ତୁରନ୍ତ ଉପଶମ ପାଇଁ ଆପଣ ଗୋଟିଏ ଚାମଚ ମେଥି ଗୁଣ୍ଡ ସହିତ ଗୋଟିଏ ଗ୍ଲାସ ଦହି ମଧ୍ୟ ପିଇପାରିବେ ।

ପେଟ ଯନ୍ତ୍ରଣା କିମ୍ବା ଫୁଡ ପଏଜନିଙ୍ଗ ସମୟରେ ଆପଣ ବହୁ ମାତ୍ରାର ଜଳ ପିଅନ୍ତୁ । ସେହି ସମୟରେ ପେଟକୁ କିଛି ସମୟ ପର୍ଯ୍ୟନ୍ତ ଆରାମ ଦିଅନ୍ତୁ ଏବଂ ପାନୀୟ ବ୍ୟତୀତ କିଛି ଖାଆନ୍ତୁ ନାହିଁ । କିଛି ସମୟ ପର୍ଯ୍ୟନ୍ତ କଫି, ସମଲାଯୁକ୍ତ ଖାଦ୍ୟ, ଥଣ୍ଡା ପାନୀୟ ଇତ୍ୟାଦି ଛାଡିଦିଅନ୍ତୁ ।


Share It

Comments are closed.