ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୦୫୦ ଟି ନୂଆ ମାମଲା ଚିହ୍ନଟ, ୮୦୩ ଜଣଙ୍କର ମୃତ୍ୟୁ


କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨,୦୫୦ ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ସମଗ୍ର ଦେଶରେ କରୋନା ପଜିଟିଭ୍ ମାମଲା ସଂଖ୍ୟା ୧୮,୫୫,୭୪୬ କୁ ବୃଦ୍ଧି ପାଇଛି | ସେଥିମଧ୍ୟରୁ ୫,୮୬,୨୯୮ ସକ୍ରିୟ ମାମଲା ରହିଥିବାବେଳେ ୧୨,୩୯,୫୧୦ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୩୮,୯୩୮ ଜଣଙ୍କର ମୃତ୍ୟୁ ହୋଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟ ୩ ପର୍ଯ୍ୟନ୍ତ ସାରା ଦେଶରେ ପରୀକ୍ଷିତ କରୋନା ନମୁନା ସଂଖ୍ୟା ହେଉଛି ୨,୦୮,୬୪,୭୫୦ | ଯେଉଁଥିରେ ୬,୬୧,୧୮୨ ନମୁନା ଅନ୍ତର୍ଭୁକ୍ତ ଯାହା କେବଳ ସୋମବାର ପରୀକ୍ଷା କରାଯାଇଥିଲା |


Share It

Comments are closed.