ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ ୨୦୨୩ ଅନୁଷ୍ଠିତ


ନିଜର ଉତ୍କର୍ଷ କାର୍ଯ୍ୟ ପାଇଁ ପୁରସ୍କୃତ ହେଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୩: ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌) ପକ୍ଷରୁ ଆଜି ୩୧ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ସେହିପରି କମ୍ପାନୀ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଏହାର କର୍ମଚାରୀଙ୍କର ୧୬ ଜଣ ମେଧାବୀ ପିଲାଙ୍କୁ ମଧ୍ୟ ପୁରସ୍କୃତ କରିଛି । ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଜିକିତ୍ସା ଓଡ଼ିଶା ସ୍କଲାରସିପ ୨୦୨୩ ପୁରସ୍କାରଗୁଡିକୁ ପ୍ରଦାନ କରାଯାଇଛି ।

ମୋଟ ୭ ଜଣ କ୍ଲଷ୍ଟର ଲିଡର ଏବଂ ୨୪ ଜଣ କ୍ରିୟୁ ମେମ୍ବରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରୟାସ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜେଡଏଚ୍‌ଏଲ୍‌ର ମାର୍କେଟିଙ୍ଗ ଏବଂ ଯୋଗାଯୋଗ ମୁଖ୍ୟ ପ୍ରିୟଙ୍କା ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜଳ୍ୱିତ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ଗହଣରେ ଜେଡ୍‌ଏଚ୍‌ଏଲ୍‌ର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏବଂ ଅନ୍ୟାନ୍ୟ ପ୍ରମୁଖ କର୍ମଚରୀମାନେ ଉପସ୍ଥିତ ରହିଥିଲେ ।

ଏହି ସମାରୋହରେ ମତବ୍ୟକ୍ତ କରି ଜିକିତ୍ସାର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଥିଲେ, “ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ ଓ ଏହାର କର୍ମଚାରୀମାନେ ଲୋକମାନଙ୍କର ସେବା କରିବା ପାଇଁ ସର୍ବଦା ପ୍ରତିବଦ୍ଧ ରହିଛନ୍ତି । ଆମର କ୍ରିୟୁ ସଦସ୍ୟମାନେ ଅନେକ ଅବସରରେ ଲୋକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ସେମାନଙ୍କର ସର୍ବୋଚ୍ଚ ସଙ୍କଳ୍ପ ଦେଖାଇଛନ୍ତି । ଯେଉଁଠି ରାସ୍ତା ନାହିଁ ସେଠାରେ ରୋଗୀମାନଙ୍କୁ ସେମାନଙ୍କ ଘରୁ ଷ୍ଟ୍ରେଚରରେ ଆଣିବା, ଜଟିଳ ସମୟରେ ରୋଗୀମାନଙ୍କୁ ରକ୍ତଦାନ କରିବା, ପ୍ରାକୃତିକ ବିପତି ସମୟରେ କାର୍ଯ୍ୟପ୍ରତି ସର୍ବୋଚ୍ଚ ସଙ୍କଳ୍ପ ପ୍ରଦର୍ଶନ କରିବା କିମ୍ବା ରୋଗୀମାନଙ୍କୁ ସେମାନଙ୍କର ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଫେରାଇବା ଆଦି ସେମାନଙ୍କର କିଛି ଅନୁକରଣୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।”

ଏହି ଅବସରରେ ନିଜ ବର୍ତବ୍ୟ ପରିସରରୁ ଆଗକୁ ବଢ଼ି ଅସୁବିଧାରେ ଥିବା ଲୋକଙ୍କ ସେବାରେ ନିଜର ଚମତ୍କାର ଉଦ୍ୟମ ପାଇଁ ସମ୍ମାନିତ ହୋଇଥିବା କ୍ରିୟୁ ସଦସ୍ୟଙ୍କ ମଧ୍ୟରେ ଭାଗୀରଥି ମହାନ୍ତ, ନଗେନ ବାଗ, ଶରତ କୁମାର ଜେନା, ଶିଶିର କୁମାର ରାଉତ, ରମେଶ ନାହାକ, ଏସକେ ଜହିରୁଦ୍ଦିନ, ପ୍ରଶାନ୍ତ କୁମାର ନାୟକ, ଶୋଭ୍ରମ ସବର, ପଙ୍କଜ କୁମାର ଖରା, ଧ୍ରୁଭ ମାଝୀ, ତାରାନିସେନ ସାହୁ, ନିରୋଜ ଭୋଇ, ରମାକାନ୍ତ ମହାନ୍ତ, ଶକ୍ତି ମହାନ୍ତି, ବୈଜ୍ୟନ୍ତ ପ୍ରଧାନ, ରମେଶ ପାତ୍ର, ଶିବାନନ୍ଦ ଦାସ, ସଞ୍ଜୟ ଦଳବେହେରା, ମାନସ ରଞ୍ଜନ ଦିଗଲ, ପ୍ରକାଶ କୁମାର ପ୍ରଧାନ, ଚିତରଞ୍ଜନ ମହାରଣା, ବିପିନ ବିହାରୀ ପ୍ରଧାନ ଏବଂ ଭାଗୀରଥି ମହାନ୍ତି ଆଦି ସାମିଲ ଅଛନ୍ତି ।

