ଏବେ ଭାରତର ୫୦୦ଟି ସହରରେ ଏୟାରଟେଲ୍ ୫ଜି ପ୍ଲସ୍ ଉପଲବ୍ଧ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ଏବେ ଦେଶର ୫୦୦ଟି ସହରରେ ଗ୍ରାହକଙ୍କ ପାଇଁ ଏହାର ଅଲ୍‌ଟ୍ରା-ଫାଷ୍ଟ୍ ୫ଜି ସେବା ଉପଲବ୍ଧ କରାଇଥିବା ନେଇ ଘୋଷଣା କରିଛିି । ଏୟାରଟେଲ୍ ନିଜ ନେଟ୍‌ୱର୍କରେ ୨୩୫ଟି ସହରକୁ ଅନ୍ତର୍ଭୁକ୍ତ କରିଛି ଯାହା ଏହାକୁ ବର୍ତମାନର ଅନ୍ୟତମ ସର୍ବବୃହତ୍ ରୋଲ୍‌ଆଉଟ୍‌ରେ ପରିଣତ କରିଛି । ବର୍ତମାନ ଓଡ଼ିଶାର ୨୯ଟି ସହରରେ ଏୟାରଟେଲ ୫ଜି ପ୍ଲସ ସେବା ଉପଲବ୍ଧ ରହିଛି । ଏହି ସହରଗୁଡ଼ିକ ମଧ୍ୟରେ ରହିଛନ୍ତି କେନ୍ଦ୍ରାପଡ଼ା, ଯାଜପୁର ରୋଡ଼, ବଲାଙ୍ଗୀର, ତାଳଚେର, ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡ଼ା, ପାରାଦୀପ ଓ ବରଗଡ଼ ଟାଉନ, ଭଦ୍ରକ, ବାରିପଦା, ଖୋର୍ଦ୍ଧା, ମାଲକାନଗିରି, ଭଞ୍ଜନଗର, ଯାଜପୁର ଟାଉନ, ନୂଆପଡ଼ା, ଜଗତସିଂହପୁର, ଜୟପୁର, ନବରଙ୍ଗପୁର, ପଟ୍ଟାମୁଣ୍ଡାଇ, ସୋନପୁର । କମ୍ପାନୀ ନିଜର ନେଟ୍‌ୱର୍କ ବୃଦ୍ଧି କରିବା ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍ ଏବେ କାଶ୍ମୀରର ଉପର ଉତରାଂଚଳ ସହରଗୁଡ଼ିକ ଠାରୁ ଆରମ୍ଭ କରି ଦକ୍ଷିଣରେ କନ୍ୟାକୁମାରୀ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ସହରଗୁଡିକରେ ଉପଲବ୍ଧ ହେଉଛି ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର ସିଟିଓ ରଣଦୀପ ସେଖୋଁ କହିଛନ୍ତି, ‘ଆମେ ଦେଶରେ ୫ଜି ଗ୍ରହଣୀୟତାର ଦ୍ରୁତ ଗତିକୁ ଦେଖି ଆନନ୍ଦିତ । ଏୟାରଟେଲ୍ ପ୍ରଥମ କମ୍ପାନୀ ଭାବେ ଅକ୍ଟୋବର ୨୦୨୨ରେ ୫ଜି ସେବା ପ୍ରଦାନ କରିଥିଲା ଏବଂ ଆଜିର ଏହି ମେଗା ଉନ୍ମୋଚନ ଦେଶର ପ୍ରତ୍ୟେକ ଏୟାରଟେଲ୍ ଗ୍ରାହକଙ୍କୁ ଅଲ୍‌ଟ୍ରା-ଫାଷ୍ଟ୍ ଏୟାରଟେଲ ୫ଜି ପ୍ଲସ୍ ସହ ସଂଯୋଗ କରିବା ପାଇଁ ଆମ ପ୍ରତିଶ୍ରୁତିର ଅଂଶ ଅଟେ । ଆମେ ୫୦୦ ସହରକୁ ଅନ୍ତର୍ଭୁକ୍ତ କରିଛୁ ଏବଂ ପ୍ରତ୍ୟେକ ଦିନ ୩୦ରୁ ୪୦ଟି ସହରକୁ ଏଥିରେ ସାମିଲ କରୁଛୁ । ସେପ୍ଟେମ୍ବର ୨୦୨୩ ସୁଦ୍ଧା ଆମେ ଆମର ୫ଜି ସେବାକୁ ଦେଶର ସମସ୍ତ ସହରାଂଚଳକୁ ବିସ୍ତାର କରିବୁ ବୋଲି ଆଶା ରଖିଛୁ ।’

ଏୟାରଟେଲ୍ ୫ଜି ପ୍ଲସ୍‌ରେ ଗ୍ରାହକଙ୍କ ପାଇଁ ୩ଟି ସୁବିଧା ରହିଛି । ପ୍ରଥମଟି ହେଉଛି ଏହା ଏଭଳି ଏକ ଟେକ୍ନୋଲୋଜି ଉପରେ ପରିଚାଳିତ ହେଉଛି ଯାହାର ସବୁଠାରୁ ବିକଶିତ ଇକୋସିଷ୍ଟମ ସହିତ ବିଶ୍ୱରେ ବ୍ୟାପକ ଗ୍ରହଣୀୟତା ରହିଛି । ଏହା ସୁନିଶ୍ଚିତ କରୁଛି ଯେ, ଭାରତରେ ସମସ୍ତ ୫ଜି ସ୍ମାର୍ଟଫୋନ୍‌ଗୁଡିକ ଏୟାରଟେଲ୍ ନେଟ୍‌ୱର୍କରେ ବାଧାମୁକ୍ତ ଭାବେ କାମ କରିବ । ୨ୟଟି ହେଉଛି କମ୍ପାନୀ ଏକ ଚମତ୍କାର ଭଏସ୍ ଅନୁଭୂତି ଓ ସୁପର୍‌-ଫାଷ୍ଟ୍ କଲ୍ କନେକ୍ଟ ସମେତ ଆଜି ତୁଳନାରେ ୨୦ରୁ ୩୦ ଗୁଣ ଦ୍ରୁତ ସ୍ପିଡ୍‌ର ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି । ଶେଷରେ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଏହାର ସ୍ୱତନ୍ତ୍ର ପାୱାର ରିଡକ୍ସନ ସଲ୍ୟୁଶନ କାରଣରୁ ପରିବେଶ ପ୍ରତି ସକାରାତ୍ମକ ରହିଛି । କମ୍ପାନୀ ପକ୍ଷରୁ ଏହାର ଗ୍ରାହକଙ୍କୁ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କର ଶକ୍ତିର ଅନୁଭୂତି ପାଇବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସେମାନଙ୍କ ପାଇଁ ଅନ୍‌ଲିମିଟେଡ୍ ୫ଜି ଡାଟା ଅଫର୍‌ର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ଡାଟା ଶେଷ ହେବାର ଚିନ୍ତା ବିନା ଅଲ୍‌ଟ୍ରାଫାଷ୍ଟ, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ୫ଜି ପ୍ଲସ୍ ସେବାଗୁଡିକୁ ଅନୁଭବ କରିବାକୁ ସକ୍ଷମ ହେବେ କାରଣ କମ୍ପାନୀ ସମସ୍ତ ବିଦ୍ୟମାନ ପ୍ଲାନ୍ ଉପରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍‌କୁ ହଟାଇଛି ।


Share It

Comments are closed.