ସତ୍ୟପାଲ ମଲ୍ଲିକ ହେଲେ ମେଘାଳୟର ନୂଆ ରାଜ୍ୟପାଳ


ଗୋଆ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଗୋଆର ଅତିରିକ୍ତ ଦାଇତ୍ୱ ଦିଆଯାଇଛି। ଉଭୟ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ। ସତ୍ୟପାଲ ମଲିକ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅକ୍ଟୋବର ୨୫ରେ ତାଙ୍କୁ ଗୋଆର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ଗିରିଶ ଚନ୍ଦ୍ର ମୁର୍ମୁ ତାଙ୍କ ସ୍ଥାନରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ। ସତ୍ୟପାଲ ମଲିକ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଥିବା ସମୟରେ ହିଁ ଧାରା ୩୭୦ ଉଛେଦ କରାଯାଇଥିଲା ଯେଉଁଥିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।


Share It

Comments are closed.