ରା-ୱାନର ସିକ୍ୱେଲ ଯୋଜନାରେ ଶାହାରୁଖ ଖାନ


୨୦୧୧ ମସିହାରେ ଫିଲ୍ମ ରା-ୱାନ ଜରିଆରେ ବଲିଉଡ ନିଜର ସୁପର ହିରୋ ଜି-ୱାନ ପାଇଥିଲା । କିନ୍ତୁ କିଛି ଦିନ ଧରି ଶାହାରୁଖ ଖାନ ଏବଂ ଅନୁଭବ ସିହ୍ନା ରା ୱାନର ସିକ୍ୱେଲର ଯୋଜନା କରୁଛନ୍ତି ବୋଲି ଖବର ଆସୁଛି ଯେବେକି ସମ୍ପର୍କରେ କିଛି ସଠିକ ଭାବେ ଫାଇନାଲ ହୋଇନାହିଁ ।
ଏହି ସମ୍ପର୍କରେ ନିର୍ଦ୍ଦେଶକ ଅନୁଭବ ସିହ୍ନା କହିଛନ୍ତି ଯେ, ଶାହାରୁଖ ଖାନ ବହୁଦିନ ଧରି ରା-ୱାନର ସିକ୍ୱେଲ ପାଇଁ କହିଆସୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ରା-ୱାନ ପରି ଏସସି-ଏଫଆଇ ଫିଲ୍ମ କରିବା ସହଜ ନୁହେଁ କିନ୍ତୁ ଏପରି ଫିଲ୍ମ କରିବା ପାଇଁ ଆମ୍ଭେ ଦୁଇ ଜଣ ଚିନ୍ତା କରୁଛୁ ।
ରା-ୱାନ ଫିଲ୍ମଟିକୁ ଦର୍ଶକଙ୍କ ଦ୍ୱାରା ଏକ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ପିଲାମାନେ ବଲିଉଡର ସୁପରହିରୋକୁ ଅଧିକମାତ୍ରାରେ ପସନ୍ଦ କରୁଥିଲେ କିନ୍ତୁ ବର୍ତ୍ତମାନ ଏକ ପ୍ରଶ୍ନ ପ୍ରକୃତରେ ଏହାର ସିକ୍ୱେଲ ଆବଶ୍ୟକ କି । ଏହି ଫିଲ୍ମଟିରେ କରିନା କପୁର ଏହି ସୁପରହିରୋଙ୍କ ପତ୍ନୀ ଭାବେ ଅଭିନୟ କରିଥିଲେ । ବର୍ତ୍ତମାନ କିନ୍ତୁ ଫିଲ୍ମଟିର କାଷ୍ଟିଙ୍ଗ ଏବଂ ଫିଲ୍ମ ସମ୍ପର୍କରେ ଅଫିସିଆଲ ତଥ୍ୟ ଆସିନାହିଁ । ରା- ୱାନ ଫିଲ୍ମଟି ଏକ ଭିଡିଓ ଗେମରେ ଜି-ୱାନ ଏବଂ ରା-ୱାନଙ୍କ ଯୁଦ୍ଧ ସମ୍ପର୍କରେ ରହିଥିଲା । ଫିଲ୍ମଟିର କାହାଣୀ ପାରିବାରିକ ତଥା ପିତା ଏବଂ ପୁତ୍ର ସମ୍ପର୍କ ସମ୍ବନ୍ଧରେ ରହିଥିଲା । କିପରି ନିଜ ପୁଅକୁ ଇମ୍ପ୍ରେସ କରିବା ପାଇଁ ଶାହାରୁଖ ଏକ ଭିଡିଓ ଗେମର ଶୁଭାରମ୍ଭ କରୁଛନ୍ତି । ପରେ ତାଙ୍କ ପୁଅ ଏହି ଗେମର ଅଂଶ ହେଉଛି ଏବଂ ଗେମରେ ଭିଲିଆନର ଆକର୍ମଣରେ ଶାହାରୁଖ ଖାନଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏହାର ସୁପର ହିରୋ ରା ୱାନ କିପରି ତାଙ୍କ ପରିବାର ତଥା ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ଜି-ୱାନ ଠାରୁ ରକ୍ଷା କରୁଛି ଏହି ସମ୍ପର୍କରେ ରହିଥିଲା । ସମ୍ଭବତଃ ଏହାର ସିକ୍ୱେଲ ଫିଲ୍ମର ନାମ ଜି-ୱାନ ରହିପାରେ ବୋଲି ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ଶାହାରୁଖ ଖାନ ନିଜ ପରିବାର ସହିତ ୟୁରୋପରେ ଛୁଟି ବିତାଉଥିବା ବେଳେ ଡିସେମ୍ବର ୨୧ରେ ରିଲିଜ ହେଉଥିବା ଜିରୋରରେ ନଜରରେ ଆସିବେ ।


Share It

Comments are closed.