ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଫେବୃଆରୀ ୮ରେ ମତଦାନ ୧୧ରେ ଭୋଟ ଗଣତି


ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁନିଲ ଅରୋରା ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଶ୍ରୀ ଅରୋରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦିଲ୍ଲୀ ନିର୍ବାଚନ ଭବନରେ ଏ ସଂପର୍କରେ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ୮ରେ ମତଦାନ ହେବାକୁ ଥିବାବେଳେ ଫେବୃଆରୀ ୧୧ରେ ଭୋଟ ଗଣତି ହେବ । ଏହି ଘୋଷଣା ସହିତ ଦିଲ୍ଲୀରେ ଆଚରଣ ବିଧି ଆଇନ ମଧ୍ୟ ଲାଗୁ ହୋଇଗଲାଣି । ୭୦ ଆସନ ବିଶିଷ୍ଟ ଦେଶର ରାଜଧାନୀରେ ମୋଟ ୧,୪୬,୯୨,୧୩୬ ମତଦାତା ଥିବାବେଳେ ମତଦାନ ପାଇଁ ୧୩,୭୫୦ଟି ବୁଥ ଖୋଲାଯିବ ଶ୍ରୀ ଅରୋରା ସୂଚନା ଦେଇଛନ୍ତି ।


Share It

Comments are closed.