୧୦ଟି କାର୍ଯ୍ୟ ଯାହା ହୃଦଘାତ ସମ୍ଭାବନାକୁ ବୃଦ୍ଧି କରିଥାଏ


ଆପଣ ଜାଣନ୍ତି କି ଆପଣଙ୍କ କିଛି ନିତିଦିନିଆ ଅଭ୍ୟାସ ଆପଣଙ୍କ ହୃଦୟକୁ ଆଘାତ ପହଞ୍ଚାଇପାରେ । ଏହା ସାମାନ୍ୟ ହେଲେ ମଧ୍ୟ ସ୍ଲୋ ପଏଜନ ପରି କାମ କରିଥାଏ । ଆମ୍ଭେମାନେ ନିଜକୁ ରୋଗମୁକ୍ତ କରିବା ପାଇଁ ବିଭିନ୍ନ ବ୍ୟାୟାମ, ପ୍ରାଣାୟମ କରିବା ସହିତ ଖାଦ୍ୟପେୟରେ ମଧ୍ୟ ଯତ୍ନବାନ ହୋଇଥାଉ । କିନ୍ତୁ ଏପରି କିଛି ଅଭ୍ୟାସ ଅଛି ଯାହାକି ଆପଣଙ୍କ ଆଜାଣତରେ ହୃଦୟକୁ କ୍ଷତି କରିଥାଏ । ଆସନ୍ତୁ ଜାଣିବା ସେଗୁଡିକ କି କି ଅଭ୍ୟାସ ଯାହାଦ୍ୱାରା ଭବିଷ୍ୟତରେ ଆପଣ ହୃଦଘାତର ସମ୍ମୁଖିନ ହେବାର ସମ୍ଭାବନା ରହିଛି ।

୧. ନିଦ ନହେବା –

ନିଦ ସହିତ ହୃଦୟର ସିଧାସଳଖ ସଂଯୋଗ ରହିଛି । ଗବେଷଣା ଅନୁଯାୟୀ ଭଲ ଭାବେ ଶୋଉନଥିବା ବ୍ୟକ୍ତି ଶୀଘ୍ର ହୃଦରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଯୁବକକୁ ଦିନକୁ ୬ଘଣ୍ଟା ଏବଂ ପ୍ରାପ୍ତ ବୟସ୍କ ବ୍ୟକ୍ତିକୁ ଦିନକୁ ୮ଘଣ୍ଟା ଶୋଇବା ଆବଶ୍ୟକ । କମ ପରିମାଣର ଶୋଉଥିବା ବ୍ୟକ୍ତିକୁ ଉଚ୍ଚ ରକ୍ତ ଚାପ ଏବଂ ହୃଦ ଘାତ ହେବାର ସମ୍ଭାବନା ୯୦ ପ୍ରତିଶତ ରହିଥାଏ । ତେଣୁ ପ୍ରତ୍ୟେକଙ୍କୁ ପ୍ରତ୍ୟହ ୬ରୁ ୮ ଘଣ୍ଟା ଭଲଭାବେ ଶୋଇବା ଆବଶ୍ୟକ ।

୨. ନିୟମିତ ଘୁଙ୍ଗୁଡି ମାରିବା –

ସାଧାରଣତଃ ଘୁଙ୍ଗୁଡି ମାରୁଥିବା ବ୍ୟକ୍ତିଙ୍କ ଶରୀରରେ ଅମ୍ଳଜାନର ମାତ୍ରା କମ ଦେଖାଯାଇଥାଏ । ଏବଂ ସେମାନଙ୍କୁ ଭଲଭାବେ ନିଦ ମଧ୍ୟ ହୋଇନଥାଏ । ସେମାନେ ଶୋଇବା ସମୟରେ ପାଟି କିମ୍ବା ନାକ ବାଟେ ନିଶ୍ୱାସ ନେବାରୁ ସେମାନଙ୍କ ନିଶ୍ୱାସ ଗ୍ରନ୍ଥିରେ ବ୍ଲକେଜ ସୃଷ୍ଟି ହୋଇ ଏକ ଶବ୍ଦ ସୃଷ୍ଟି ହୋଇଥାଏ ତାହାକୁ ଆମ୍ଭେମାନେ ଘୁଙ୍ଗୁଡି ବୋଲି ମଧ୍ୟ କହିଥାଉ । ଏହା ବହୁ ଦିନ ଧରି ଲାଗି ରହିଲେ ଏହାର ନିରାକରଣ କରିବା ଆବଶ୍ୟକ ନହେଲେ ଏହା ଭବିଷ୍ୟତରେ ଉଚ୍ଚ ରକ୍ତଚାପ, ହୃଦଘାତ ଏପରି ଷ୍ଟ୍ରୋକର କାରଣ ମଧ୍ୟ ହୋଇପାରେ ।