ଏହାବ୍ୟତୀତ ୭ ଜଣ କ୍ଲଷ୍ଟର ଲିଡର- କରନ ସାହୁ, ଅମର ବିପ୍ଳବ ପଣ୍ଡା, ପ୍ରଦୀପ ରାମ, ସୁବ୍ରତ ସିଟ, ନିତ୍ୟାନନ୍ଦ ଡାକୁଆ, ସୌମେନ୍ଦ୍ର ମହାପାତ୍ର, ସୁନୀଲ କୁମାର ପାଢ଼ୀ ଆଦି ମଧ୍ୟ ସମ୍ମାନିତ ହୋଇଥିଲେ ।

ବର୍ତମାନ, ଏହି ପରିଚାଳନା ସଂସ୍ଥା ଜରୁରୀକାଳିନ ସେବା ପାଇଁ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୧୨୪ଟି ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଛି । ସମାନ ରୂପେ ରାଜ୍ୟର ଜଳବନ୍ଦୀ ଓ ବିଚ୍ଛିନ୍ନାଂଚଳର ଲୋକମାନଙ୍କ ପାଇଁ ୬ଟି ୧୦୮ ବୋଟ ଆମ୍ବୁଲାନ୍ସକୁ ସେବା ପ୍ରଦାନ କରିବା ଲାଗି ନିୟୋଜିତ କରାଯାଇଛି । ଏପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ସେବା ସାରା ରାଜ୍ୟରେ ପ୍ରାୟ ୯୧ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେବା ଯୋଗାଇଛି । ୧୦୮ ଆମ୍ବୁଲାନ୍ସ ସେବାଗୁଡିକ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସେଂଟରରୁ ପରିଚାଳିତ ହେଉଛି । ଏଜେନ୍ସିର ଏକ ସମର୍ପିତ କଲ୍ ସେଂଟର୍ ଅସୁବିଧାରେ ଥିବା ରୋଗୀମାନଙ୍କଠାରୁ କଲ୍ ରିସିଭ୍ କରିବା ଏବଂ ଯଥାଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ପରିବହନ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ । ଭୁବନେଶ୍ୱର ଆଧାରିତ ଇଂଟିଗ୍ରେଟେଡ୍ ସେଂଟର୍‌ରେ କାର୍ଯ୍ୟକାରୀ ଅଧିକାରୀମାନେ ରୋଗୀଙ୍କ ସଠିକ୍ ସ୍ଥାନ ଚିହ୍ନଟ କରିଥାନ୍ତି ଏବଂ ସେମାନଙ୍କୁ ଯଥାଶୀଘ୍ର ସମ୍ଭବ ଉପଲବ୍ଧ ଥିବା ନିକଟସ୍ଥ ଆମ୍ବୁଲାନ୍ସ ପାଇବାରେ ସହଯୋଗ କରିଥାନ୍ତି ।

ରୋଗୀମାନଙ୍କୁ ସେମାନଙ୍କ ଅସୁବିଧାରେ ନେବାଆଣିବା କରିବା ବ୍ୟତୀତ, ଏହାର କ୍ରିୟୁ ସଦସ୍ୟମାନେ ଅନେକ ଆହ୍ୱାନ ସତ୍ୱେ ମୂଲ୍ୟବାନ ଜୀବନଗୁଡିକୁ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଭଳି ଅନେକ ଘଟଣା ରହିଛି ଯେଉଁଠାରେ କ୍ରିୟୁ ସଦସ୍ୟମାନେ ନିଜ କାର୍ଯ୍ୟରେ ସଚ୍ଚୋଟତା ଓ ମାନବିକତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଜିକିତ୍ସା, ୧୦୮ ଆମ୍ବୁଲାନ୍ସଗୁଡିକ ଯେପରି କାର୍ଯ୍ୟକ୍ଷମ ଜିଲ୍ଲାଗୁଡିକରେ ରଣନୈତିକ ଭାବେ ଅବସ୍ଥିତ ରହିବେ ତାହା ସୁନିଶ୍ଚିତ କରିଥାଏ, ଯାହାଫଳରେ ସମଗ୍ର ଜିଲ୍ଲାରେ ସର୍ବନିମ୍ନ ସମୟ ମଧ୍ୟରେ ସେବା ପ୍ରଦାନ କରାଯାଇପାରିବ । ଆମ୍ବୁଲାନ୍ସରେ ଆବଶ୍ୟକୀୟ ପ୍ରି-ହସ୍ପିଟାଲ କେୟାର ପାଇଁ ଜଣେ ବ୍ୟକ୍ତି ଏକ କଲ୍ କରିବାଠାରୁ ଆରମ୍ଭ କରି ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ, ସମସ୍ତ ସେବା ଓଡିଶାର ସମସ୍ତ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି ।


Share It

Comments are closed.