ଶୁଭାରମ୍ଭ ହେଲା ୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ


ପାଞ୍ଚ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କୁ ମାଗଣାରେ ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଆଉ ୨୬ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ନୂତନ ୯୨ଟି ଆମ୍ବୁଲାନ୍ସ ମଧ୍ୟରୁ ୨୪ଟି ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୭ ଡିସେମ୍ବର ୧୭ରେ ଉନ୍ମୋଚନ ହୋଇଥିବାବେଳେ ଆଉ ୨୬ଟି ଆମ୍ବୁଲାନ୍ସ ଆଜି ଉନ୍ମୋଚନ କରାଯାଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏଗୁଡ଼ିକର ଉନ୍ମୋଚନ କରିଛନ୍ତି । ୨୮ଟି ବି.ଏଲ୍.ଏସ୍ ଆମ୍ବୁଲାନ୍ସକୁ ଏ.ଏଲ୍.ଏସ୍ ଆମ୍ବୁଲାନ୍ସରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ତାଙ୍କ ପାଣ୍ଠିରୁ ୫ ବର୍ଷ ପାଇଁ ୯୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ସହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା ପତାକା ଦେଖାଇ ଲୋକାର୍ପଣ କରିଥିବାବେଳେ ଏହି ଅବସରରେ, ସାଲିନି ପଣ୍ଡିତ(ମିଶନ ଡାଇରେକ୍ଟର, ଏନ୍ଏଚ୍ଏମ୍), ସବ୍ୟସାଚୀ ବିଶ୍ୱାଳ(ଓଡ଼ିଶା ମୂଖ୍ୟ ଜିକିତ୍ସା ହେଲ୍ଥ କେୟାର ଲିମିଟେଡ), ପ୍ରମୋଦ ମେହେର୍ଦା(ଆଇଏଏସ୍, କମିଶନର କମ୍ ସେକ୍ରେଟାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଓଡ଼ିଶା ସରକାର), ଅର୍ଚ୍ଚନା ପଟ୍ଟନାୟକ (ଆଇଏଏସ) ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି ଯେ, “ପୂର୍ବରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୪ଟି ୧୦୮ ଆମ୍ବୁଲାନ୍ସର ଉନ୍ମୋଚନ କରାଯାଇଥିଲା । ବର୍ତ୍ତମାନ ଆଉ ୨୬ଟି ଆମ୍ବୁଲାନ୍ସର ଉନ୍ମୋଚନ କରାଯାଇଛି ଓ ଆଉ ୪୨ଟି ଆମ୍ବୁଲାନ୍ସର ଆରମ୍ଭ ଖୁବଶୀଘ୍ର କରାଯିବ ।”
ପ୍ରକାଶଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୩ ମାର୍ଚ୍ଚ ୫ ତାରିଖରୁ ରାଜ୍ୟରେ ଜରୁକାଳୀନ ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟବାସୀଙ୍କୁ ମାଗଣାରେ ଅବିରତ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛି । ୩୦ଟି ଜିଲ୍ଲାରେ କାର୍ଯ୍ୟରତ ସମୁଦାୟ ୪୪୪ଟି ୧୦୮ ଆମ୍ବୁଲାନ୍ସ ମଧ୍ୟରୁ ୩୮୮ଟି ବି.ଏଲ୍.ଏସ୍ ଓ ୫୬ଟି ଏ.ଏଲ୍.ଏସ୍ ଶ୍ରେଣୀୟ ଅଟେ । ଏ ପର୍ଯ୍ୟନ୍ତ ୩୫ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇସାରିଲେଣି । ରାଜ୍ୟରେ ଶିସୁ ଓ ମାତୃ ମୃତ୍ୟୁ ହାରକୁ ରୋକିବା କ୍ଷେତ୍ରରେ ଏହି ଆମ୍ବୁଲାନ୍ସ ସେବା ବଳିଷ୍ଠ ଭୂମିକା ଗ୍ରହଣ କରିଛି ।


Share It

Comments are closed.