୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ


ଭୁବନେଶ୍ୱର: ଚଳିତ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ, ରାଜ୍ୟରେ ଜରୁରୀକାଳିନ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା, ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଅବଗତ କରାଇବା ଲାଗି ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଛି । ବିଭିନ୍ନ ସମୟରେ ଘଟୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଗାଡ଼ି ଚାଳନାକୁ ପ୍ରାଥମିକତା ଦେବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ଜେଡଏଚଏଲର କର୍ମଚାରୀମାନଙ୍କ ଦ୍ୱାରା ଏହି ଦିନକୁ ଚିହ୍ନିତ କରିବା ପାଇଁ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ଏକ ସଙ୍ଗୀତରେ ଷ୍ଟ୍ରିଟପ୍ଲେ ବା ପଥନାଟକ ଏବଂ ଗ୍ରୁପ ଡ୍ୟାନ୍ସ ପରିବେଷଣ କରାଯାଇଛି । ଏହା ବ୍ୟତୀତ ସମସ୍ତ ଚାଳକମାନେ ସୁରକ୍ଷିତ ଗାଡ଼ି ଚାଳନା ପାଇଁ ଶପଥପାଠ କରିଛନ୍ତି । ଏହି ଅବସରରେ ଜେଡଏଚଏଲର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ନିଜ ମତ ରଖି ଡେପୁଟି କମିଶନର ଅଫ ପୋଲିସ(ଟ୍ରାଫିକ) ଶ୍ରୀଯୁକ୍ତ ଠାକୁର ପ୍ରସାଦ ପାତ୍ର କହିଛନ୍ତି ଯେ, “ସାରା ଦେଶ ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଥିବାବେଳେ, ଆମେ ଏଠାରେ ଏକ ସଚେତନତା ଅଭିଯାନର ଶୁଭାରମ୍ଭ କରିଛୁ । ଯେତେବେଳେ ଏକ ସଡ଼କ ଦୁର୍ଘଟଣା ଘଟିଥାଏ ସେତେବେଳେ ଏହା ସମଗ୍ର ପରିବାରକୁ ପ୍ରଭାବିତ କରିଥାଏ । ଆମେ ସଭିଙ୍କୁ ଗାଡ଼ି ଚଲାଇବା ସମୟରେ ବିଭିନ୍ନ ଟ୍ରାଫିକ ନିୟମର ପାଳନ କରିବା ଯଥା ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଯତ୍ନହୀନ ଭାବେ ଗାଡ଼ି ଚଲାଇବାଠାରୁ ଦୂରେଇ ରହିବା, ସିଟ ବେଲ୍ଟ ପିନ୍ଧିବା, ମୋବାଇଲ ଫୋନର ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଉଛୁ । ସଡ଼କକୁ ଅଧିକ ସୁରକ୍ଷିତ କରିବା ପାଇଁ ଚାଲନ୍ତୁ ଆମେ ସଭିଏଁ ଏକାଠି ହେବା ।”
ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲଥ କେୟାର ଲିଃ.ର ରାଜ୍ୟ ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ବିଶ୍ୱାଳ କହିଛନ୍ତି ଯେ, “ ସୁରକ୍ଷିତ ଆମ୍ବୁଲାନ୍ସ ଚାଳନାର ବିଭିନ୍ନ ଦିଗ ଯେପରିକି, ଆକ୍ସିଡ଼େଂଟାଲ ଟାଇମିିଂ, ରେସପନ୍ସ ଟାଇମ୍ ଇତ୍ୟାଦି ଆଧାରରେ ଚାଳକ ମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ତା କରାଯାଇଛି । ଉପରୋକ୍ତ ବିଭିନ୍ନ ପାରାମିଟର ପାଇଁ ଚାଳକ ମାନଙ୍କୁ ପଏଂଟ ପ୍ରଦାନ କରାଯିବ । ୧୨ ଘଂଟା ଦୁର୍ଘଟଣାମୁକ୍ତ ଚାଳନା ପାଇଁ ସେମାନେ ପଏଂଟ ଜିତିପାରିବେ ଏବଂ ଏଥିରେ ବ୍ୟତିକ୍ରମହେଲେ ସେମାନଙ୍କ ପଏଂଟରେ ହ୍ରାସ କରାଯିବାର ବ୍ୟବସ୍ତା ରହିଛି । ସର୍ବାଧିକ ପଏଂଟ ପାଇଥିବା ଚାଳକ ମାନଙ୍କୁ ନଗଦ ରାଶି ପୁରସ୍କାର ସହିତ ସାର୍ଟିଫିକେଟରେ ସମ୍ମାନିତ କରାଯିବ । ସୁରକ୍ଷିତ ଆମ୍ବୁଲାନ୍ସ ଚାଳନା ହେଉଛି ଉକ୍ତ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।”
ବର୍ତମାନ ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ସମୁଦାୟ ୧୧୨୪ଟି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟକାରୀ କରାଯାଉଛି । ୧୦୮ ଆମ୍ବୁଲାନ୍ସ ସେବା ମାଧ୍ୟମରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମେତ ଏପର୍ଯ୍ୟନ୍ତ ପ୍ରାୟ ୮୫ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀ ଉପକୃତ ହୋଇଛନ୍ତି । ସମାନରୂପେ ନଦୀ ଘେରରେ ରହିଥିବା ଅଂଚଳଗୁଡ଼ିକରେ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି । ଅସହାୟ ରୋଗୀଙ୍କ ଠାରୁ କଲ ଗ୍ରହଣ କରିବା ଏବଂ ଯଥା ଶୀଘ୍ର ସମ୍ଭବ ସେମାନଙ୍କୁ ହସ୍ପିଟାଲକୁ ପଠାଇବା ପାଇଁ ଏହି ଏଜେନ୍ସିର ଏକ ଉତ୍ସଗୀକୃତ ଟିମ ସର୍ବଦା ସକ୍ରିୟ ଭାବେ କାର୍ଯ୍ୟରତ ରହିଛି । ଏହାର ଭୁବନେଶ୍ୱର ଇଂଟିଗ୍ରେଟେଡ ସେଂଟର ଠାରେ ରହିଥିବା କାର୍ଯ୍ୟନିର୍ବାହୀମାନେ ରୋଗୀଙ୍କ ସଠିକ ଲୋକେସନ ଚିହ୍ନଟ କରନ୍ତି ଏବଂ ଯଥା ଶୀଘ୍ର ସମ୍ଭବ ସେମାନଙ୍କୁ ଉପଲବ୍ଧ ନୀକଟସ୍ଥ ଆମ୍ବୁଲାନ୍ସ ଯୋଗାଇଦେବାରେ ସାହାଯ୍ୟ କରିଥାନ୍ତି ।

 


Share It

Comments are closed.