ସାମସଙ୍ଗ ଇଣ୍ଡିଆ ପକ୍ଷରୁ ‘ଏକ୍ସପେରିଏନ୍ସ ସାମସଙ୍ଗ ଆଟ ହୋମ୍‌’ ସେବାର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ସବୁଠାରୁ ଅଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ନୂତନ ‘ଏକ୍ସପେରିଏନ୍ସ ସାମସଙ୍ଗ ଆଟ ହୋମ୍‌’ ସେବାର ଶୁଭାରମ୍ଭ କରାଯାଇଛି । ଏହି ସେବା ଦ୍ୱାରା ଉପଭୋକ୍ତା ମାନେ ସେମାନଙ୍କ ଘରର ସୁରକ୍ଷା ମଧ୍ୟରେ ରହି ଗ୍ୟାଲାକ୍ସି ଡ଼ିଭାଇସ ଯଥା ସ୍ମାର୍ଟଫୋନ୍‌, ଟାବଲେଟ ଏବଂ ଓୟାରବୁଲସ୍ ଗୁଡ଼ିକୁ ପରଖିବା ସହ ଏଗୁଡ଼ିକର କ୍ରୟ ମଧ୍ୟ କରିପାରିବେ । ଏହି ନୂତନ ସେବାରେ ଗ୍ରାହକମାନେ କେବଳ ଅନ୍‌ଲାଇନରେ ସେମାନଙ୍କର ମନପସନ୍ଦର ଗ୍ୟାଲାକ୍ସି ଡ଼ିଭାଇସ ପାଇଁ ହୋମ୍ ଡ଼େମୋ ପଞ୍ଜିକରଣ କରିପାରିବେ ତାହା ନୁହେଁ ବରଂ ସେମାନେ ଅନଲାଇନରେ ଉତ୍ପାଦ ଗୁଡ଼ିକ ମଧ୍ୟ କିଣିପାରିବେ । ଗ୍ରାହକମାନେ ଏହି ଉପକରଣକୁ ସେମାନଙ୍କ ନିକଟସ୍ଥ ସାମସଙ୍ଗର ସ୍ୱତନ୍ତ୍ର ଆଉଟଲେଟରୁ ହୋମ୍ ଡ଼େଲିଭରି ପାଇପାରିବେ । ସାମସଙ୍ଗ ପକ୍ଷରୁ ଏହି ନୂତନ ‘ଏକ୍ସପେରିଏନ୍ସ ସାମସଙ୍ଗ ଆଟ ହୋମ୍‌’ ସେବା ୯୦୦ଟି ସ୍ୱତନ୍ତ୍ର ରିଟେଲ ଆଉଟଲେଟରେ ଆରମ୍ଭ କରାଯାଇଛି ଏବଂ ଆଗକୁ ଏହି କାର୍ଯ୍ୟକ୍ରମକୁ ଆହୁରି ସମ୍ପ୍ରସାରିତ କରାଯିବ ।
ଏହି ପରିପ୍ରେକ୍ଷୀରେ ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପସଭାପତି, ମୋହନଦୀପ୍ ସିଂ କହିଛନ୍ତି ଯେ, “ଏକ୍ସପେରିଏନ୍ସ ସାମସଙ୍ଗ ଆଟ ହୋମ୍‌’ ହେଉଛି ଆମର ଏକ ନୂତନ ଯାତ୍ରା, ଯାହାକି ସାମାଜିକ ଦୂରତାକୁ ବଜାୟ ରଖିବା ସହିତ ଭାରତରେ ଆମର ରିଟେଲ ଉପସ୍ଥିତିକୁ ଆହୁରୀ ସୁଦୃଢ କରିପାରିଛି । ‘ଏକ୍ସପେରିଏନ୍ସ ସାମସଙ୍ଗ ଆଟ ହୋମ୍‌’ ସେବାର ଶୁଭାରମ୍ଭ ଗ୍ରାହକମାନଙ୍କୁ ଆମର ଉତ୍ପାଦ ଗୁଡ଼ିକୁ ଅନଲାଇନରେ ପରଖିବା ଏବଂ କ୍ରୟ କରିବା ଏବଂ ସେମାନଙ୍କ ନିକଟସ୍ଥ ସାମସଙ୍ଗର ସ୍ୱତନ୍ତ୍ର ଆଉଟଲେଟରୁ ହୋମ୍ ଡ଼େଲିଭରି ସୁବିଧା ପାଇପାରିବେ ।”
ଯେଉଁ ଗ୍ରାହକମାନେ ଗ୍ୟାଲାକ୍ସି ଉପକରଣ ସନ୍ଧାନରେଥିବେ, ସେମାନଙ୍କ ଘରର ସୁରକ୍ଷା ଏବଂ ନିରାପତା ପାଇଁ ହୋମ୍ ଡ଼େମୋ ନିମନ୍ତେ ‘ଏକ୍ସପେରିଏନ୍ସ ସାମସଙ୍ଗ ଆଟ ହୋମ୍ ପୋର୍ଟାଲ’ (https://www.samsung.com/in/samsung-experience-store/home-delivery-demo/)ମାଧ୍ୟମରେ ସେମାନଙ୍କ ଯୋଗାଯୋଗ ସବିଶେଷ ପ୍ରଦାନକରି ଅନଲାଇନ୍ ଆପଏଂଟମେଂଟ ବୁକ୍ କରିପାରିବେ ।


Share It

Comments are closed.