୩. ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା –

ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ଧୂମ୍ରପାନ ଠାରୁ ଅଧିକ କ୍ଷତିକାରକ । ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବାର ଅଭ୍ୟାସ ଥିଲେ ଏହାକୁ ବଦଳାଇ ପ୍ରତି ୩୦ମିନିଟରେ ଥରେ ବୁଲିଆସନ୍ତୁ । ଏହା ଦ୍ୱାରା ଆପଣଙ୍କ ଶରୀରର କାର୍ଯ୍ୟକଳାପ ବୃଦ୍ଧି ହେବା ସହିତ ହୃଦୟକୁ ସଠିକଭାବେ ରକ୍ତ ପ୍ରବାହ ହୋଇଥାଏ । କାରଣ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ମଧ୍ୟ ଏହା ହୃଦୟରେ ବୃହତ ପ୍ରଭାବ ପକାଇଥାଏ ।

୪. ଅଧିକ ସମୟ କାମର ପ୍ରେସର ନେବା –

ବସ୍ତୁବାଦି ଜୀବନରେ ଭଲ ଜୀବନଶୈଳୀ ପାଇଁ ସମସ୍ତେ ଅଧିକରୁ ଅଧିକ କାମ କରିଥାନ୍ତି ଏବଂ ସବୁବେଳେ କାମର ଚିନ୍ତାରେ ରହିଥାନ୍ତି । ଲମ୍ବା ଅବଧି ପର୍ଯ୍ୟନ୍ତ ଚିନ୍ତାମଗ୍ନ ରହିବା ମଧ୍ୟ ହୃଦଘାତର ମୁଖ୍ୟ କାରଣ । ତେଣୁ ଯେତେ ସମ୍ଭବ ରିଲାକ୍ସ କରିବାକୁ ଚେଷ୍ଟା କରନ୍ତୁ ଏବଂ କାମର ପ୍ରେସର ନେବା ବନ୍ଦ କରିଦିଅନ୍ତୁ ।

୫. ଅତ୍ୟଧିକ ଲୁଣର ସେବନ –

କେହି କେହି ଖାଇବା ସମୟରେ ଲୁଣ ବିନା ଖାଇପାରନ୍ତି ନାହିଁ । ରକ୍ତରେ ଅତ୍ୟଧିକ ଲୁଣ ରହିବା ଦ୍ୱାରା ଏହା ଜଳର ପରିମାଣକୁ ବୃଦ୍ଧି କରି ରକ୍ତର ଭଲ୍ୟୁମ ଅଧିକ କରିଥାଏ ଯାହାର ପ୍ରଭାବ ସିଧାସଳଖ ହୃଦୟ ଉପରେ ପଡେ । ହୃଦୟ ଆବଶ୍ୟକତାରୁ ଅଧିକ ରକ୍ତ ପମ୍ପିଙ୍ଗ କରିପାରେ ନାହିଁ ଏବଂ ହୃଦୟରେ ଅଧିକ ପରିମାଣର ପ୍ରେସର ପଡିବା ଦ୍ୱାରା ଏହା ହାର୍ଟ ଫେଲୁଅରର କାରଣ ହୋଇଥାଏ ।

୬. ଖାଦ୍ୟପେୟର ସଠିକ ଯତ୍ନ –

ଆପଣଙ୍କ ଖାଦ୍ୟପେୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆପଣଙ୍କ ହୃଦୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ପ୍ରତିଦିନ ବିଭିନ୍ନ ପ୍ରକାରର ଫଳ, ପନିପରିବା, ଡାଲି ଜାତୀୟ ଖାଦ୍ୟ, ଖାଦ୍ୟ ଶସ୍ୟ, ଦୁଗ୍ଧଜାତୀୟ ଖାଦ୍ୟ, ମାଛ, ମାଂସ ଅଣ୍ଡା ଇତ୍ୟାଦି ଖାଇବା ଆବଶ୍ୟକ । ଏହା ଦ୍ୱାରା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ସହିତ ଶରୀରରେ ପଲି ସାଚ୍ୟୁରେଟେଡ ଏବଂ ମୋନସାଚ୍ୟୁରେଟେଡ ଫ୍ୟାଟର ବୃଦ୍ଧି କରିଥାଏ ।

