ବଲିଉଡର କେତେକ ପ୍ରସିଦ୍ଧ କଳାକାର ଯେଉଁମାନେ ବିବାହ ପୂର୍ବରୁ ଗର୍ଭଧାରଣ କରିଥିଲେ


ନେହା ଧୁପିଆ –

୨୦୧୮ ମେ ୧୦ରେ ନେହା ଧୁପିଆ ଓ ଅଙ୍ଗଦ ବେଦୀ ପରସ୍ପରକୁ ହଠାତ ବିବାହ କରିଥିଲେ, ଯାହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ତାଙ୍କର ଏହି ହଠାତ ବିବାହ କରିବା ପଛର କାରଣ କେହି ଜାଣିପାରୁନଥିବାବେଳେ ଏବେ ନେହା ଧୁପିଆ ଗର୍ଭବତୀ ଥିବାର ଜଣାପଡିଛି । ଯାହାକି ନେହା ଖୋଦ ନିଜେ ଗର୍ଭବତୀ ଥିବାର ଏକ ଫଟୋକୁ ନିଜ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ନେହା ବିବାହ ପୂର୍ବରୁ ଗର୍ଭବତୀ ଥିଲେ ବୋଲି । ବଲିଉଡରେ ନେହା ପ୍ରଥମ ମହିଳା ନୁହନ୍ତି ଯିଏକି ବିବାହ ପୂର୍ବରୁ ଗର୍ଭଧାରଣ କରିଥିଲେ । ତାଙ୍କ ସମେତ ବଲିଉଡରେ ଆହୁରୀ ଅନେକ ଅଭିନେତ୍ରୀ ଅଛନ୍ତି ଯିଏକି ବିବାହ ପୂର୍ବରୁ ଗର୍ଭଧାରଣ କରିସାରିଛନ୍ତି ।

ଶ୍ରୀ ଦେବୀ –

ଶ୍ରୀଦେବୀ କେବଳ ବିବାହ ପୂର୍ବରୁ ଗର୍ଭବତୀ ହୋଇ ନଥିଲେ ବରଂ ସର୍ବସମ୍ମୁଖରେ ନିଜେ ଗର୍ଭବତୀ ଥିବାର କଥାକୁ ସ୍ୱୀକାର ମଧ୍ୟ କରିଥିଲେ । ତାଙ୍କର ବୋନି କପୁରଙ୍କ ସହ ଅନୈତିକ ସମ୍ପର୍କ ଥିଲା । ବୋନି କପୁର ସେତେବେଳେ ମୋନା କପୁରଙ୍କ ବିବାହ କରିଥିବାବେଳେ ଶ୍ରୀଦେବୀ ଅବିବାହୀତ ଥିଲେ । ଖାସ କରି ଶ୍ରୀଦେବୀଙ୍କୁ ବିବାହ କରିବା ପାଇଁ ବୋନି କପୁର ମୋନା କପୁରଙ୍କ ଛାଡପତ୍ର ଦେଇଥିଲେ । ପରେ ଶ୍ରୀ ଦେବୀଙ୍କୁ ବିବାହ କରିବାର ୯ ମାସ ପରେ ଜାହ୍ନବୀ କପୁର ଜନ୍ମ ନେଇଥିଲେ ।

କୋଙ୍କଣା ସେନ-

ପ୍ରେମିକ ରଣବୀର ସୁରୀଙ୍କୁ କୋଙ୍କଣା ସେନ ୨୦୧୦ ସେପ୍ଟେମ୍ବରରେ ବିବାହ କରିଥିଲେ । ନେହା ଧୁପିଆଙ୍କ ଭଳି ବିବାହର ଅଳ୍ପକିଛ ଦିନ ମଧ୍ୟରେ କୋଙ୍କଣା ସେନ ଗର୍ଭବତୀ ଥିବାର ଜଣା ପଡିଥିଲା । କୋଙ୍କଣା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ସେ ରଣବୀର ସୁରୀଙ୍କ ଠାରୁ ଦୂରେଇ ଯାଇଥିଲେ ।

ସରିକା –

ସରିକାଙ୍କ କମଲ ହାସନ ସହ ଅନୈତିକ ସମ୍ପର୍କ ଥିଲା । ସେ ବିବାହ ପୂର୍ବରୁ ଏକାଠି ରହୁଥିବା ସମୟରେ ତାଙ୍କର ପ୍ରଥମ ଶିଶୁ କନ୍ୟା ଶୃତି ହାସନଙ୍କୁ ଜନ୍ମ ଦେଇଥିଲେ । ପରେ ସେ ଯେତେବେଳେ ପରସ୍ପରକୁ ବିବାହ କରିଥିଲେ ସେମାନେ ଆଉ ଏକ ଶିଶୁ କନ୍ୟାକୁ ଅକସରାଙ୍କୁ ଜନ୍ମ ଦେଇଥିଲେ ।

ମହିମା ଚୌଦୁରୀ

ମହିମା ଚୌଦୁରୀ ୨୦୦୬ ମସିହାରେ ବିୟୁ ବବି ମୁଖାର୍ଜିଙ୍କୁ ବିବାହ କରିଥିଲେ । ସେ ମଧ୍ୟ ବିବାହର କିଛି ମାସ ମଧ୍ୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ଲିସା ହେଡେନ –

ଅଭିନେତ୍ରୀ ଲିସା ହେଡେନ ନିଜେ ଗର୍ଭବତୀ ହେବାର ଖବରକୁ ଇନଷ୍ଟାଗ୍ରାମରେ ଏକ ବିକିନି ପିନ୍ଧିଥିବା ଫଟୋକୁ ସେୟାର କରିଛନ୍ତି । ସେ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିବା ଖବର ସାମନାକୁ ଆସିଥିଲା ।

ସେଲିନା ଜେଟଲୀ –

ସେଲିନା ଜେଟଲୀ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ । ସେ ୨୦୧୧ରେ ପିଟର ହଗଙ୍କୁ ବିବାହ କରିବା ପରେ ମାତ୍ର ୮ ମାସରେ ନିଜର ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।

ନିନା ଗୁପ୍ତା –

ନିନା କ୍ରିକେଟର ଭିଭିୟନ ରିଚାର୍ଡସନଙ୍କ ସହ ପ୍ରେମ ସଂପର୍କ ବାନ୍ଧିଥିଲେ । ଭଭୟ ପରସ୍ପରଙ୍କୁ ବିବାହ କରିନଥିଲେ ମଧ୍ୟ ନିନା ଏକ ଶିଶୁ କନ୍ୟାକୁ ଜନ୍ମ କରି ତାହାର ଲାଳନ ପାଳନ କରୁଛନ୍ତି


Share It

Comments are closed.