୭. ଦାନ୍ତ କିମ୍ବା ମୁଖରେ ସମସ୍ୟା –

ଏକ ଗବେଷଣା ଅନୁଯାୟୀ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଦାନ୍ତ ଏବଂ ସମ୍ପୂର୍ଣ୍ଣ ମୁହଁର ଯତ୍ନ ନେବାକୁ ପଡିବ । ବହୁ ପ୍ରକାରର ରୋଗ ରହିଛି ଯାହା ମୁଖର ସଂକ୍ରମଣରୁ ସୃଷ୍ଟି ହୋଇଥାଏ । ତେଣୁ ଦାନ୍ତ କିମ୍ବା ପାଟିର ସଂକ୍ରମଣରୁ ମୁକ୍ତି ଦ୍ୱାରା ହିଁ ହୃଦରୋଗକୁ କିଛି ପରିମାଣର କମ କରାଯାଇପାରିବ ।

୮. କିଛି ସାଧାରଣ ହୃଦ ସମସ୍ୟା ସମ୍ପର୍କରେ ଅବଗତ ନ ହେବା –

କିଛି ଲୋକେ ଆଜି ପର୍ଯ୍ୟନ୍ତ ମଧ୍ୟ କୋଲେଷ୍ଟ୍ରୋଲ ସ୍ତର ଏବଂ ରକ୍ତ ଚାପ ସମ୍ପର୍କରେ ଅବଗତ ନୁହଁନ୍ତି କିନ୍ତୁ ଉଚ୍ଚ କୋଲେଷ୍ଟ୍ରୋଲର ମାତ୍ରା ଏବଂ ଉଚ୍ଚ ରକ୍ତଚାପ ହୃଦଘାତର କାରଣ ମଧ୍ୟ ହୋଇପାରେ । ତେଣୁ ଆପଣଙ୍କ ଏହି ସମ୍ପର୍କରେ ଅବଗତ ହୋଇ ଏହି ଉଚ୍ଚ ରକ୍ତଚାପ ସମ୍ପର୍କରେ ଜାଣି ଠିକ ସମୟରେ ଏହାର ନିରାକରଣ କରିବା ଆବଶ୍ୟକ ।

୯. ଚାହା ଏବଂ କଫିର ସେବନ –

ବହୁ ଲୋକେ ଚାହା ଏବଂ କଫିର ସେବନ କରନ୍ତି ନାହିଁ । କିନ୍ତୁ ଏକ ଗବେଷଣା ଅନୁଯାୟୀ ଚାହା ଏବଂ କଫିର ସେବନ କରୁଥିବା ବ୍ୟକ୍ତିଙ୍କ ଠାରେ ଏସବୁ ସେବନ କରୁନଥିବା ବ୍ୟକ୍ତିଙ୍କ ଅପେକ୍ଷା କମ ହୃଦ ସମସ୍ୟା ଦେଖାଯାଇଥାଏ । ତେଣୁ ଅତ୍ୟଧିକ ପରିମାଣରେ ନହେଲେ ମଧ୍ୟ ସକାଳୁ ଥରେ ଏବଂ ସନ୍ଧ୍ୟାରେ ଥରେ ଚାହା କଫିର ସେବନ ଦ୍ୱାରା ହୃଦଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ ।

୧୦. ହାତ ନଧୋଇ ଖାଇବା –

କିଛି ଲୋକେ ହାତ ନଧୋଇ ଖାଦ୍ୟ ଗ୍ରହଣ କରିଥାନ୍ତି । ହାତ ନଧୋଇ ଖାଇବା ଦ୍ୱାରା ହାତରେ ଥିବା ରୋଗଜୀବାଣୁ ଶରୀରରେ ପହଞ୍ଚି ବହୁ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ଏହା ଖାଦ୍ୟ ସହିତ ପେଟକୁ ଯାଉଥିବାରୁ ଏହାର ପ୍ରଭାବ ସିଧାସଳଖଭାବେ ହୃଦୟରେ ପଡିଥାଏ ଏବଂ ହୃଦୟ ଧିରେ ଧିରେ ଖରାପ ହେବାକୁ ଲାଗେ । ତେଣୁ ସର୍ବଦା ଖାଇବା ପୂର୍ବରୁ ହାତକୁ ଭଲଭାବେ ପରିସ୍କାର କରି ଧୋଇ ଖାଆନ୍ତୁ ।


Share It

Comments are closed.